ପ୍ରମୂଖ ଖବର
  • ନାଗପୁର-ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା, ୭ ମୃତ, ୩ ଗୁରୁତର...
  • ||
  • ପୁଣି ବଢିଲା କେଜ୍ରିଓ୍ବାଲଙ୍କ ଅଡୁଆ, ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଲେ ସିବିଆଇ ସ୍ବତନ୍ତ୍ର କୋର୍ଟ...
  • ||
  • ନିଅଣ୍ଟିଆ ସ୍ଥିତିରେ ହୀରାକୁଦ ଜଳସ୍ତର, ଗତବର୍ଷଠାରୁ ୭ ଫୁଟ୍‌ ପାଣି କମ୍‌
  • ||
  • ୟୁଜିସି ନେଟ୍‌ ତାରିଖ ଘୋଷଣା କଲା ଏନ୍‌ଟିଏ, ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ପରୀକ୍ଷା
  • ||
  • ଅମରନାଥ ଯାତ୍ରା ଆରମ୍ଭ, ଅଗଷ୍ଟ ୧୯ ଯାଏ ଚାଲିବ, ପ୍ରଥମେ ଗଲେ ୪ ହଜାରରୁ ଅଧିକ ଯାତ୍ରୀ
  • ||
  • ବାରବାଡୋସ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ଫାଇଟ୍,ସଫଳ ହେବ ୧୭ ବର୍ଷର ଅପେକ୍ଷା
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ବିବାହିତ ମହିଳାଙ୍କୁ ଚାକିରି ଦେଉନାହିଁ ଫକ୍ସକନ୍‌ ପ୍ଲାଣ୍ଟ ! ରିପୋର୍ଟ ମାଗିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆଇଫୋନ୍ ଆସେମ୍ବଲ ପ୍ଲାଣ୍ଟ ଫକ୍ସକନ ବିବାହିତ ମହିଳାଙ୍କୁ ଚାକିରି ଦେଉନାହିଁ । ତାମିଲନାଡ଼ୁରେ ଥିବା ଏହି ପ୍ଲାଣ୍ଟ ବିବାହିତାଙ୍କୁ ଚାକିରି ଦେଉନଥିବା ନେଇ ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରୟଟର୍ସରେ ରିପୋର୍ଟ ପ୍ରକାଶ ପାଇଛି । ଏହା ପରେ ନରେନ୍ଦ୍ର ମୋଦୀ ସରକାର ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ତାମିଲନାଡୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ସମାନ ପାରିଶ୍ରମିକ ଧାରା ୧୯୭୬ ଆଧାରରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।  ଏହି ନିୟମରେ କୌଣସି ଭେଦଭାବ ହେବ ନାହିଁ ବୋଲି ସ୍ପଷ୍ଟ କୁହାଯାଇଛି।

 ଫକ୍ସକନ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ବିବାହିତ ମହିଳାଙ୍କୁ ଚାକିରି ଦେବାରୁ ବିରତ ରହୁଛି ବୋଲି ରୟଟର୍ସ କହିଛି। ତେବେ ୨୦୨୨ରେ କମ୍ପାନି ନିଯୁକ୍ତି ପ୍ରକ୍ରିୟାରେ ସମସ୍ୟା ହୋଇଛି ବୋଲି ଫକ୍ସକନ ଓ ଆପଲ ସ୍ବୀକାର କରିଛନ୍ତି ଓ ଏହାର ସମାଧାନ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ୨୦୨୩-୨୪ରେ ଚେନ୍ନାଇର ଶ୍ରୀପେରୁମ୍ବୁଦୁରରେ ଥିବା ପ୍ଲାଣ୍ଟରେ ଏଭଳି ଭେଦଭାବ ହୋଇଥିବା ରିପୋର୍ଟକୁ କମ୍ପାନୀ ଅସ୍ବୀକାର କରିଛି।ସେପଟେ ବିବାହିତ ମହିଳାଙ୍କୁ କାହିଁକି ଚାକିରି ଦେଉ ନାହିଁ ଫକ୍ସକନ, ତାକୁ ନେଇ ଚର୍ଚ୍ଚା ଲାଗିରହିଛି । 

