ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ଅଲ୍‌ଜଜିରା ରିପୋର୍ଟ କେତେ ସତ ? ଇସ୍ରାଏଲକୁ ଅସ୍ତ୍ର ଯୋଗାଇଛି ଭାରତ, ଯୁଦ୍ଧରେ ହେଉଛି ବ୍ୟବହାର

ନୂଆଦିଲ୍ଲୀ,୨୭/୦୬: ହମାସ୍‌ ବିରୋଧୀ ଯୁଦ୍ଧରେ ଭାରତ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଇଛି ବୋଲି କତାର ମିଡିଆ ଅଲଜଜିରା ଏହାର ରିପୋର୍ଟରେ ଦାବି କରିଛି । ରିପୋର୍ଟ ଅନୁସାରେ,  ଭାରତ ଇସ୍ରାଏଲକୁ ୨୦ ଟନ୍‌ ରକେଟ ଇଞ୍ଜିନ, ୧୨.୫ ଟନ୍‌ ବିସ୍ଫୋଟକ କ୍ଷମତା ବିଶିଷ୍ଟ ରକେଟ,  ୧୫ଶହ କେଜି ବିସ୍ଫୋରକ ସାମଗ୍ରୀ ଏବଂ ୭୫୦  କେଜି ଗୋଳାବାରୁଦ ପଠାଇଛି । 

ଗତ ମେ ୧୫ରେ  ବୋରକମ୍‌ ନାମକ ଏକ କାର୍ଗୋ ଜାହାଜ ସ୍ପେନ୍‌  ତଟରେ ପହଞ୍ଚିଥିଲା । ଏହି ଜାହାଜ ଏପ୍ରିଲ  ୨ରେ ଚେନ୍ନାଇ ତଟରୁ ବାହାରି ଥିଲା । ସ୍ପେନ୍‌ରେ  ପାଲେଷ୍ଟାଇନ ପତାକା ଧରିଥିବା କେତେକ  ପ୍ରଦର୍ଶନକାରୀ ଉକ୍ତ ଜାହାଜର ଯାଞ୍ଚ କରିବା ଲାଗି  ଦାବି କରିଥିଲେ। ସ୍ପେନ୍‌ ଉପକୂଳରେ ସେହି  ଜାହାଜକୁ ନ ଅଟକାଇବା ପାଇଁ ୟୁରୋପୀୟ ସଂଘ  ସଂସଦର ବାମପନ୍ଥୀ ସଦସ୍ୟ ସ୍ପେନ୍‌ ରାଷ୍ଟ୍ରପତି  ପେଦ୍ରୋ ସାଞ୍ଚେଜ୍‌ଙ୍କୁ ଅପିଲ କରିଥିଲେ । ତେବେ  ସ୍ପେନ୍‌ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବୋରକମ  ଜାହାଜ ସେଠାରୁ ସ୍ଲୋଭାନିଆର କୋପର ତଟକୁ  ପଳାଇଥିଲା । ଜାହାଜଟି ଇସ୍ରାଏଲର ଅଶ୍‌ଦୋଦ୍‌  ବନ୍ଦରକୁ ଯାଉଥିଲା ବୋଲି ଅଲ୍‌ଜଜିରା ଦାବି କରିଛି । ଅଶ୍‌ଦୋଦ ଉପକୂଳ ଗାଜା ଷ୍ଟ୍ରିପ୍‌ରୁ ୩୦ କିମି ଦୂରରେ ରହିଛି । 

ମେରାଇନ୍‌ ଟ୍ରାକିଂ ୱେବସାଇଟ  ଅନୁସାରେ, ଜାହାଜ ଇସ୍ରାଏଲରେ ପହଞ୍ଚିବା ଲାଗି  ଲୋହିତସାଗର ଦେଇ ଯାଇ ନ ଥିଲା। କାରଣ ସେଠାର ହୁତି ବିଦ୍ରୋହୀ ଲଗାତର ଆକ୍ରମଣ କରୁଛନ୍ତି ।  ରିପୋର୍ଟରେ ଆହୁରି କୁହାଯାଇଛି, ଜାହାଜରେ ଥିବା  କ୍ରୁ ସଦସ୍ୟଙ୍କ ସମେତ ସମସ୍ତ କର୍ମଚାରୀ ଏବଂ  ଅସ୍ତ୍ରଯୋଗାଣ ସହ ଜଡ଼ିତ ଅଧିକାରୀଙ୍କୁ ନିର୍ଦ୍ଦେଶ  ଦିଆଯାଇଥିଲା ଯେ, ପଚରାଉଚରା ବେଳେ କୌଣସି ପରିସ୍ଥିତିରେ ବି ସେମାନେ ଇସ୍ରାଏଲ କିମ୍ବା ସେଠାକାର  ସବୁଠୁ ବଡ଼ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିବା କମ୍ପାନୀ  ଆଇଏମ୍‌ଆଇ ସିଷ୍ଟମ କଥା ଉଠାଇବେନାହିଁ । ଏହା  ପରେ ମେ ୨୧ରେ ବି ଭାରତର ଏକ କାର୍ଗୋ  ଜାହାଜକୁ ସ୍ପେନ୍‌ର କାର୍ଟାଜିନା ବନ୍ଦରରେ ଅଟକିବା  ପାଇଁ ଅନୁମତି ମିଳି ନ ଥିଲା । ମେରିଏନ୍‌ ଡୋନିକା  ନାମକ ଜାହାଜ ୨୭ ଟନ୍‌ର ବିସ୍ଫୋରକ ସାମଗ୍ରୀ ସହ  ଇସ୍ରାଏଲର ହାଇଫା ବନ୍ଦର ଆଡ଼କୁ ଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.