ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ରୋଷେଇ ଘରଠୁ ନେଇ ବ୍ୟାଙ୍କ ଖାତା ପର୍ଯ୍ୟନ୍ତ ହେବ ବଡ଼ ପରିବର୍ତ୍ତନ, ସିଧାସଳଖ ସାଧାରଣ ଲୋକଙ୍କ ପକେଟ୍ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ, ୨୭।୬: ଶେଷ ହେବାକୁ ଯାଉଛି ଜୁନ୍ ମାସ । ଆଉ ମାତ୍ର ୩ ଦିନ ବାକି । ଏହାପରେ ଜୁଲାଇ ୧ରୁ ସାରା ଦେଶରେ ୫ଟି ବଡ଼ ପରିବର୍ତ୍ତନ ଦେଖାଦେବ । ଯାହା ସିଧାସଳଖ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ମୋବାଇଲ ଫୋନ୍‌ ଉପରେ ପ୍ରଭାବ ପଡ଼ିପାରେ । ଏଥିରେ ଏଲପିଜି ସିଲିଣ୍ଡର ଦରଠୁ ଆରମ୍ଭ କରି କ୍ରେଡିଟ୍ କାର୍ଡ ନିୟମ ସାମିଲ । ଯାହା ସିଧାସଳଖ ସାଧାରଣ ଲୋକଙ୍କ ପକେଟ୍ ଉପରେ ପ୍ରଭାବ ପକାଇବ । ଆସନ୍ତୁ ଜାଣିବା ଏହି ୫ଟି ପରିବର୍ତ୍ତନ ବିଷୟରେ । 

ଏଲପିଜି ସିଲିଣ୍ଡର ଦର :

ତେଲ କମ୍ପାନୀଗୁଡ଼ିକ ମାସ ଆରମ୍ଭରେ ଏଲପିଜି ସିଲିଣ୍ଡର ଦରରେ ସଂଶୋଧନ ଆଣିଥାନ୍ତି । ୧ ଜୁଲାଇ ୨୦୨୪ରେ ସକାଳ ୬ଟାରୁ ଏହି ପରିବର୍ତ୍ତନ ଦେଖାଦେବ । ଗତ କିଛି ଦିନ ମଧ୍ୟରେ ୧୯ କିଗ୍ରା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦରରେ ଅନେକ ଥର ପରିବର୍ତ୍ତନ ଦେଖାଦେଇଛି । କିନ୍ତୁ, ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ଦୀର୍ଘ ଦିନ ଧରି ସ୍ଥିର ରହିଛି । ତେବେ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାର ଗଠନ ହେବା ପରେ ଏଥର ଘରୋଇ ସିଲିଣ୍ଡରର ଦରରେ ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି ଆଶା ରଖିଛନ୍ତି ଗ୍ରାହକ । 

ଏଟିଏଫ୍‌ ଓ ସିଏନ୍‌ଜି-ପିଏନ୍‌ଜି ଦର :

ପ୍ରତି ମାସ ୧ ତାରିଖରେ କେବଳ ଏଲପିଜି ସିଲିଣ୍ଡରରେ ପରିବର୍ତ୍ତନ ହୁଏନି । ତେଲ କମ୍ପାନୀଗୁଡ଼ିକ ବିମାନ ଇନ୍ଧନ ଅର୍ଥାତ୍ ଏୟାର ଟର୍ବାଇନ ଫୁଏଲ୍ (ଏଟିଏଫ୍), ସିଏନ୍‌ଜି-ପିଏନ୍‌ଜି ଦାମ୍‌ରେ ମଧ୍ୟ ସଂଶୋଧନ କରନ୍ତି । ତେବେ ଏଟିଏଫ୍‌ ଦର ହ୍ରାସ ହେଲେ ବିମାନ ଯାତ୍ରୀମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିବା ବେଳେ ସିଏନ୍‌ଜି ଦର ହ୍ରାସ ହେଲେ ଚାଳକଙ୍କ ଖର୍ଚ୍ଚ ମଧ୍ୟ କମ୍ ହେବ । 

କ୍ରେଡିଟ୍ କାର୍ଡ :

