ପ୍ରମୂଖ ଖବର
  • ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ କିଛି ଘଣ୍ଟାର ଅପେକ୍ଷା..ରଥଖଳାରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାରରେ ଲାଗିବ ରଥତ୍ରୟ
  • ||
  • ଉମରକୋଟ: ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ, ବାପା ଗୁରୁତର
  • ||
  • ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ: ୨୪ରେ ଉପବାଚସ୍ପତି ନିର୍ବାଚନ,୨୫ରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଶନିବାର ଜିମ୍ବାୱେ-ଭାରତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଯୁବ ବାହିନୀ
  • ||
  • ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନ ରହିବେ, ଗୁଣ୍ଡିଚା ଯାତ୍ରା ଦେଖିବେ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ, ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ ହେବ
  • ||
  • ୭ରେ ଲଘୁଚାପ: ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
  • ||

୬ ମାସରେ ସୁନା ୮,୦୦୦ ଟଙ୍କା ମହଙ୍ଗା, ୧୩.୩୭% ରିଟର୍ଣ୍ଣ ପାଇଲେଣି ନିବେଶକ

ନୂଆଦିଲ୍ଲୀ,୦୪/୦୭: ବର୍ଷର ପ୍ରଥମ ୬ ମାସରେ ସୁନା ନିଫ୍‌ଟିଠାରୁ ଭଲ ପ୍ରଦର୍ଶନ କରିଛି । ପ୍ରଥମ ୬ ମାସରେ ଏହା ୧୩.୩୭% ରିଟର୍ଣ୍ଣ ପ୍ରଦାନ କରିଛି । ଅନ୍ୟପକ୍ଷରେ, ଏହି ଅବଧିରେ ନିଫ୍‌ଟିରେ ୧୦.୫% ବୃଦ୍ଧି ଦେଖିବାକୁ ମିଳିଛି । ଟଙ୍କା ହିସାବରେ ଦେଖିଲେ ଏହି ଅବଧିରେ ଏମ୍‌ସିଏକ୍ସ ଗୋଲ୍‌ଡ କଣ୍ଟ୍ରାକ୍ଟରେ ୧୦ ଗ୍ରାମ ପିଛା ସୁନା ପ୍ରାୟ  ୮,୪୦୦ ଟଙ୍କା ବଢ଼ିଛି । 

ଅନ୍ୟପକ୍ଷରେ, ଏ ଅବଧିରେ ସେନ୍‌ସେକ୍ସରେ ୨,୨୭୯ ପଏଣ୍ଟ ବୃଦ୍ଧି ଘଟିଛି । ଜୁଲାଇରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦର ସର୍ବକାଳୀନ ରେକର୍ଡ ସ୍ତର ୭୪,୭୭୭ ଟଙ୍କାରେ ପହଞ୍ଚିଯାଇଥିଲା । ଏବେ ଏହା ୭୧,୮୦୦ ଟଙ୍କା ନିକଟତର ରହିଛି । ମଧ୍ୟପ୍ରାଚ୍ୟରେ ଅସ୍ଥିରତା, ଚୀନ୍‌ର ସୁନା କ୍ରୟ ବୃଦ୍ଧି ଏବଂ ଫେଡେରାଲ ରିଜର୍ଭର ସୁଧ ହାର ହ୍ରାସ ସମ୍ଭାବନା ମଧ୍ୟରେ ସୁନା ଦରରେ ବୃଦ୍ଧି ଦେଖିବାକୁ ମିଳିଛି । 

ଗତ ୫ ବର୍ଷରେ ସୁନା ଏବଂ ନିଫ୍‌ଟିର ପ୍ରଥମ ୬ ମାସର ପ୍ରଦର୍ଶନକୁ ଯଦି ଦେଖାଯାଏ ତେବେ ସୁନା ଭଲ ରିଟର୍ଣ୍ଣ ଦେଇଛି । ୨୦୧୯ ଏବଂ ୨୦୨୩ ମଧ୍ୟରେ ସୁନାର ରିଟର୍ଣ୍ଣ ୪ ଥର ଭଲ ରହିଛି । 

ସୁନାର ପ୍ରଦର୍ଶନକୁ ନେଇ ରିଧିସିଦ୍ଧି ବୁଲିୟନ ଲିମିଟେଡ୍‌ର ଏମ୍‌ଡି ଏବଂ ଆଇବିଜେଏର ରାଷ୍ଟ୍ରୀୟ ମୁଖ୍ୟ ପୃଥ୍ୱୀରାଜ କୋଠାରୀ କୁହନ୍ତି ଯେ, ଫେବ୍ରୁଆରୀ ଏବଂ ଏପ୍ରିଲ ମଧ୍ୟରେ ୧୮% ବୃଦ୍ଧି ସହିତ ରେକର୍ଡ ଉଚ୍ଚ ସ୍ତରରେ ପହଞ୍ଚିବା ପରେ ସୁନା ୭୧,୦୦୦-୭୨,୦୦୦ ଟଙ୍କା ସ୍ତରରେ ମଜଭୁତ ରହିଛି । ଏହି ଅବଧିରେ ୧୦ ଗ୍ରାମ ପିଛା ଏଥିରେ ୧୨,୦୦୦ ଟଙ୍କା ବୃଦ୍ଧି ଘଟିଥିଲା । ୨୦୨୪ ଅନ୍ତିମ ତ୍ରୟମାସରେ ଏହା ରେକର୍ଡ ଉଚ୍ଚ ସ୍ତରରେ ପହଞ୍ଚିପାରେ । ବର୍ଷ ଶେଷ ସୁଦ୍ଧା ଏହା  ୭୭,୦୦୦ ଟଙ୍କା ଛୁଇଁପାରେ ।

ସୂଚନାଯୋଗ୍ୟ, ଭୁ-ରାଜନୈତିକ ସମସ୍ୟା ବେଳେ ଲୋକେ ସୁନାକୁ ନିବେଶର ସୁରକ୍ଷିତ ମାଧ୍ୟମ ଭାବେ ଗଣନା କରନ୍ତି ଏବଂ ଏହି ଧାତୁରେ ଅଧିକ ନିବେଶ କରିଥାନ୍ତି । ଏହା ଦରକୁ ବଢ଼ାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.