ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ଆମେରିକାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: ତାତିରେ ତରଳିଗଲା ଆବ୍ରାହମ ଲିଙ୍କନଙ୍କ ମହମ ପ୍ରତିମୂର୍ତ୍ତି

ୱାଶିଂଟନ, ୨୭/୦୬: ଆମେରିକାରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି । ଏଭଳି ସ୍ଥିତିରେ ୱାଶିଂଟନ ଡିସିରେ ଥିବା ଦେଶର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କ ୬  ଫୁଟ ଉଚ୍ଚତାର ମହମ ପ୍ରତିମୂର୍ତ୍ତି ତରଳି ଯାଇଛି । ଭୀଷଣ ଗରମ ସହ୍ୟ କରି ନ ପାରି ପ୍ରତିମୂର୍ତ୍ତି ନରମ ପଡ଼ିଯାଇ ଶେଷରେ ତରଳି ଯାଇଛି ।  ଏହାର ଆକୃତି ସମ୍ପୂର୍ଣ୍ଣ ବଦଳି  ଯାଇଛି । 

ୱାଶିଂଟନ ଡିସିର ଏକ ପ୍ରାଥମିକ ବିଦ୍ୟାଳୟ  ପରିସରରେ ଆବ୍ରାହମ  ଲିଙ୍କନଙ୍କ ମହମ ପ୍ରତିମୂର୍ତ୍ତି  ପ୍ରତିଷ୍ଠା ହୋଇଥିଲା ।  ପ୍ରଚଣ୍ଡ ଗରମରେ ପ୍ରଥମେ ମୂର୍ତ୍ତିଟିର ମସ୍ତକ ତରଳି ଖସିପଡ଼ିଥିଲା । ଏହାପରେ ଡାହାଣ ଗୋଡ଼ ବି ତରଳି ଯାଇଛି । ୱାଶିଂଟନ ଡିସିରେ ଗତ ଶନିବାର ତାପମାତ୍ରା  ୪୦ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ଯାଇଥିଲା । ତଥାପି  ଖରାର ପ୍ରଭାବ ଅଧିକ ରହିବା କାରଣରୁ ମହମ ପ୍ରତିମୂର୍ତ୍ତି  ଏହାକୁ ସହ୍ୟ କରିପାରି ନ ଥିଲା । ଏହାକୁ ଆମେରିକୀୟ  କଳାକାର ସ୍ୟାଣ୍ଡି ୱିଲିୟମ ଚତୁର୍ଥ ବନାଇଥିଲେ । ଚଳିତବର୍ଷ ଫେବ୍ରୁଆରୀରେ ଉତ୍ତରପଶ୍ଚିମ ୱାଶିଂଟନର  ସ୍କୁଲ ପରିସରରେ ସ୍ଥାପନ କରାଯାଇଥିଲା ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.