ପ୍ରମୂଖ ଖବର
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ଭାରତରେ ଶିଖ୍‌ଙ୍କ ଆୟ ସର୍ବାଧିକ ୫୭% ବୃଦ୍ଧି, ଦ୍ୱିତୀୟରେ ମୁସ୍‌ଲିମ୍‌ଙ୍କ ୨୮% ଓ ତୃତୀୟରେ ହିନ୍ଦୁଙ୍କ ଆୟ ୧୯% ବୃଦ୍ଧି

ନୂଆଦିଲ୍ଲୀ, ୩୦।୬: ଦେଶ ମଧ୍ୟରେ ହିନ୍ଦୁ ଓ ମୁସଲିମ ପରିବାର ଗୁଡିକ ମଧ୍ୟରେ ଆୟ ଅସମାନତା ଦ୍ରୁତ ଭାବେ ହ୍ରାସ ହେଉଛି । ଏହି ସମ୍ପ୍ରଦାୟର ପରିବାରଗୁଡିକ ମଧ୍ୟରେ ଏହି ଅସମାନତା ଗତ ୭ ବର୍ଷ ମଧ୍ୟରେ ୮୭% ହ୍ରାସ ହୋଇଛି । ଏହା ୨୦୧୬ରେ ୧୯୧୭ ଟଙ୍କା ଥିବା ବେଳେ ଏବେ ୨୫୦ ଟଙ୍କାକୁ ଖସିଛି । ଦେଶରେ ମୁସଲିମଙ୍କ ବାର୍ଷିକ ଆୟ ୨୮%, ହିନ୍ଦୁଙ୍କ ୧୯% ଏବଂ ଶିଖଙ୍କ ବାର୍ଷିକ ଆୟରେ ସର୍ବାଧିକ ୫୭% ବୃଦ୍ଧି ହୋଇଛି । ଅଣଲାଭକାରୀ ସଂସ୍ଥା ପିପୁଲ୍ସ ରିସର୍ଚ୍ଚ ଅନ୍‌ ଇଣ୍ଡିଆସ କଞ୍ଜ୍ୟୁମର ଇକୋନୋମୀ (ପ୍ରାଇସ) ସର୍ଭେରୁ ଏହା ସାମ୍ନାକୁ ଆସିଛି । ଏହି ଅର୍ଥନୈତିକ ଥିଙ୍କ ଟ୍ୟାଙ୍କ ଦେଶର ୧୬୫ ଜିଲାର ୧୯୪୪ ଗ୍ରାମର ୨.୦୧ ଲକ୍ଷ ପରିବାରକୁ ନେଇ କରିଥିଲା ଏହି ସର୍ଭେ । ମୁସଲିମ୍ ପରିବାର ଗୁଡିକର ବାର୍ଷିକ ଆୟ ଗତ ୭ ବର୍ଷରେ ୨.୭୩ ଲକ୍ଷ ଟଙ୍କାରୁ ୨୭.୭% ବୃଦ୍ଧି ହୋଇ ୩.୪୯ ଲକ୍ଷ ଟଙ୍କା ଛୁଇଁଛି । 

ସେହିଭଳି ହିନ୍ଦୁ ପରିବାର ଆୟ ୨.୯୬ ଲକ୍ଷରୁ ୧୮.୮% ବୃଦ୍ଧି ହୋଇ ୩.୫୨ ଲକ୍ଷ ଛୁଇଁଛି । ରିପୋର୍ଟ ମୁତାବକ, ପୂର୍ବରୁ ଭଲ ଆୟ କରୁଥିବା ଲୋକଙ୍କ ତୁଳନାରେ ଆର୍ôଥକ ଦୁର୍ବଳ ବର୍ଗଙ୍କ ଆୟରେ ବୃଦ୍ଧି ହୋଇଛି । କୋଭିଡ ପୂର୍ବରୁ ଦେଶର ସବୁଠୁ କମ୍‌ ଆୟ କରୁଥିବା ୨୦% ଲୋକଙ୍କ ଦେଶର ଆୟକୁ ଯୋଗଦାନ ୩% ଥିଲା । ୨୦୨୨-୨୩ରେ ଏହା ୬.୫% ବୃଦ୍ଧି ହୋଇଛି । ସେହିଭଳି ଭଲ ଆୟକରୁଥିବା ୨୦% ଲୋକଙ୍କ ଯୋଗଦାନ ୫୨%ରୁ ୪୫%କୁ ଖସିଛି । ଏହାକୁ ଦେଖିଲେ ଉଚ୍ଚ ଆୟକାରୀଙ୍କ ଆୟ କମିଥିବା ବେଳେ ମଧ୍ୟମ ଏବଂ ଗରିବ ବର୍ଗଙ୍କ ଆୟ ବଢ଼ିଛି । ଫଳରେ ଏହାର ଫାଇଦା ସବୁ ବର୍ଗକୁ ହୋଇଛି । ଏ କ୍ଷେତ୍ରରେ ସରକାର ଗ୍ରହଣ କରୁଥିବା ସାମାଜିକ ଜନକଲ୍ୟାଣକାରୀ ଯୋଜନା ଯଥା ମାଗଣା ଖାଦ୍ୟ ଶସ୍ୟ, କିଶାନ ସମ୍ମାନନିଧିରେ ବ୍ୟାଙ୍କ ଖାତାକୁ ଟଙ୍କା ପଠାଇବା ଏବଂ ଆବାସ ଯୋଜନା ପ୍ରମୁଖ ଭୂମିକା ଗ୍ରହଣ କରିଛି । ଦେଶର ସଂଖ୍ୟାଲଘୁ ଗୋଷ୍ଠୀଙ୍କ ବିକାଶ କ୍ଷେତ୍ରରେ ମଧ୍ୟ ସାମାଜିକ ଯୋଜନାଗୁଡିକ ବେଶ ଲାଭକାରୀ ସାବ୍ୟସ୍ତ ହୋଇଛି । 

