ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ସିସିଟିଭି ଭାଙ୍ଗି ଚୋରୀ କଲେ… ପରେ ଛାତରେ ବସି ଖାଇଲେ ଆଇସକ୍ରିମ ଏବଂ ଚକୋଲେଟ

ନୂଆଦିଲ୍ଲୀ,୩୦/୬ : ଝାନ୍ସି ସହରର କେତଓ୍ବାଲୀ ସହରରେ ଚୋରୀର ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ ଚୋର ଦୋକାନରୁ ଟଙ୍କା ଏବଂ ଅନ୍ୟ ଜିନିଷ ସହ ଦେଢ ଲକ୍ଷ ଟଙ୍କାର ଜିନିଷ ଚୋରୀ କରି ନେଇଛନ୍ତି । ଏହାପରେ ଛାତରେ ଆଇସକ୍ରିମ ଏବଂ ମହଙ୍ଗା ଚକୋଲେଟ ଖାଇ ଉପଭୋଗ କରିଛନ୍ତି । ଗାମୁଛା ଢଙ୍କାଇ ଦୋକାନରେ ଚୋରୀ କରୁଥିବା ସିସିଟିଭିରେ କଏଦ ହୋଇଯାଇଛି । ଚୋର ସିସିଟିଭି କ୍ୟାମେରାକୁ ବି ଭାଙ୍ଗିବାକୁ ପ୍ରୟାସ କରିଥିଲା ।

ସୂଚନା ମୁତାବକ, ଝାନ୍ସି ସହରର କେତବାଲୀ ଅନ୍ତର୍ଗତ ଛନିୟାପୁରରେ ରହୁଥିବା ଅରବିନ୍ଦ ସାହୁଙ୍କ ସୁଭାଷଗଞ୍ଜରେ କନ୍ଫେକ୍ଶନାରୀର ଦୋକାନ ଅଛି । ଦୋକାନର ପାଖାପାଖି ଅରବିନ୍ଦଙ୍କ ଭିଣୋଇ ରବିନ୍ଦ୍ର ରହିଥାନ୍ତି । ପ୍ରତ୍ୟେକ ଦିନ ଭଳି ଅରବିନ୍ଦ ଦୋକାନ ବନ୍ଦ କରି ଘରକୁ ଚାଲି ଯାଇଥିଲେ । ସକାଳେ ରବିନ୍ଦ୍ର ଯେତେବେଳେ ଛାତ ଉପରେ ରଖାଯାଇଥିବା କୁଣ୍ଡରେ ପାଣି ଢାଳିବାକୁ ଯାଇଥିଲେ ତ ସେ ଆଇସକ୍ରିମ ଏବଂ ଚକୋଲେଟର ଡବ୍ବା ପଡ଼ିଥିବା ଦେଖିବାକୁ ପାଇଥିଲେ ।

ରବିନ୍ଦ୍ରଙ୍କୁ ଯେତେବେଳେ ସନ୍ଦେହ ହେଲା ତ ଅରବିନ୍ଦ ସାହୁଙ୍କୁ ସୂଚନା ଦେଇଥିଲେ । ପରେ ଅରବିନ୍ଦ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଦୋକାନ ଖୋଲିଲେ ତ ସେଠାରେ ଜିନିଷ ସବୁ ବିଛୁଡ଼ି ହୋଇଥିବା ପଡ଼ିଥିବା ଦେଖିବାକୁ ପାଇଥିଲେ । ଦୋକାନରେ ପ୍ରାୟ ଦୁଇ ଲକ୍ଷ ଟଙ୍କା ଏବଂ ଅନ୍ୟ ଦାମୀ ଜିନିଷ ଗାୟବ ଥିଲା।   ଯେତେବେଳେ ସିସିଟିଭି ଯାଞ୍ଚ କରିଥିଲେ ତ ସେଥିରେ ଏକ ବ୍ୟକ୍ତିଙ୍କ ଚେହେରାରେ ମାସ୍କ ଲାଗିଥିଲା ଏବଂ ଗାମୁଛାରେ ଢଙ୍କା ହୋଇଥିବାବେଳେ ଛାତ ରାସ୍ତାରୁ ଓହ୍ଲାଉଥିବା ନଜର ଆସିଥିଲେ । ସେ କ୍ୟାମେରାକୁ ବି ଭାଙ୍ଗିବାକୁ ପ୍ରୟାସ କରିଥିଲେ । ଚୋରୀ କରିବା ପରେ ସେ ଛାତ ଉପରକୁ ଯାଇଥିଲେ ଏବଂ ବୈଠକ କରି ଆଇସକ୍ରିମ ଏବଂ ଚକୋଲେଟର ମଜା ନେଇଥିଲେ ଏବଂ ଡବ୍ବାକୁ ଛାତ ଉପରେ ଛାଡ଼ି ଦେଇଥିଲେ ।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି କ୍ୟାମେରା ଦେଖିଥିଲେ । ପୋଲିସ ଏକ ଟିମ୍ ଗଠନ କରି ଚୋରୀର ଯାଞ୍ଚ ଆରମ୍ଭ କରି ଦେଇଛି । ପୋଲିସର କହିବା କଥା କି ଚୋରକୁ ଖୁବଶୀଘ୍ର ଗିରଫ କରାଯିବ । ପୋଲିସ ଅଧିକ୍ଷକ ଜ୍ଞାନେନ୍ଦ୍ର କୁମାରଙ୍କ କହିବା କଥା କି ଦୋକାନରେ ଚୋରୀର ସିସିଟିଭି ଭିଡ଼ିଓ ସାମ୍ନାକୁ ଆସିଛି । ପୀଡ଼ିତଙ୍କ ଲିଖିତ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ଆଗକୁ ତଦନ୍ତ ଜାରି ରହିବ ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.