ନୂଆଦିଲ୍ଲୀ,୩୦/୬: ଚିକେନ୍ ଶୋର୍ମା ଖାଇବାକୁ ଅଧିକାଂଶ ଲୋକେ ପସନ୍ଦ କରନ୍ତି। ହେଲେ ବର୍ତ୍ତମାନ ଏହାକୁ ନେଇ ଆସିଛି ଏକ ବଡ ଖବର। ବଜାରରେ ବିକ୍ରି ହେଉଛି ବ୍ୟାକ୍ଟେରିଆ ଯୁକ୍ତ ଚିକୋନ୍ ଶୋର୍ମା। ବିଭିନ୍ନ ହୋଟେଲ ଏବଂ ଦୋକାନରେ ଫିମ୍ପି ମାଡି ଯାଇଥିବା ଚିକେନ୍ ଶୋର୍ମା ବିକ୍ରି ହେଉଥିବା ସୂଚନା ମିଳିଛି । ଯାହାକୁ ନେଇ ଆକ୍ସନ ମୋଡରେ ଖାଦ୍ୟ ନିରାପତ୍ତା ବିଭାଗ।
ତେବେ ନିକଟରେ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆର ପରୀକ୍ଷଣରୁ ବେଙ୍ଗାଲୁରୁ ସମେତ କର୍ଣ୍ଣାଟକର ଅନେକ ଜିଲ୍ଲାରେ ବିକ୍ରି ହେଉଥିବା ଶୋରମାରେ ଜୀବାଣୁ ତଥା ବ୍ୟାକ୍ଟେରିଆ ଓ ୟେଷ୍ଟ ବା ଫିମ୍ପି ଥିବା ଜଣାପଡିଛି। ଏହାକୁ ଖାଇବା ପରେ କିଛି ଲୋକ ଅସୁସ୍ଥ ହୋଇପଡିଥିବା ଖବର ମଧ୍ୟ ସାମାନକୁ ଆସିଥିଲା। ଏହାପରେ କର୍ଣ୍ଣାଟକ ସରକାର ଆକ୍ସନମୋଡ୍ ଥିବା ବେଳେ ଅପରିଷ୍କାର ଶୋରମା ବିକ୍ରି କରୁଥିବା ବିଭିନ୍ନ ହୋଟେଲ ଓ ଦୋକାନ ବିରୋଧରେ କଟକଣା ଜାରି କରିଛନ୍ତି। ସେପଟେ FSSAI ବେଙ୍ଗାଲୁରୁର ହୋଟେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।