ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ଚୀନ୍‌ ଉପରେ ବଢ଼ୁଛି ବାଣିଜ୍ୟିକ ନିର୍ଭରତା, ସାଉଦି ଆରବ ଉପରେ ନିର୍ଭରତା କମୁଛି

ନୂଆଦିଲ୍ଲୀ, ୩।୭: ୨୦୨୪ର ପ୍ରଥମ ତ୍ରୟମାସରେ ଚୀନ୍‌ ଏବଂ ୟୁରୋପ ଉପରେ ଭାରତର ବାଣିଜ୍ୟିକ ନିର୍ଭରତା ବୃଦ୍ଧି ପାଇଛି । ଅନ୍ୟପକ୍ଷରେ, ସାଉଦି ଆରବ ସହ ଏହା କମିଥିବା ୟୁନାଇଟେଡ୍‌ ନେସନ୍ସ ଟ୍ରେଡ୍‌ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ(ୟୁଏନ୍‌ସିଟିଏଡି) ଏହାର ଏକ ରିପୋର୍ଟରେ ପ୍ରକାଶ କରିଛି । ନିଜର ଗ୍ଲୋବାଲ ଟ୍ରେଡ୍‌ ଅପ୍‌ଡେଟ୍‌ରେ ୟୁଏନ୍‌ସିଟିଏଡି ପ୍ରକାଶ କରିଛି ଯେ, ବିଶ୍ୱ ବ୍ୟାପାର ଟ୍ରେଣ୍ଡ୍‌ ସକାରାତ୍ମକ ରହିଛି । ବିଶେଷକରି ଚୀନ୍‌, ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରୁ ରପ୍ତାନି ବୃଦ୍ଧି ଯୋଗୁଁ ଏହା ସମ୍ଭବ ହୋଇଛି । ଅନ୍ୟପକ୍ଷରେ, ୟୁରୋପ ଏବଂ ଆଫ୍ରିକାର ପ୍ରଦର୍ଶନ ନିରାଶାଜନକ ରହିଛି । ରିପୋର୍ଟ ଅନୁସାରେ, ଚଳିତ କ୍ୟାଲେଣ୍ଡର ବର୍ଷର ପ୍ରଥମ ତ୍ରୟମାସରେ ୟୁରୋପ ଏବଂ ଚୀନ୍‌ ଉପରେ ଭାରତର ବାଣିଜ୍ୟିକ ନିର୍ଭରତା ଯଥାକ୍ରମେ ୧% ଏବଂ ୧.୨% ବୃଦ୍ଧି ପାଇଛି । ଅନ୍ୟପକ୍ଷରେ, ସାଉଦି ଆରବ ଉପରେ ଏହା ୦.୫% ଖସିଛି ।  

ଆଲୋଚ୍ୟ ସମୟରେ ବିଶ୍ୱ ବାଣିଜ୍ୟ ଅଭିବୃଦ୍ଧି ଚୀନ୍‌, ଭାରତ ଏବଂ ଆମେରିକାରୁ ରପ୍ତାନି ବୃଦ୍ଧି ଯୋଗୁଁ ସମ୍ଭବ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ରିପୋର୍ଟ ଅନୁସାରେ, ଏହି ସମୟରେ ଚୀନ୍‌ରୁ ରପ୍ତାନି ୯% ବଢ଼ିଥିବାବେଳେ ଭାରତରୁ ୭% ଏବଂ ଆମେରିକାରୁ ୩% ବୃଦ୍ଧି ପାଇଛି । ତେବେ ୟୁରୋପରେ ରପ୍ତାନି କ୍ଷେତ୍ରରେ ଆଦୌ ଅଭିବୃଦ୍ଧି ଦେଖାଦେଇ ନ ଥିବାବେଳେ ଆଫ୍ରିକାରେ ଏହା ୫% ହ୍ରାସ ପାଇଛି । ଭାରତ ଏବଂ ଚୀନ୍‌ର ତ୍ରୟମାସିକ ରପ୍ତାନି ପ୍ରଦର୍ଶନ ଅତ୍ୟନ୍ତ ମଜଭୁତ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ୨୦୨୪ ପ୍ରଥମ ତ୍ରୟମାସରେ ବିକାଶମୁଖୀ ରାଷ୍ଟ୍ରଗୁଡ଼ିକର ବାଣିଜ୍ୟିକ ଅଭିବୃଦ୍ଧି ବିକଶିତ ଦେଶଗୁଡ଼ିକୁ ପାର୍‌ କରିଛି । ଆଲୋଚ୍ୟ ତ୍ରୟମାସରେ ବିଶ୍ୱ ବାଣିଜ୍ୟ ଟ୍ରେଣ୍ଡ୍‌ ସକାରାତ୍ମକ ରହିଛି । ଏହି ସମୟରେ ସାମଗ୍ରୀ କାରବାର ପାଖାପାଖି ୧% ବୃଦ୍ଧି ପାଇଛି । ସେବା କାରବାର ୧.୫% ବଢ଼ିଥିବା ୟୁଏନ୍‌ସିଟିଏଡି ଏହାର ରିପୋର୍ଟରେ ପ୍ରକାଶ କରିଛି । 

ବିଭିନ୍ନ କ୍ଷେତ୍ରରେ ବାଣିଜ୍ୟିକ ଅଭିବୃଦ୍ଧି ଭିନ୍ନ ଥିବାବେଳେ ସବୁଜ ଶକ୍ତି ଏବଂ ଏଆଇ ସମ୍ବନ୍ଧୀୟ ଉତ୍ପାଦଗୁଡ଼ିକ ମଜଭୁତ ଅଭିବୃଦ୍ଧି ନେଇ ବଢୁଥିବା ୟୁଏନ୍‌ସିଟିଏଡି ପ୍ରକାଶ କରିଛି । ୨୦୨୪ ଦ୍ୱିତୀୟ ତ୍ରୟମାସ ପାଇଁ ମଜଭୁତ ଟ୍ରେଣ୍ଡ୍‌ ଆଶା ରଖିଛି ୟୁଏନ୍‌ସିଟିଏଡି । ୨୦୨୪ ପ୍ରଥମାର୍ଦ୍ଧରେ ଏହା ୨% ବଢ଼ିବା ନେଇ ଏହା ଅନୁମାନ କରିଛି । ଯଦି ସକାରାତ୍ମକ ଟ୍ରେଣ୍ଡ୍‌ ରୁହେ ତେବେ ୨୦୨୪ରେ ବିଶ୍ୱ ବାଣିଜ୍ୟ ୩୨ ଲକ୍ଷ କୋଟି ଡଲାର ଛୁଇଁବା ଦେଇ ଆଶା ରଖିଛି ୟୁଏନ୍‌ସିଟିଏଡି ।

 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.