 ଅବିବାହିତ ମହିଳାଙ୍କ ଅପେକ୍ଷା ବିବାହିତ ମହିଳାଙ୍କର ପରିବାର ପ୍ରତି ଅଧିକ ଦାୟିତ୍ବ ରହିଛି । ଏଥିପାଇଁ ସେମାନଙ୍କର ଚାକିରିରେ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଫକ୍ସକନ ଚିନ୍ତା କରୁଛି । ରୟଟର୍ସକୁ ସାକ୍ଷାତକାର ଦେଇ ଫକ୍ସକନ ଇଣ୍ଡିଆର ପୂର୍ବତନ ଏଚ୍ଆର ଏ. ପଲ କହିଛନ୍ତି ଯେ, ବିବାହିତ ମହିଳାଙ୍କୁ ଚାକିରି ଦେଲେ ଅଧିକ ରିକ୍ସ ଥାଏ । ସାଂସ୍କୃତିକ ପ୍ରସଙ୍ଗ ଓ ସାମାଜିକ ଚାପ ଯୋଗୁ ଫକ୍ସକନ ବିବାହିତ ମହିଳାଙ୍କୁ ନିଯୁକ୍ତି ଦିଏନାହିଁ। କାରଣ କମ୍ପାନି ଚିନ୍ତା କରୁଛି ଯେ, ବିବାହ ପରେ ମହିଳାଙ୍କର ଏକାଧିକ ସମସ୍ୟା ରହିଛି। ସେଥିମଧ୍ୟରୁ  ମହିଳାଙ୍କର ପିଲା ସମସ୍ୟା ଥାଏ ବୋଲି ଉଦାହରଣ ଦେଇ ପଲ୍ କହିଛନ୍ତି। 

 କେବଳ ପଲ୍ ନୁହଁନ୍ତି, ଭାରତରେ ଫକ୍ସକନରେ ନିଯୁକ୍ତି ଦେଉଥିବା ଏକାଧିକ ଏଜେନ୍ସିର ୧୭ ଜଣ କର୍ମଚାରୀ ଓ ୪ ପୂର୍ବତନ ଓ ବର୍ତ୍ତମାନ ଏଚ୍ଆର୍ ଏହି ଦାବିକୁ ସ୍ବୀକାର କରିଛନ୍ତି। ବିବାହିତ ମହିଳାଙ୍କର ଅତ୍ୟଧିକ ପାରିବାରିକ ଦାୟିତ୍ବ, ଅଧିକ ଛୁଟି ଓ ସେମାନେ ପିନ୍ଧୁଥିବା ଆଭୂଷଣରେ ମୋବାଇଲ୍ ଉତ୍ପାଦନରେ କ୍ଷତି ଆଦି କାରଣରୁ ଚେନ୍ନାଇ ପ୍ଲାଣ୍ଟ ସେମାନଙ୍କୁ ନିଯୁକ୍ତି ଦେଉ ନାହିଁ ବୋଲି ରୟଟର୍ସରେ ଖବର ପ୍ରକାଶ ପାଇଛି । ତେବେ ବିବାହିତ ମହିଳାଙ୍କୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇ ନାହିଁ। ରୟଟର୍ସର ଗବେଷଣାରେ ଜଣାପଡ଼ିଛି ଯେ ନିଯୁକ୍ତି ଏଜେନ୍ସିଗୁଡିକ ବିବାହିତ ମହିଳାଙ୍କୁ ସହଯୋଗ କରିବା ପାଇଁ ବିବାହ କଥାକୁ ଲୁଚାଇବାରେ ସହଯୋଗ କରନ୍ତି । ତେବେ ହାଇ ପ୍ରଡକ୍ସନ ପିରିଡ଼ିୟଡ ସମୟରେ ଯେତେବେଳେ ଅଧିକ ଶ୍ରମିକଙ୍କ ଆବଶ୍ୟକତା ପଡ଼ିଥାଏ ସେତେବେଳେ କମ୍ପାନି ଏହି ନିୟମରେ କୋହଳ କରୁଛି । 

 ଅନ୍ୟପଟେ ଆପଲ  ଓ ଫକ୍ସକନ ରୟଟର୍ସର ଏହି ରିପୋର୍ଟରେ ସତ୍ୟତା ନଥିବା କହିଛନ୍ତି । ବିବାହିତ ମହିଳା ଫକ୍ସକନରେ କାମ କରୁଛନ୍ତି ବୋଲି ଆପଲ କହିଛି।  ୨୦୨୨ରେ ଥିବା ସମସ୍ୟା ଜାଣିବା ପରେ ଆମେ ତୁରନ୍ତ ଆକ୍ସନ ନେଇଥିଲୁ। ଭାରତର ଆମର ସମସ୍ତ ସପ୍ଲାୟର ବିବାହିତ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ଆପଲ କହିଛି। ଫକ୍ସକନ ମଧ୍ୟ ଲିଙ୍ଗ ଆଧାରରେ କିମ୍ବା ବିବାହ ଆଧାରରେ କୌଣସି ଭେଦଭାବ ହେଉଥିବା ଘଟଣାକୁ ଅସ୍ବୀକାର କରିଛି। ନୂଆ ନିଯୁକ୍ତିରେ ୨୫ ପ୍ରତିଶତ ମହିଳା ବିବାହିତ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.