ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କ ପାଇଁ ଜରୁରୀ ଅପଡେଟ୍‌: ଜୁଲାଇ ପହିଲାରୁ ନୂଆ ନିୟମ, ନେଣଦେଣ ପ୍ରୋସେସ୍‌ ଲାଗି ବିବିପିଏସ୍‌ ଅନିବାର୍ଯ୍ୟ

ନୂଆଦିଲ୍ଲୀ,୨୭/୦୬: କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କ ପାଇଁ ଜରୁରୀ ଅପଡେଟ୍‌ । ଜୁଲାଇ ପହିଲାରୁ କ୍ରେଡିଟ କାର୍ଡ ୟୁଜରଙ୍କ ଲାଗି କାର୍ଯ୍ୟକାରୀ ହେବାକୁ ଯାଉଛି ନୂଆ ନିୟମ । ଏହାର ସିଧାସଳଖ ପ୍ରଭାବ ୟୁଜରଙ୍କ ଉପରେ ପଡିପାରେ ।  ଜୁନ ୩୦ ପରେ ରିଜର୍ଭ ବ୍ୟାଙ୍କ ସବୁ କ୍ରେଡିଟ କାର୍ଡ ପେମେଣ୍ଟକୁ ଭାରତ ବିଲ୍‌ ପେମେଣ୍ଟ ସିଷ୍ଟମ (ବିବିପିଏସ୍‌) ଜରିଆରେ ପ୍ରୋସେସ୍‌ କରିବ । ତେବେ ସବୁଠାରୁ  ବଡ କଥା ହେଉଛି ଏଭଳି ବ୍ୟବସ୍ଥାକୁ ଦେଶର ପ୍ରମୁଖ ଘରୋଇ କ୍ଷେତ୍ର ବ୍ୟାଙ୍କ ଏଚ୍‌ଡିଏଫ୍‌ସି, ଆଇସିଆଇସିଆଇ ଏବଂ  ଆକ୍ସିସ୍‌ ବ୍ୟାଙ୍କ ମଧ୍ୟ ଲାଗୁ କରିନାହାନ୍ତି ।  

ଏସବୁ ବ୍ୟାଙ୍କ ଗ୍ରାହକଙ୍କୁ ୫ କୋଟି କାର୍ଡ ଜାରି କରିଛନ୍ତି । ବ୍ୟାଙ୍କ କିମ୍ବା ଋଣଦାତା ରିଜର୍ଭ ବ୍ୟାଙ୍କର ନିୟମ ଅନୁପାଳନ କରି ନ ଥିଲେ ୩୦ ପରେ ବିଲ୍‌ ପେମେଣ୍ଟ କ୍ଷେତ୍ରରେ ସମସ୍ୟା  ଉପୁଜିବ । ଫୋନପେ, କ୍ରିଡ ଭଳି  ଫିନଟେକ କମ୍ପାନିଗୁଡିକ ମଧ୍ୟ ନିୟମ  ଅନୁପାଳନ କରିବା ମଧ୍ୟ ବାଧ୍ୟତାମୂଳକ ।  ଏହି ସୀମା ମଧ୍ୟରେ ନିୟମ ଅନୁପାଳନ  କରିବାରେ ସମସ୍ୟା ଉପୁଜିପାରେ । ଫଳରେ  ଅନୁପାଳନ ସମୟ ସୀମା ୯୦ ଦିନ ବୃଦ୍ଧି  କରିବାକୁ ପେମେଣ୍ଟ ଶିଳ୍ପ ପକ୍ଷରୁ ନିବେଦନ  କରାଯାଇଛି । 

ଏକ ରିପୋର୍ଟ ଅନୁସାରେ ଏବେ ମୋଟ  ୩୪ ବ୍ୟାଙ୍କ ମଧ୍ୟରୁ କେବଳ ୮ ବ୍ୟାଙ୍କ ବିବିପିଏସ୍‌ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଫୋନ ପେ ଏବଂ କ୍ରିଡ ଭଳି କମ୍ପାନି ଏବେ  ବିବିପିଏସ୍‌ର ସଦସ୍ୟ ଅଛନ୍ତି । ତେବେ ବ୍ୟାଙ୍କଗୁଡିକ ଯଦି ଏହି ସୀମା ମଧ୍ୟରେ ନିୟମ  ପାଳନ କରିବାକୁ ସକ୍ଷମ ନ ହୁଅନ୍ତି, ଏହି  ପ୍ଲାଟଫର୍ମରେ ମଧ୍ୟ କ୍ରେଡିଟ କାର୍ଡ ବ୍ୟବହାର ହୋଇପାରିବ ନାହିଁ । ଅଦ୍ୟାବଧି ବିବିପିଏସ୍‌ ବ୍ୟବସ୍ଥା ଗ୍ରହଣ କରିଥିବା ବ୍ୟାଙ୍କ ମଧ୍ୟରେ  ରହିଛନ୍ତି, ଫେଡେରାଲ ବ୍ୟାଙ୍କ, କୋଟାକ  ମହିନ୍ଦ୍ରା, ଇଣ୍ଡିସଇଣ୍ଡ ବ୍ୟାଙ୍କ, ଏସ୍‌ବିଆଇ କାର୍ଡ ଏବଂ ବିଓବି କାର୍ଡ । ପେମେଣ୍ଟ ଶିଳ୍ପ ବିଶେଷଜ୍ଞ  କହିଛନ୍ତି, ଜାଲ ନେଣଦେଣକୁ ଚିହ୍ନଟ କରିବା  ସହ ଏହା ଉପରେ ରୋକ ଲଗାଇବା ଦିଗରେ ଏବେ କେନ୍ଦ୍ରୀୟ ବ୍ୟାଙ୍କ କଡା ପଦକ୍ଷେପ  ଗ୍ରହଣ କରିଛି । ଦେଶ ମଧ୍ୟରେ ହେଉଥିବା  ପେମେଣ୍ଟ ଧାରା ଉପରେ ନଜର ରଖିବାକୁ  ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.