ପ୍ରମୂଖ ଖବର
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ଜୋମାଟୋକୁ ଜିଏସ୍‌ଟି ଛାଟ, ୯.୫ କୋଟି ଦେବାକୁ ନୋଟିସ

ନୂଆଦିଲ୍ଲୀ,୦୧/୦୭ ଅନଲାଇନ ଫୁଡ ଡେଲିଭରି ପ୍ଲାଟଫର୍ମ ଜୋମାଟୋକୁ ମିଳିଛି ୯.୫ କୋଟିର ଜିଏସ୍‌ଟି ନୋଟିସ । କର୍ଣ୍ଣାଟକ  ଜିଏସ୍‌ଟି ୱିଙ୍ଗ କମ୍ପାନି ଜିଏସ୍‌ଟି, ସୁଧ ଏବଂ ଜରିମାନା ଆକାରରେ ଏହି ଅର୍ଥ ଦେବାକୁ ନୋଟିସ ଜାରି କରିଛି । କମ୍ପାନି ଏ ସମ୍ପର୍କରେ ଷ୍ଟକ ଏକ୍ସଚେଞ୍ଜକୁ ସୂଚନା ଦେଇଛି ।

 କମ୍ପାନିର ସୂଚନା ମୁତାବକ, ଏଥିରେ  ୫.୦୧ କୋଟିର ଜିଏସ୍‌ଟି, ୩.୯୩ କୋଟିର ସୁଧ ଏବଂ ୫୦ ଲକ୍ଷ ଟଙ୍କାର  ଜରିମାନା ଲାଗୁ ହୋଇଛି । ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଏହି ଟିକସ  ଦେବାକୁ କମ୍ପାନିକୁ କୁହାଯାଇଛି । ଏହି ଆଦେଶ ବିରୋଧରେ କମ୍ପାନି  କର୍ଣ୍ଣାଟକ ଟିକସ କର୍ତ୍ତୃପକ୍ଷଙ୍କ ନିକଟରେ ଅପିଲ କରିବ ବୋଲି କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.