ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

୨୦୨୫ରୁ ସବୁ ମୋବାଇଲ ସି ପୋର୍ଟ ଚାର୍ଜିଂ ବ୍ୟବସ୍ଥା, ଦେଶରେ ଇ-ବର୍ଜ୍ୟ ପରିମାଣ କମାଇବାକୁ ସରକାର ପଦକ୍ଷେପ

ନୂଆଦିଲ୍ଲୀ, ୨୭।୬: ମୋବାଇଲ ଫୋନ୍‌ଗୁଡ଼ିକୁ ଚାର୍ଜ କରିବା ପାଇଁ ସଦ୍ୟତମ ଜ୍ଞାନକୌଶଳ ସମ୍ୱଳିତ ସି ପୋର୍ଟ ବ୍ୟବସ୍ଥାକୁ ୟୁରୋପୀୟ ସଂଘ ବାଧ୍ୟତାମୂଳକ କରିବା ପରେ ଭାରତ ମଧ୍ୟ ଅନୁରୂପ ବ୍ୟବସ୍ଥା ଆପଣାଇବ ବୋଲି ଜଣାଯାଇଛି । ଆସନ୍ତା ବର୍ଷ ଜୁନ୍ ମାସରୁ ଦେଶର ଫୋନ୍ ନିର୍ମାତାମାନେ ସେମାନଙ୍କର ଫୋନ୍ ଓ ଟାବଲେଟ୍‌ଗୁଡ଼ିକରେ କେବଳ ସି-ପୋର୍ଟ ଚାର୍ଜିଂ ବ୍ୟବସ୍ଥା ରଖିବାକୁ ସରକାର ସମୟ ଧାର୍ଯ୍ୟ କରିଛନ୍ତି । ତଦନୁଯାୟୀ, ଅନୁରୂପ କେବୁଲ୍ ମଧ୍ୟ ଯୋଗାଇବାକୁ କୁହାଯାଇଛି । ସେହିପରି ୨୦୨୬ ଶେଷ ସୁଦ୍ଧା ଲାପ୍‌ଟପ୍‌ଗୁଡ଼ିକରେ ମଧ୍ୟ ଅନୁରୂପ ଚାର୍ଜିଂ ବ୍ୟବସ୍ଥା ବାଧ୍ୟତାମୂଳକ କରାଯିବ । 

ତେବେ ବର୍ତ୍ତମାନ ପାଇଁ ହେଡ୍‌ଫୋନ୍ ଓ ଇୟରଫୋନ୍ ପାଇଁ ଏହା ଲାଗୁ ହେବନାହିଁ । ଦେଶରେ ଇ-ବର୍ଜ୍ୟ ପରିମାଣ କମାଇବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ସମ୍ପ୍ରତି ଏହି ଇ-ବର୍ଜ୍ୟ ଏକ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ତାହାର କ୍ରମବର୍ଦ୍ଧିଷ୍ଣୁ ପ୍ରରାଣରେ ରୋକ୍ ଲଗାଇବା ପାଇଁ ବିଭିନ୍ନ ଦେଶ ପକ୍ଷରୁ ଏପରି ଦୃଢ଼ କଟକଣାମାନ ଲାଗୁ କରାଯାଉଛି । 

ତେବେ ଆଶ୍ୱସ୍ତିର ବିଷୟ, ଆପଲ୍ କମ୍ପାନୀ ସମେତ ଅନ୍ୟ ଫୋନ୍ ନିର୍ମାତାମାନେ ସେମାନଙ୍କ ଫୋନ୍‌ଗୁଡ଼ିକରେ ପୂର୍ବରୁ ଏହି ସି ପୋର୍ଟ ଚାର୍ଜିଂ ବ୍ୟବସ୍ଥା ଖଞ୍ଜି ସାରିଛନ୍ତି । ତେଣୁ ସରକାରଙ୍କ ଏହି ନୂତନ କଟକଣା ସେମାନଙ୍କ ଉପରେ ବିଶେଷ କିଛି ପ୍ରଭାବ ପକାଇବ ନାହିଁ । ଅପରପକ୍ଷେ, ଅଳ୍ପ ମୂଲ୍ୟର ସାଧାରଣ ଫୋନ୍ ବ୍ୟବହାର କରୁଥିବା ନିମ୍ନ ବର୍ଗର ଗ୍ରାହକଙ୍କ ପାଇଁ ଏହା ସାମୟିକ ଭାବେ କଷ୍ଟକର ହେବ ନିଶ୍ଚୟ । ତେଣୁ ସମସ୍ତଙ୍କ ପାଇଁ ଏକ ପ୍ରକାର ଚାର୍ଜିଂ ବ୍ୟବସ୍ଥା କରାଇବା ଦ୍ୱାରା ବ୍ୟବହାରକାରୀମାନେ ଗୋଟିଏ ପ୍ରକାର ଚାର୍ଜରେ ସମସ୍ତ ଫୋନ୍ ସମେତ ଟାବଲେଟ୍, ଲାପଟପ୍ ଆଦି ଚାର୍ଜିଂ କରିପାରିବେ । ସୁତରାଂ, ପରୋକ୍ଷରେ ଏହା ଇ-ବର୍ଜ୍ୟ ପରିମାଣ କମାଇବ ବୋଲି ଆଶା କରାଯାଉଛି ।  

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.