ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ବୋର୍ଡ ବୈଠକରେ ମଞ୍ଜୁର: ୧୨,୦୦୦ କୋଟି ସଂଗ୍ରହ କରିବ ଏନ୍‌ଟିପିସି

ନୂଆଦିଲ୍ଲୀ,୩୦/୦୬: ନ୍ୟାସ୍‌ନାଲ ଥର୍ମାଲ ପାୱାର୍‌ କର୍ପୋରେଶନ ଅର୍ଥାତ୍‌ ଏନ୍‌ଟିପିସି ଲିମିଟେଡ୍‌କୁ କମ୍ପାନି ବୋର୍ଡ  ୧୨,୦୦୦ କୋଟି ଟଙ୍କା ସଂଗ୍ରହ କରିବା ପାଇଁ ମଞ୍ଜୁରି ଦେଇଛି । କମ୍ପାନି ଏହି  ପାଣ୍ଠିକୁ ବଣ୍ଡ୍‌ସ ଏବଂ ନନ୍‌ କନ୍‌ଭର୍ଟିବଲ  ଡିବେଞ୍ଚର(ଏନ୍‌ସିଡି) ଜାରି କରି ଉଠାଇବ । କମ୍ପାନି ପକ୍ଷରୁ ଷ୍ଟକ୍‌ ଏକ୍ସଚେଞ୍ଜ ଫାଇଲିଂରେ ଏହି ସୂଚନା ଦିଆଯାଇଛି ।  

ଏନ୍‌ଟିପିସି ପ୍ରକାଶ କରିଛି ଯେ, କମ୍ପାନି ବୋର୍ଡ ଶନିବାର ଏହାର ବୈଠକରେ ଅଂଶୀଦାରମାନଙ୍କ ମଞ୍ଜୁରି ଆଧାରରେ ପାଣ୍ଠି ସଂଗ୍ରହ ପ୍ରସ୍ତାବ ଉପରେ ମୋହର ମାରିଛି । କମ୍ପାନି ଏହି ପାଣ୍ଠିକୁ ସିକ୍ୟୋର୍‌ଡ/  ଅନ୍‌ସିକ୍ୟୋର୍‌ଡ, ଟିକସଭୁକ୍ତ/ ଟିକସମୁକ୍ତ,  କ୍ୟୁମୁଲେଟିଭ୍‌/ନନ୍‌ କ୍ୟୁମୁଲେଟିଭ୍‌ ଏବଂ  ନନ୍‌ କନ୍‌ଭର୍ଟିବଲ ଡିବେଞ୍ଚରକୁ ଏକ କିମ୍ବା  ଅଧିକ ସିରିଜ୍‌ରେ ଜାରି କରି ସଂଗ୍ରହ କରିବ ।  

ଶୁକ୍ରବାର ଏନ୍‌ଟିପିସିର ସେୟାର  ୦.୬୨% ବଢ଼ି ୩୭୯.୫୦ ଟଙ୍କାରେ ବନ୍ଦ  ହୋଇଛି । ଗତ ବର୍ଷକରେ ଏହା ୧୦୦.୬୩%  ରିଟର୍ଣ୍ଣ ଦେଇଛି । ଗତ ୬ ମାସରେ କମ୍ପାନିର  ସେୟାର ମୂଲ୍ୟ ୨୧.୯୭% ବୃଦ୍ଧି ପାଇଛି ।  କମ୍ପାନିର ବଜାର ପୁଞ୍ଜି ୩.୫୬ ଲକ୍ଷ କୋଟି  ଟଙ୍କାରେ ପହଞ୍ଚିଛି । ଏନ୍‌ଟିପିସି ଭାରତର  ଆଗ ଧାଡ଼ିର ବିଦ୍ୟୁତ୍‌ ଉତ୍ପାଦନକାରୀ  କମ୍ପାନିଗୁଡ଼ିକ ମଧ୍ୟରେ ଅନ୍ୟତମ ।  

୨୦୨୩-୨୪ ଆର୍ଥିକବର୍ଷର ଚତୁର୍ଥ  ତ୍ରୟମାସରେ ଏନ୍‌ଟିପିସିର ଲାଭ ବାର୍ଷିକ  ଆଧାରରେ ୩୩.୨୨% ବଢ଼ି ୬୪୯୦.୦୫  କୋଟି ଟଙ୍କା ରହିଥିଲା । ପୂର୍ବ ବର୍ଷ ସମାନ ସମୟରେ କମ୍ପାନିର ସାମଗ୍ରିକ ନେଟ୍‌  ଲାଭ ୪,୮୭୧.୫୫ କୋଟି ଟଙ୍କା ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.