ପ୍ରମୂଖ ଖବର
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ମେଧା ପାଟେକରଙ୍କୁ ୫ ମାସ ଜେଲ୍, ଦିଲ୍ଲୀ ଏଲ୍‌ଜିଙ୍କ ମାନହାନୀ ପାଇଁ ମିଳିଲା ସଜା

ନୂଆଦିଲ୍ଲୀ,୧।୭: ମେଧା ପାଟେକରଙ୍କୁ ୫ ମାସର ସଜା। ସାମାଜିକ କର୍ମୀଙ୍କୁ ଦିଲ୍ଲୀର ସାକେତ କୋର୍ଟ ଉପରାଜ୍ୟପାଳ ବିନୟ ସାକ୍ସେନାଙ୍କ ପକ୍ଷରୁ ଦାଖଲ ଅପରାଧିକ ମାନହାନୀ ମାମଲାରେ ସଜା ଦିଆଯାଇଛି। ମେଧା ପାଟେକରଙ୍କ ଉପରେ ଅଭିଯୋଗ ଥିଲା ଯେ, ସେ ଉପରାଜ୍ୟପାଳଙ୍କ ବିରୋଧରେ ପ୍ରେସ୍ ରିଲିଜ ଜାରି କରିଥିଲେ ଓ ଏହାଦ୍ବାରା ଜନତାଙ୍କ ଭିତରେ ତାଙ୍କ ଛବିକୁ କ୍ଷତି ପହଁଞ୍ଚାଇବାର ଚେଷ୍ଟା କରାଯାଇଛି। କେବଳ ସେତିକି ନୁହେଁ କୋର୍ଟ ମେଧା ପାଟେକରଙ୍କୁ ନିର୍ଦେଶ ଦେଇଥିଲେ ସେ ୧୦ ଲକ୍ଷ ଟଙ୍କା ବିନୟ ସକସେନାଙ୍କୁ ଦିଅନ୍ତୁ। ଏହା ତାଙ୍କ ମାନହାନୀର କ୍ଷତିଭରଣା ପାଇଁ ହେବ।

କୋର୍ଟଙ୍କ ରାୟ ପରେ ମେଧା ପାଟେକରଙ୍କ ପ୍ରତିକ୍ରିୟା ମିଳିଛି। ସେ କହିଛନ୍ତି, ସତ୍ୟକୁ କେବେ ପରାଜିତ କରିହେବନି। ମୁଁ କାହାର ମାନହାନୀର ଚେଷ୍ଟା କରି ନାହିଁ। କେବଳ କାମ କରେ। ଏହି ରାୟକୁ ଆମେ ହାଇକୋର୍ଟରେ ଚ୍ୟାଲେଞ୍ଚ ଦେବୁ।’ 

ଉଲ୍ଲେଖନୀୟ ଯେ, ମେଧା ପାଟେକର ‘ନର୍ମଦା ବଚାଓ ଆନ୍ଦୋଳନ’ ସହ ଜଡିତ। ଏହା ପୂର୍ବରୁ କୋର୍ଟ ୭ ଜୁନ୍‌ରେ ହୋଇଥିବା ଶୁଣାଣିରେ ମେଧା ପାଟେକରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଓ ସଜା ଶୁଣାଣିବା ପାଇଁ ୧ ଜୁଲାଇର ତାରିଖ ଘୋଷଣା କରିଥିଲେ।ମେଧା ପାଟେକର ଓ ସକସେନାଙ୍କ ଭିତରେ ୨୦୦୦ ରୁ ଏହି ଆଇନଗତ ଲଢେଇ ଚାଲିଛି। 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.