ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍‌ ଲିକ୍‌ରେ ୮ ଶ୍ରମିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ଦିଲ୍ଲୀରେ ବର୍ଷା ତାଣ୍ଡବ: ୨ ଶିଶୁଙ୍କ ସମେତ ୭ ମୃତ, ବୁଡିଲା ବସ୍‌-ଟ୍ରକ୍

ନୂଆଦିଲ୍ଲୀ,୨୯।୬:  ଲଗାଣ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ। ୮୮ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା। ଭୟଙ୍କର ବର୍ଷା ଯୋଗୁଁ ଏପର୍ଯ୍ୟନ୍ତ ୨ ଶିଶୁଙ୍କ ସହ ମୋଟ ୭ ଜଣଙ୍କର ମୃତ୍ୟୁ ହୋଇଛି। କେବଳ ସେତିକି ନୁହେଁ  ରାସ୍ତାଘାଟଠୁ ନେଇ ବିମାନବନ୍ଦର ସବୁଠି ଜଳବନ୍ଦୀ ପରିସ୍ଥିତି। ସ୍ଥିତି ଏତେ ଭୟଙ୍କର ଯେ, ରାସ୍ତାରେ ବସ୍ ଟ୍ରକ୍ ମଧ୍ୟ ବୁଡି ଯାଉଛି। ଏହାପରେ ଉଦ୍ଧାରକାରୀ ଦଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାର କାମ ଚାରି ରଖିଛି। 

୪ଟି ଅଲଗା ଅଲଗା ଘଟଣାକ୍ରମରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ଭିତରେ ୮ରୁ ୧୦ ବର୍ଷର ଶିଶୁ ରହିଛନ୍ତି। କୁହାଯାଉଛ ଯେ, ସେମାନେ ଖେଳିବା ସମୟରେ ହଠାତ ବୁଡି ଯାଇଥିଲେ। ଆଉ ଏକ ଘଟଣାରେ ଜଣେ ବୟସ୍କ ଲୋକ ଅଣ୍ଡରପାସ୍‌ରେ ବର୍ଷା ପାଣି ଯୋଗୁ ବୁଡି ମୃତ୍ୟୁ ହୋଇଛି। 

ବସନ୍ତ ବିହାରରେ ତିନି ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ପ୍ରବଳ ବର୍ଷା କାରଣରୁ ଏକ ନିର୍ମାଣଧିନ କାନ୍ଥ ଖସି ପଡିଥିଲା। ଫଳରେ ମାଟି ତଳେ ଚାପି ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ତିନି ଜଣ ଶ୍ରମିକଙ୍କ ମୃତଦେହକୁ ବାହାର କରିଛି। ଏହାଛଡା ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀର ଏୟାରପୋର୍ଟର ଟର୍ମିନାଲ-୨ର ଛାତର ଏକ ଅଂଶ ଧସି ଯିବା କାରଣରୁ ଜଣଙ୍କର ମୃତ୍ୟୁ ହୋଉଛି। 

ସୂଚନା ଅନୁସାରେ, ଉସମାନପୁର ଅଞ୍ଚଳର ବନ୍ୟା ପାଣିରେ ଭାସିଯାଇ ଜଣେ ୮ ଏବଂ ଅନ୍ୟ ଜଣେ ୧୦ ବର୍ଷର ନାବାଳକଙ୍କ ମୃତ୍ୟୁ ଘଟିଛି। ସେମାନେ ଖେଳୁଥିବା ସମୟରେ ପାଣିରେ ଭାଲି ଯାଇଥିଲେ। ସେହିପରି ବସନ୍ତ ବିହାର ନିକଟରେ ଏକ ନିର୍ମାଣଧିନ ପାଚେରୀ ଭୁଶୁଡ଼ି ତିନି ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ ଛାତ ଭୁଶୁଡିବା ପରେ ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୫ ଜଣ ଆହତ ମଧ୍ୟ ହୋଇଛନ୍ତି। ଏଥିସହ ଏକାଧିକ କାର୍ ଓ ବହୁ ମୂଲ୍ୟର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ୧୯୩୬ ପରେ ସହରରେ ଗତ ୮୮ ବର୍ଷରେ ଜୁନ୍‌ରେ ସବୁଠାରୁ ଅଧିକ ବର୍ଷା ରେକର୍ଡ କରାଯାିଛି।  ୧୯୦୧ ରୁ ୨୦୨୪ ମଧ୍ୟ ଏହା ଦ୍ବିତୀୟ ସବୁଠାରୁ ବଡ ବର୍ଷା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.