ପ୍ରମୂଖ ଖବର
  • ରାୟଗଡା ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ, ଶ୍ରମ ବିଭାଗର ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ଜବତ୍
  • ||
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ଦିବ୍ୟାଙ୍ଗ ଫ୍ୟାନଙ୍କୁ ଠେଲି ଦେଇଥିଲେ ନାଗର୍ଜୁନଙ୍କ ବଡିଗାର୍ଡ, ବିବାଦ ପରେ କ୍ଷମା ମାଗିଲେ ସାଉଥ୍‌ ଅଭିନେତା

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ନାଗାର୍ଜୁନ ଅକ୍କିନେନିଙ୍କ ଫଲୋୟର୍ସଙ୍କ ସଂଖ୍ୟା ଖୁବ ଅଧିକ । ତାଙ୍କର ପ୍ରତିଟି କାର୍ଯ୍ୟକୁ ପ୍ରଶଂସକମାନେ ଅନୁସରଣ ମଧ୍ୟ କରନ୍ତି । ନାଗାର୍ଜୁନଙ୍କ ଗୋଟିଏ ଝଲକ ପାଇବାକୁ ଫ୍ୟାନମାନେ ଚାତକ ପରି ଚାହିଁ ରହିଥାନ୍ତି । ସେ ସାଉଥ ଫିଲ୍ମ ସମେତ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି । ଏହାରି ମଧ୍ୟରେ ଗୋଟିଏ ଭିଡିଓ ଲାଗି ପୁଣି ଚର୍ଚ୍ଚାକୁ ଆସିଛନ୍ତି ଅଭିନେତା ନାଗାର୍ଜୁନ ।

 ନିକଟରେ ନାଗାର୍ଜୁନଙ୍କ ବଡିଗାର୍ଡ (ଅଙ୍ଗରକ୍ଷୀ ) ଏୟାରପୋର୍ଟରେ  ତାଙ୍କର ଜଣେ ଦିବ୍ୟାଙ୍ଗ ପ୍ରଶଂସକଙ୍କୁ ଠେଲି ଦେଇଥିଲେ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହା ପରେ ଅଭିନେତାଙ୍କୁ ପ୍ରଶଂସକଙ୍କୁ କ୍ଷମା ମାଗିବାକୁ ପଡ଼ିଛି । ଏକ୍ସରେ ପୋଷ୍ଟ ଲେଖି କ୍ଷମା ମାଗିଛନ୍ତି ନାଗାର୍ଜୁନ୍‌ ଅକ୍କିନେନି । 

ସୂଚନା ନଅନୁସାରେ, ଅଭିନେତା ନାଗାର୍ଜୁନଙ୍କୁ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା ।  ସେ ଫିଲ୍ମ ଅନ୍ଦାଜରେ ଚାଲି ଚାଲି ଯାଉଥିଲେ । ଏହି ସମୟରେ ତାଙ୍କର ଜଣେ ବୟସ୍କ ଏବଂ ଦିବ୍ୟାଙ୍ଗ ଫ୍ୟାନ୍‌ ତାଙ୍କୁ ଦେଖା କରିବାକୁ ଆସୁଥିଲେ । ହେଲେ ତାଙ୍କୁ ନଗାର୍ଜୁନଙ୍କ ବଡିଗାର୍ଡ ଠେଲି ଦେଇଥିଲେ ।  ତେବେ ନାଗାର୍ଜୁନଙ୍କ ସହ ଆକ୍ଟର ଧନୁଷ ମଧ୍ୟ ଥିଲେ । ସେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ପଛକୁ ବୁଲି ଦେଖିଥିଲେ ହେଁ ଏନେଇ କୌଣସି ପ୍ରତିକ୍ରିୟା ଦେଇନଥିଲେ । 




ସେହିଭଳି ନାଗର୍ଜୁନ ଘଟଣା ଉପରେ ଧ୍ୟାନ ନଦେଇ ଆଗକୁ ଚାଲିଯାଇଥିଲେ । ଏସବୁ ଘଟଣା କ୍ୟାମେରାରେ କଏଦ ହେବା ସହ ଭିଡିଓ ଭାଇରାଲ ହୋଇଛି । ଏହା ପରେ  ଅଭିନେତାଙ୍କୁ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି । ବିବାଦ ତୀବ୍ରରୂପ ନେବା ପରେ ଅଭିନେତା କ୍ଷମା ମାଗିବା ସହ ଆଗକୁ ଏଭଳି ଘଟଣା ଯେଭଳି ନଘଟେ ତା ଉପରେ ଧ୍ୟାନ ଦେବେ ବୋଲି କହିଛନ୍ତି ।

  • film
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.