ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍‌ ଲିକ୍‌ରେ ୮ ଶ୍ରମିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ଅଭ୍ୟାସ ସମୟରେ ନଦୀରେ ଭାସିଗଲା ସେନା ଟ୍ୟାଙ୍କ, ୫ ଯବାନ ସହିଦ

ନୂଆଦିଲ୍ଲୀ: ଲଦାଖରେ ବଡ଼ ଦୁର୍ଘଟଣା । ନଦୀରେ ଟ୍ୟାଙ୍କ ପାରି କରାଇବା ନେଇ ସୈନ୍ୟ ଅଭ୍ୟାସ ସମୟରେ ବଡ଼ ଦୁର୍ଘଟଣା ଘଟିଛି । ନଦୀର ଜଳସ୍ତର ହଠାତ ବୃଦ୍ଧି ପାଇବାରୁ ବଢ଼ି ପାଣିରେ ଭାସିଗଲା ଟ୍ୟାଙ୍କର। ଫଳରେ ୫ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। 

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଦୌଲତବେଗ ଓଲ୍ଡି ଅଞ୍ଚଳରେ ସେନାର ଯବାନ ଟ୍ୟାଙ୍କ ଅଭ୍ୟାସ କରୁଥିବା ବେଳେ ନଦୀରେ ଅଚାନକ ଜଳସ୍ତର ବଢ଼ିଥିଲା। ଜଳସ୍ତର ବଢିବା କାରଣରୁ ଟ୍ୟାଙ୍କ୍ ନଦୀରେ ଭାସି ଯାଇଛି। ଏହି ଦୁର୍ଘଟଣାରେ ସେନାର ୫ ଜଣ ଯବାନ ସହିଦ ହୋଇଥିବା କୁହାଯାଉଛି। 

ସହିଦ ଯବାନଙ୍କ ମଧ୍ୟରେ ଜଣେ ଜେସିଓ ଅଛନ୍ତି । କୁହାଯାଉଛି ଯେ ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କଟି ହେଉଛି T-72। ଏହି ଟ୍ୟାଙ୍କଟି ଏକ ଟ୍ରେନିଂ ମିଶନରେ ଥିଲା । ନଦୀରେ ପାର ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଏହି ଦୁର୍ଘଟଣା ଘଟିଛି । 

 

  • Indian Army
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.