ପ୍ରମୂଖ ଖବର
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ମନେ ରହିବ ଆଇପିସି ଧାରା 420, ୧୬୪ ବର୍ଷ ପରେ ନେଲା ବିଦାୟ

ନୂଆଦିଲ୍ଲୀ: ରାଜ କପୁର ଅଭିନୀତ ଚଳଚ୍ଚିତ୍ର ଶ୍ରୀ 420 ଖୁବ ଲୋକପ୍ରିୟତା ପାଇଥିଲା । ଆଜି ବି ଲୋକେ ଫିଲ୍ମଟିକୁ ପସନ୍ଦ କରୁଛନ୍ତି । ଥରେ ଚିନ୍ତା କଲେ, ଫିଲ୍ମ ଏବେ ସୁଟ୍‌ ହୋଇଥିଲେ ଏହାର ନାଁ କ’ଣ ଶ୍ରୀ 420 ହୋଇଥାନ୍ତା ? ହୁଏତ ନା । ଏବେ ଏହି ଫିଲ୍ମର ଶୀର୍ଷକ ଶ୍ରୀ-318 ହୋଇଥାନ୍ତା ।  ଧୋକା ଓ ଠକେଇ ପାଇଁ ଆଇପିସିର ଧାରା ୪୨୦ରେ ଦଣ୍ଡ ଦେବାର ପ୍ରାବଧାନ ଥିଲା । କିନ୍ତୁ ଆଜିଠୁ ଠକେଇ ସମ୍ବନ୍ଧିତ ଧାରାର କ୍ରମ ପରିବର୍ତ୍ତନ ହୋଇଯାଇଛି । ଭାରତୀୟ ନ୍ୟାୟ ସଂହିତା (ବିଏନଏସ୍‌)ରେ ଧୋକା ଏବଂ ଠକେଇ କରୁଥିବା ଲୋକଙ୍କ ବିରୋଧରେ ଧାରା ୩୧୮ ଲାଗିବ । ଅର୍ଥାତ ଏଣିକି କୌଣସି ଧୋକାବାଜ କିମ୍ବା ଠକକୁ ୪୨୦ କହିବା ଭୁଲ ହେବ ।

 ଆଇପିସିରେ ସବୁଠୁ ଅଧିକ ଲୋକପ୍ରିୟ ଧାରା କହିଲେ ୪୨୦କୁ ବୁଝୁଥିଲେ ଲୋକେ । ଏଣିକି ଏହାର କ୍ରମ ପରିବର୍ତ୍ତନ ହୋଇଥିବାରୁ ୪୨୦କୁ ଭୁଲିବା କଷ୍ଟକର ହୋଇପାରେ । ୪୨୦ ଧାରା କେବଳ ଯେ ପୋଲିସ ଏବଂ କୋର୍ଟ ଡାଏରିରେ ଥିଲା ତାନୁହେଁ ଦୈନନ୍ଦିନ ଜୀବନରେ ଲୋକଙ୍କ ଗହଣରେ ଏହାର ବହୁଳ ବ୍ୟବହାର ହେଉଥିଲା । ଯଦିଓ ୪୨୦ ଏବେ ୩୧୮ ହୋଇଛି କିନ୍ତୁ ଲୋକମାନେ ହୁଏତ ୪୨୦ ବ୍ୟବହାର କରିବା ବନ୍ଦ କରିପାରିବେ ନାହିଁ। ଅନକେ ଏକ୍ସ ୟୁଜର୍ସ ୪୨୦କୁ ନେଇ ଭିନ୍ନ ଭିନ୍ନ ମତ ଦେଇଛନ୍ତି । 

ଜଣେ ବରିଷ୍ଠ ଓକିଲ ଏମପି ମହେଶ ଜେଠାମଲାନି କହିଛନ୍ତି ଯେ, ଆଇପିସିର କେତେକ ସେକ୍ସନକୁ ମିସ୍‌ କରିବି । ବିଶେଷ କରି ୪୨୦ ମନେ ରହିବ । ସେକ୍ସନ ୪୨୦ ପ୍ରତିଟି ବ୍ୟକ୍ତିର   ମନ ମସ୍ତିଷ୍କରେ ପ୍ରିଣ୍ଟ ହୋଇ ରହିଛି ବୋଲି ସେ କହିଛନ୍ତି । ତେବେ ବ୍ରିଟିଶ ରାଜ ସମୟରେ ଫ୍ରଡ୍‌କୁ ରୋକିବା ଲାଗି ୧୮୬୦ ମସିହାରେ ନ୍ୟାୟ ବ୍ୟବସ୍ଥାରେ ୪୨୦କୁ ଯୋଗ କରାଯାଇଥିଲା । ୧୬୪ ବର୍ଷ ପରେ ଧାରା ୪୨୦ ବିଦାୟ ନେଇଛି ।

 ସୂଚନାଯୋଗ୍ୟ,  ୪୨୦ ଭଳି ହତ୍ୟା, ଦୁଷ୍କର୍ମ, ଡକାୟତି, ଚୋରି ଭଳି କେତେକ ଅପରାଧାର ଧାରା ପରିବର୍ତ୍ତନ ହୋଇଛି । ଆଇପିସିର ଦଫା ୩୦୨ ବଦଳିଯାଇ ଭାରତୀୟ ନ୍ୟାୟ ସିଂହିତାର ଧାରା ୧୦୩ ହୋଇଯାଇଛି । ସେହିଭଳି ତମାମ ପରିବର୍ତ୍ତନ ସହ ଜୁଲାଇ ୧ରୁ ମାମଲା ଆରମ୍ଭ ହୋଇଛି । ଏହି କ୍ରମରେ କୋର୍ଟରେ ମଧ୍ୟ ଶୁଣାଣି କରାଯିବ । କ୍ରିମିନାଲ ଲ’ରେ ପରିବର୍ତ୍ତନ କରାଯାଇ ଆଇପିସି ସ୍ଥାନରେ ଭାରତୀୟ ନ୍ୟାୟ ସିଂହିତା , ସିଆରପିସି ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଇଣ୍ଡିଆନ୍‌ ଏଭିଡେନ୍ସ ଆକ୍ଟ ପରିବର୍ତ୍ତେ ଭାରତୀୟ ସାକ୍ଷ ଅଧିନିୟମକୁ ସ୍ଥାନ ଦିଆଯାଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.