ସର୍ଭେ ମୁତାବକ, ସର୍ଭେ ହୋଇଥିବା ହିନ୍ଦୁ ପରିବାର ଗୁଡିକରେ ୨୧% ଗ୍ରାଜୁଏଟ ରହିଥିଲେ । ସେହିଭଳି ୨୧% ଏଭଳି ଘର ଥିଲା ଯେଉଁଥିରେ କେହି ନା କେହି କର୍ମନିଯୁକ୍ତି ପାଇଥିଲେ । ଏସ୍‌ଟିଏସ୍‌ସି ବର୍ଗରେ ସ୍ନାତକ ତୁଳନାରେ ଅଧିକ ପରିବାରରେ ନିଯୁକ୍ତି ପାଇଥିବା ଲୋକ ରହ ିଛନ୍ତି । ଏସ୍‌ସି ଏସ୍‌ଟି ବର୍ଗରେ ଯଥାକ୍ରମେ ୧୭% ଏବଂ ୧୧% ଘରେ ଗ୍ରାଜୁଏଟ ରହିଛନ୍ତି । ସେହିଭଳି ଏସ୍‌ସି ବର୍ଗରେ ୧୮% ଏବଂ ଏସ୍‌ଟି ବର୍ଗରେ ୧୫% ଘରେ ନିଯୁକ୍ତି ପାଇଥିବା ଲୋକ ରହିଛନ୍ତି । ସେହିଭଳି ଓବିସି ବର୍ଗରେ ୨୦% ଘରେ ଗ୍ରାଜୁଏଟ ରହିଛନ୍ତି । ମାତ୍ର ନିଯୁକ୍ତି ଥିବା ପରିବାର ଗୁଡିକର ସଂଖ୍ୟା ୧୮% । ସାଧାରଣ ବର୍ଗରେ ୨୯% ଘରେ ଗ୍ରାଜୁଏଟ ଏବଂ ୨୬% ଘରେ ନିଯୁକ୍ତି ପାଇଥିବା ଲୋକ ଅଛନ୍ତି । 

୨୦୧୬ରେ ହିନ୍ଦୁ ପରିବାରର ମାସିକ ଆୟ ୨୪,୬୬୭ ଟଙ୍କା ଥିବା ବେଳେ ମୁସଲିମ ପରିବାର କ୍ଷେତ୍ରରେ ଏହା ୨୨,୭୫୦ ଟଙ୍କା ରହିଥିଲା । ୨୦୨୩ରେ ଏହା ଯଥାକ୍ରମେ ୨୯,୩୩୩ ଟଙ୍କା ଏବଂ ୨୯,୦୮୩ ଟଙ୍କା ରହିଛି । ଦେଶରେ ଗତ ୭ ବର୍ଷରେ ୬୦ ଲକ୍ଷ ଶିଖ ପରିବାରର ବାର୍ଷିକ ଆୟ ୫୭.୭% ବଢ଼ିଛି । ଏହା ୪.୪୦ ଲକ୍ଷରୁ ବୃଦ୍ଧି ହୋଇ ୬.୯୩ ଲକ୍ଷ ଛୁଇଁଛି । ଅନ୍ୟ ସମ୍ପ୍ରଦାୟ ମଧ୍ୟରେ ଜୈନ ଏବଂ ପାର୍ସୀ ସମେତ ଅନ୍ୟ କିଛି ସମ୍ପ୍ରଦାୟ ଆସୁଛନ୍ତି । ଏମାନଙ୍କ ବାର୍ଷିକ ଆୟ ୫୩.୨% ବୃଦ୍ଧି ହୋଇ ୩.୬୪ ଲକ୍ଷ ଟଙ୍କାରୁ ୫.୫୭ ଲକ୍ଷ ଟଙ୍କା ଛୁଇଁଛି । ଏହି ସମ୍ପ୍ରଦାୟ ପୂର୍ବରୁ ଢ଼େର ସମ୍ପନ୍ନ । ଦେଶର ଆର୍ôଥକ ଅଭିବୃଦ୍ଧିରୁ ଏହି ବର୍ଗକୁ ସବୁଠାରୁ ଅଧିକ ଲାଭ ମିଳିଛି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.