ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍‌ ଲିକ୍‌ରେ ୮ ଶ୍ରମିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ଜଳବାୟୁ ସମାଧାନ ଦିଗରେ ବଡ଼ ପଦକ୍ଷେପ: ପୃଥିବୀର ତାତିରୁ ହେବ ବିଦ୍ୟୁତ୍‌ ଉତ୍ପାଦନ, ଏ ଦିଗରେ କାର୍ଯ୍ୟ କରୁଛି କାଲିଫର୍ଣ୍ଣିଆ କମ୍ପାନି

ନୂଆଦିଲ୍ଲୀ,୨୮/୦୬: ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି ସ୍ୱଚ୍ଛ ଉପାୟରେ ବିଦ୍ୟୁତ୍‌ ଉତ୍ପାଦନ ପ୍ରକ୍ରିୟାକୁ ବିଭିନ୍ନ ଦେଶ ଆପଣାଉଛନ୍ତି । ଏଭଳି  ସ୍ଥିତିରେ ଏକ ଭଲ ଖବର ଆସିଛି । ଖବର ହେଉଛି ଯେ, ପୃଥିବୀର ତାତିରୁ ହେବ  ବିଦ୍ୟୁତ୍‌ ଉତ୍ପାଦନ । ଏ ନେଇ ଜୋରଦାର ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି । 

ସୂତ୍ର  ଅନୁସାରେ, କାଲିଫର୍ଣ୍ଣିଆର ଏକ କମ୍ପାନି ଆମେରିକାରେ ସବୁଠାରୁ ବଡ଼ ଜିଓଥର୍ମାଲ ପାୱାର୍‌ ଡେଭଲପ୍‌ମେଣ୍ଟ(ଭୂତାପନ ଶକ୍ତି  ବିକାଶ) ଉପରେ କାର୍ଯ୍ୟ କରୁଛି । ଏହାଦ୍ୱାରା  ପୃଥିବୀର ତାତିରୁ ୪୦୦ ମେଗାୱାଟ୍‌ ସ୍ୱଚ୍ଛ ବିଦ୍ୟୁତ୍‌ ଉତ୍ପାଦନ ହେବ, ଯାହା ପ୍ରାୟ ୪  ଲକ୍ଷ ଘରକୁ ବିଜୁଳି ଯୋଗାଇବ । ସଦର୍ଣ୍ଣ କାର୍ଲିଫର୍ଣ୍ଣିଆ ଏଡିସନ୍‌ ନାମକ କମ୍ପାନି ହ୍ୟୁଷ୍ଟନ୍‌ ସ୍ଥିତ ଜିଓଥର୍ମାଲ କମ୍ପାନି  ଫେର୍‌ଭୋ ଏନର୍ଜିଠାରୁ ଏହି ବିଦ୍ୟୁତ୍‌କୁ କିଣିବ । ଫେର୍‌ଭୋ ପକ୍ଷରୁ ଏହି ଘୋଷଣା କରାଯାଇଛି । କମ୍ପାନି ବିଦ୍ୟୁତ୍‌ ଉତ୍ପାଦନ  ଲାଗି ଦକ୍ଷିଣ-ପଶ୍ଚିମ ୟୁଟାରେ ୧୨୫ଟି  କୁପ ଖୋଳୁଛି ।  ଏହି ସ୍ୱଚ୍ଛ ଶକ୍ତି ପ୍ରକଳ୍ପ ଦ୍ୱାରା  ପାରମ୍ପରିକ ପାୱାର ପ୍ଲାଣ୍ଟର ଆବଶ୍ୟକତା  କମିବ । 

ପ୍ରକାଶଯୋଗ୍ୟ, ଜଳବାୟୁ  ପରିବର୍ତ୍ତନର ଏକ ବଡ଼ କାରଣ ହେଉଛି  ପାରମ୍ପରିକ ପାୱାର ପ୍ଲାଣ୍ଟ । ପ୍ରିନ୍ସଟନ  ବିଶ୍ୱବିଦ୍ୟାଳୟରେ ଏନର୍ଜି ସିଷ୍ଟମ୍ସ  ଗବେଷକ ୱିଲ୍‌ସନ ରିକ୍ସ କୁହନ୍ତି,  ଏହି ପ୍ରକଳ୍ପ ନୂତନ ପିଢ଼ି ଜିଓଥର୍ମାଲ  ଏନର୍ଜି ଖର୍ଚ୍ଚକୁ କମ୍‌ କରି ଏକ ଲମ୍ବା  ରାସ୍ତା ନିର୍ଦ୍ଧାରଣ କରିପାରେ । ୱିଲ୍‌ସନ  ରିକ୍ସ ଆହୁରି କହିଛନ୍ତି ଯେ, ଯଦି ଏହି  ବିଦ୍ୟୁତ୍‌ କ୍ରୟ ଏ ଟେକ୍ନୋଲୋଜିକୁ  ଭୂଇଁକୁ ଓହ୍ଲାଇବାରେ ସାହାଯ୍ୟ କରେ  ତେବେ ଗ୍ଲୋବାଲ ଡିକାର୍ବୋନାଇଜେସନ୍‌  ପାଇଁ ଏହା ବଡ଼ ସ୍ତରରେ ପ୍ରଭାବଶାଳୀ  ହେବ । 

ଆଜି ବି ୨୪ ଘଣ୍ଟା ବିଜୁଳି ପାଇଁ  ସମଗ୍ର ବିଶ୍ୱ ମୁଖ୍ୟତଃ ଜୀବାଶ୍ମ ଇନ୍ଧନ  ଉପରେ ନିର୍ଭର କରୁଛି । ଫେର୍‌ଭୋର  ଉପ-ସଭାପତି(ଷ୍ଟ୍ରାଟେଜି) ସାରା ଜେୱେଟ୍‌  କୁହନ୍ତି, ଏହି ନୂଆ କ୍ରୟ ଚୁକ୍ତିରୁ ସ୍ପଷ୍ଟ  ହେଉଛି ଯେ, ସ୍ୱଚ୍ଛ ଶକ୍ତି ବିଦ୍ୟୁତ୍‌ର ବର୍ଦ୍ଧିତ  ଆବଶ୍ୟକତାକୁ ପୂରଣ କରିପାରେ  ।  ଆମେରିକାର ଏନର୍ଜି ଇନ୍‌ଫର୍ମେଶନ୍‌  ଆଡ୍‌ମିନିଷ୍ଟ୍ରେସନ୍‌ ଅନୁସାରେ, ଆମେରିକା  ପୃଥିବୀର ତାତିକୁ ବ୍ୟବହାର କରି ବିଜୁଳି  ଉତ୍ପାଦନରେ ବିଶ୍ୱର ପ୍ରମୁଖ ଦେଶ ମଧ୍ୟରୁ  ଅନ୍ୟତମ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.