କ୍ରେଡିଟ୍ କାର୍ଡର ବ୍ୟବହାର କରୁଛନ୍ତି କି ? ତେବେ ଜାଣି ରଖନ୍ତୁ, ୨୦୨୪ ଜୁଲାଇ ୧ ମାସ ଆରମ୍ଭରୁ କ୍ରେଡିଟ୍ କାର୍ଡରେ ପେମେଣ୍ଟ ସହ ଜଡ଼ିତ ବଡ଼ ପରିବର୍ତ୍ତନ ଲାଗୁ ହେବାକୁ ଯାଉଛି । ପେମେଣ୍ଟ ପ୍ଲାଟଫର୍ମରେ ବିଲ୍ ପେମେଣ୍ଟରେ କିଛି ଚିନ୍ତା ଦେଖାଦେଇପାରେ । ଏହି ପ୍ଲାଟଫର୍ମରେ କ୍ରେଡ୍, ଫୋନ୍‌ ପେ, ବିଲ୍ ଡେସ୍କ ଭଳି ଫୋନେଟିକ୍ ସାମିଲ । ଆର୍‌ବିଆଇର ନୂଆ ନିୟମ ଅନୁଯାୟୀ, ଜୁଲାଇ ୧ରୁ ସମସ୍ତ କ୍ରେଡିଟ୍ କାର୍ଡ ପେମେଣ୍ଟ ଭାରତ ବିଲ୍ ପେମେଣ୍ଟ ସିଷ୍ଟମ ଅର୍ଥାତ୍, ବିବିପିଏସ୍ ମାଧ୍ୟମରେ କରାଯିବ । ଏହା ପରେ ସମସ୍ତଙ୍କୁ ଭାରତ ବିଲ୍ ପେମେଣ୍ଟ ସିଷ୍ଟମ୍ ମାଧ୍ୟମରେ ବିଲିଂ କରିବାକୁ ହେବ । 

ସିମ୍‌ କାର୍ଡ ନିୟମ :

ଟ୍ରାଇ ପକ୍ଷରୁ ସୁରକ୍ଷାକୁ ଧ୍ୟାନରେ ରଖି ନିୟମରେ ପରିବର୍ତ୍ତନ କରାଯାଇଛି । ଯାହା ୧ ଜୁଲାଇ ୨୦୨୪ରେ ଲାଗୁ କରାଯିବ । ଟ୍ରାଇ ମୋବାଇଲ ନମ୍ୱର ପୋର୍ଟେବିଲିଟି ନିୟମରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି । ସିମ୍ ସ୍ୱାପ୍ ଫ୍ରଡ୍‌ରୁ ରକ୍ଷା ପାଇବା ଲାଗି ଟ୍ରାଇ ପକ୍ଷରୁ ଏହି ନିୟମ ଲାଗୁ କରାଯାଇଛି । ପୂର୍ବରୁ ସିମ୍‌କାର୍ଡ ଚୋରି ହେଲେ କିମ୍ୱା ନଷ୍ଟ ହୋଇଗଲେ ଷ୍ଟୋରରୁ ଗ୍ରାହକଙ୍କୁ ତୁରନ୍ତ ସିମ୍ କାର୍ଡ ମିଳିଯାଏ । କିନ୍ତୁ, ନୂଆ ନିୟମ ଲାଗି ଆପଣଙ୍କୁ କିଛି ଦିନ ଅପେକ୍ଷା କରିବାକୁ ହେବ । ନୂଆ ସିମ୍ କାର୍ଡ ପାଇବାକୁ ହେଲେ ଗ୍ରାହକଙ୍କୁ ୭ ଦିନ ଅପେକ୍ଷା କରିବାକୁ ହେବ । 

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) : 

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ମଧ୍ୟ ଆସିଛି ବଡ଼ ପରିବର୍ତ୍ତନ । ଯଦି ଆପଣଙ୍କର ପିଏନ୍‌ବି ଆକାଉଣ୍ଟ ରହିଛି, ଆପଣ ଏହାକୁ ବର୍ଷ ବର୍ଷ ଧରି ବ୍ୟବହାର କରିନାହାନ୍ତି, ତେବେ ଏହା ୧ ଜୁଲାଇ ୨୦୨୪ରୁ ବନ୍ଦ ହୋଇଯିବ । ଯେଉଁ ପିଏନ୍‌ବି ଆକାଉଣ୍ଟରେ ଗତ ୩ ବର୍ଷ ଧରି କୌଣସି ଟ୍ରାନଜାକସନ୍ ହୋଇନାହିଁ ଏବଂ ଏହି ଆକାଉଣ୍ଟ ବାଲାନ୍ସ ଶୂନ ଥିବ, ଏହି ଆକାଉଣ୍ଡଗୁଡ଼ିକୁ ଜୁନ୍ ୩୦ ମଧ୍ୟରେ ବ୍ୟାଙ୍କ ଶାଖାକୁ ଯାଇ କେୱାସି କରିନିଅନ୍ତୁ ବୋଲି ବ୍ୟାଙ୍କ ଦ୍ୱାରା ସୋସିଆଲ ମିଡିଆରେ ଏନେଇ ବାରମ୍ୱାର ସତର୍କ କରାଯାଉଛି । ନଚେତ୍ ୧ ଜୁଲାଇରୁ ଏହି ଆକାଉଣ୍ଟ ବନ୍ଦ ହୋଇଯାଇପାରେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.