ପ୍ରମୂଖ ଖବର
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ

ଭୁବନେଶ୍ୱର,୩୦/୦୬: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷିଛି । ଗତ ୨୪ ଘଣ୍ଟାରେ ଅନୁଗୁଳରେ ସର୍ବାଧିକ ୧୪୩ ମିମି ବର୍ଷା ହୋଇଛି । ଆହୁରି ନିର୍ଧୁମ ବର୍ଷିଛି । ଆସନ୍ତା ୩ରୁ ପ୍ରବଳ ବର୍ଷା ହେବ । ଚାଷୀ ଶୀଘ୍ର ବିହନ ବୁଣାବୁଣି କାମ ସାରନ୍ତୁ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡା. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।

ତଥାପି ରାଜ୍ୟର ୧୯ ଜିଲ୍ଲା ନିଅଣ୍ଟିଆ ବର୍ଷା ସ୍ଥିିତିରୁ ବାହାରି ପାରୁନି । ମୟୂରଭଞ୍ଜ ଓ ବାଲେଶ୍ୱରରେ ସାଙ୍ଘାତିକ ନିଅଣ୍ଟିଆ ସ୍ଥିତି ରହିଛି । କିନ୍ତୁ ରାଜ୍ୟରେ ଗଜା ମରୁଡ଼ି ଆଶଙ୍କା ନାହିଁ । ଜୁନ ୧ ତାରିଖରୁ ଆଜିସୁଦ୍ଧା ରାଜ୍ୟରେ ୩୦% ନିଅଣ୍ଟିଆ ବର୍ଷା ହୋଇଛି । ଜୁନ୍‌ ମାସରେ ହାରାହାରି ୨୦୦ ମିମି ବର୍ଷା ହେବା କଥା । କିନ୍ତୁ ମାସ ସରିବାକୁ ଆଉ ଗୋଟିଏ ଦିନ ଥିବାବେଳେ ମାତ୍ର ୧୪୧ ମିମି ବର୍ଷା ହୋଇଛି । ୧୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି । 

ଦୁଇ ଜିଲ୍ଲା ମୟୂରଭଞ୍ଜରେ ୭୦% ଓ ବାଲେଶ୍ୱରରେ ୬୦% ନିଅଣ୍ଟିଆ ବର୍ଷା ହୋଇଛି । ପୁରୀରେ ୫୬%, କେନ୍ଦୁଝରରେ ୫୧%,କଳାହାଣ୍ଡିରେ ୪୭%,ଅନୁଗୁଳରେ ୪୩%, ଭଦ୍ରକରେ ୪୨%, ସୁନ୍ଦରଗଡ଼ରେ ୪୧%, କେନ୍ଦ୍ରାପଡ଼ାରେ ୩୯%, ଝାରସୁଗୁଡ଼ାରେ ୩୫%, ସମ୍ବଲପୁରରେ ୩୧%, ବରଗଡ଼ରେ ୩୦%, ବଲାଙ୍ଗୀରରେ ୩୩%, ନୂଆପଡ଼ାରେ ୩୬%, ଗଜପତିରେ ୨୬%, ଖୋର୍ଦ୍ଧାରେ ୨୬%, କେନ୍ଦ୍ରାପଡ଼ାରେ ୩୯%, ଯାଜପୁରରେ ୩୩% ବୌଦ୍ଧରେ ୨୦%, ଗଞ୍ଜାମରେ ୨୩ ଓ ଗଜପତିରେ ୨୬% ନିଅଣ୍ଟିଆ ବର୍ଷା ହୋଇଛି । 

