ପ୍ରମୂଖ ଖବର
  • ଝୁଲନ୍ତା ଅବସ୍ଥାରେ ଗଛରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଇସ୍କନ ରଥ ପାଇଁ ଟ୍ରାଫିକ୍‌ କଟକଣା, ସିଆର୍‌ପିରୁ ବରମୁଣ୍ଡା ସର୍ଭିସ ରୋଡରେ ଭାରୀଯାନ ମନା
  • ||
  • ସୁରଟରେ ଭୁଶୁଡ଼ିଲା ୫ ମହଲା କୋଠା, ୭ ମୃତ
  • ||
  • ଓଡ଼ିଆ ପୁଅକୁ ବୀରତା ସମ୍ମାନ, ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ଘୋଷଯାତ୍ରାରେ ମହାପ୍ରଭଙ୍କୁ ଦର୍ଶନ କରିବେ ମହାମହିମ, ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି
  • ||
  • ପଦ୍ମକେଶରପୁର ପୁଣି ଅଶାନ୍ତ, ଘନଘନ ବୋମାମାଡ଼, ବର୍ଷିଲା ପଥର, ୧୫ ଆହତ, ପୁଲିସ୍‌ ଆତଙ୍କିତ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ରଥଯାତ୍ରାରେ ଭିଜିବ ପୁରୀ
  • ||

ଶୁକ୍ରବାର ଆସିବ ୨୮ ହଜାର କୋଟିର ସରକାରୀ ବଣ୍ଡ୍‌, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ...

ନୂଆଦିଲ୍ଲୀ,୦୪/୦୭: ଚଳିତ ମାସ ୫ ତାରିଖରେ ସରକାର ୨୮ ହଜାର କୋଟିର ବଣ୍ଡ୍‌ ଜାରି କରିବେ । ରିଜର୍ଭ ବ୍ୟାଙ୍କ ଇଣ୍ଡିଆ  ଏହାର ନିଲାମ କରିବ । ଏ ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । 

୬ ହଜାର କୋଟି ଟଙ୍କାର ଏହାର ପ୍ରଥମ ଖେପ ୭.୦୨%  ସୁଧହାର ଦେବ । ଏହାର ପରିପକ୍ୱ ଅବଧି ୨୦୨୭ ରହିବ । ସେହିଭଳି  ୧୨ ହଜାର କୋଟି ଟଙ୍କାର ଦ୍ୱିତୀୟ ଖେପ ୭.୨୩% ସୁଧ ହାର ଦେବ । ଏହା ୨୦୩୯ରେ ପରିପକ୍ୱ ହେବ ଏବଂ ୧୦ ହଜାର କୋଟିର ତୃତୀୟ ଖେପ ପାଇଁ ୭.୩୦% ସୁଧହାର ନିର୍ଦ୍ଧାରିତ ହୋଇଛି । ଏହା ୨୦୫୩ରେ  ପରିପକ୍ୱ ହେବ । ମୂଲ୍ୟ ଭିତ୍ତିକ ନିଲାମରେ ଏକାଧିକ ମୂଲ୍ୟ ପଦ୍ଧତିରେ  ଏହାକୁ ନିଲାମ କରାଯିବ । ୩ଟି ଯାକ ପର୍ଯ୍ୟାୟରେ ଅତିରିକ୍ତ ୨ ହଜାର  କୋଟିର ଅତିରିକ୍ତ ସବସ୍କ୍ରିପସନ ସୁବିଧା ମଧ୍ୟ ମିଳିବ । ନନ୍‌ କମ୍ପିଟେଟିଭ  ବିଡିଂ ଫ୍ୟାସିଲିଟିରେ ଯୋଗ୍ୟ ବ୍ୟକ୍ତିବିଶେଷ ଏବଂ ସଂସ୍ଥାଗୁଡିକୁ ୫% ରାଶି ନିଲାମ କରାଯିବ । 

ଇଲେକ୍‌ଟ୍ରୋନିକ ଭାବେ ଇ-କୁବର  ସିଷ୍ଟମରେ ଜୁଲାଇ ୫ରେ ଉଭୟ କମ୍ପିଟେଟିଭ ଏବଂ ନନ୍‌ କମ୍ପିଟେଟିଭ  ବିଡ୍‌ ଡାକିବ ଆର୍‌ବିଆଇ । ନନ୍‌ କମ୍ପିଟେଟିଭ ବିଡ୍‌ ଲାଗି ପୂର୍ବାହ୍ନ ୧୦.୩୦ରୁ ୧୧ଟା ଯାଏ ସମୟ ରହିବ । ସେହିଭଳି ପୂର୍ବାହ୍ନ ୧୦.୩୦ରୁ  ୧୧.୩୦ ଯାଏ କମ୍ପିଟେଟିଭ ବିଡ୍‌ ଦାଖଲ କରିହେବ । ୮ରେ ସଫଳ  ବିଡରଙ୍କ ନାମ ଘୋଷଣା କରାଯିବ । ଆର୍‌ବିଆଇ ଗାଇଡ୍‌ଲାଇନ ଅନୁସାରେ ପ୍ରତିଭୂତିଗୁଡିକ ଯୋଗ୍ୟ ବିବେଚିତ ହେବେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.