ପ୍ରଫେସର ଡ. ପଶୁପାଳକ କହିଛନ୍ତି, ଯେଉଁଠି ଏତିକି ପରିମାଣର ବର୍ଷା ହୋଇଛି ସେଠାରେ ଚାଷୀମାନେ ବୁଣାବୁଣି କାମ ଆରମ୍ଭ କରି ଶୀଘ୍ର ସାରନ୍ତୁ । ଆଗକୁ ଭଲ ବର୍ଷା ଅଛି । ଏଣୁ ଗଜା ମରୁଡ଼ି ହେବାର ଆଶଙ୍କା ନାହିଁ । ମୌସୁମୀ ସକ୍ରିୟ ରହିବା ଯୋଗୁ ଆସନ୍ତା ୩ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବ । ଉତ୍ତର ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାରେ ପ୍ରବଳ ବର୍ଷିବ । ସେହିଭଳି ଯେଉଁମାନେ ତଳି ଘେରା ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ଆସନ୍ତା ଦୁଇ ଦିନ ଭିତରେ ସାରି ଦିଅନ୍ତୁ । ନଚେତ୍‌ ପ୍ରବଳ ବର୍ଷାରେ ତଳି ଘେରା ଭାଙ୍ଗିଯିବ । ତଳି ଘେରାରୁ ପାଣି ନିଷ୍କାସନ ବ୍ୟବସ୍ଥା ରଖନ୍ତୁ । ଯଦି ଦୁଇ ଦିନ ଭିତରେ ତଳି ଘେରା କାମ ନ ସାରିଥିବେ ତେବେ ଜୁଲାଇ ପ୍ରଥମ ସପ୍ତାହ ସରିବା ଯାଏ ଅପେକ୍ଷା କରନ୍ତୁ । ବର୍ଷା କମିଲା ପରେ ଯାଇ ତଳି ଘେରା   ପକାଇବେ ବୋଲି ସେ କହିଛନ୍ତି । ମଧ୍ୟମ କିସମ ଜମିରେ ୧୨୦ଦିନିଆ ଅବଧିର ଧାନ ବିହନ ବୁଣନ୍ତୁ । ଏଥର ମୌସୁମୀ ବିଳମ୍ବରେ ପ୍ରତ୍ୟାହାର ହେବ । ଏଣୁ ଚାଷୀମାନେ ଯେଉଁ ବିହନ ରଖିଛନ୍ତି, ତାକୁ ବୁଣିପାରିବେ । 

ବଙ୍ଗୋପସାଗରରେ ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଭଲ ବର୍ଷା ହୋଇଛି । ଏଥିପାଇଁ ଅନେକ ସ୍ଥାନରେ ନିଅଣ୍ଟିଆ ଭରଣା ହୋଇଛି । ୧୦ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ଗୋଟିଏ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷିଛି ।  ମାଲକାନଗିରିରେ ଆଜିସୁଦ୍ଧା ୨୨୭ମିମି ବର୍ଷା ହୋଇ ସାରିଲାଣି । 

ଗତ ୨୪ ଘଣ୍ଟାରେ ନୟାଗଡ଼ର ଭାପୁରରେ ୧୭୫ ମିମି ବର୍ଷା ହୋଇଛି । ସୋନପୁରର ଡୁଙ୍ଗୁରପାଲିରେ ୧୪୩, କେନ୍ଦୁଝର ଆନନ୍ଦପୁରରେ ୧୨୦.୮, ଅନୁଗୁଳରେ ୧୦୯, କେନ୍ଦୁଝର ଘାସିପୁରାରେ ୯୮.୨, ବଲାଙ୍ଗୀର ସାଲେଭଟାରେ ୮୫.୨, ଦେବଗଡ଼ର ବାରକୋଟରେ ୮୨, ବଲାଙ୍ଗୀର ଗୁଡଭେଲାରେ ୭୬, ବରଗଡ଼ ଝାରବନ୍ଧରେ ୭୫, ବଲାଙ୍ଗୀର ସଇଁତଳାରେ ୭୫, ଦେବଗଡ଼ ରିଆମାଳରେ ୭୩, ବରଗଡ଼ ଭଟଲିରେ ୭୧ ଓ ସୁନ୍ଦରଗଡ଼ ଟାଙ୍ଗରପାଲିରେ ୬୫.୨ମିମି ବର୍ଷା ହୋଇଛି ।

ଶନିବାର ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ସାଢ଼େ ୬ଟା ଭିତରେ ବାରିପଦାରେ ୨୫.୬ମିମି ବର୍ଷା ହୋଇଛି । ବଲାଙ୍ଗୀରରେ ୧୨.୫, ବାଲେଶ୍ୱରରେ ୮.୨ମିମି ବର୍ଷା ହୋଇଛି । ତେବେ ଗତ ୨ ଦିନରେ ଅନେକ ସ୍ଥାନରେ ୩୦ମିମିରୁ ଅଧିକ ବର୍ଷା ହୋଇଛି । ରବିବାର ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

 

  • PrameyaOdia
  • prameya
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.