ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ

ନୂଆଦିଲ୍ଲୀ, ୨୪/୦୬: ସୋମବାର ଠାରୁ ଆରମ୍ଭ ହେବ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ  । ଏହା ଜୁଲାଇ ୩ ତାରିଖ  ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି । ଏହି ୧୦ ଦିନିଆ ଅଧିବେଶନରେ  ୮ଟି କାର୍ଯ୍ୟ ଦିବସ ରହିଛି (ଜୁନ ୨୯ ଓ ୩୦ ତାରିଖ ଛୁଟି) । ପ୍ରଥମ ଦୁଇ ଦିନ ଅର୍ଥାତ ୨୪ ଓ ୨୫ ତାରିଖରେ ନବ ନିର୍ବାଚିତ ସାଂସଦ ଶପଥ  ଗ୍ରହଣ କରିବେ । ଲୋକସଭାର କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ  ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ।  

ସୋମବାର ସକାଳ ୯ଟା ୩୦ରେ କାମଚଳା ବାଚସ୍ପତି ଶ୍ରୀ ମହତାବ  ରାଷ୍ଟ୍ରପତି ଭବନକୁ ଯାଇ ସେଠାରେ ରାଷ୍ଟ୍ରପତିଙ୍କ ଠାରୁ ନିଜେ ଶପଥ ଗ୍ରହଣ  କରିବେ । ପରେ ପୂର୍ବାହ୍ନ ୧୧ଟାରେ  ଲୋକସଭାକୁ ଆସି ଅନ୍ୟ ସଦସ୍ୟମାନଙ୍କୁ  ଶପଥ ପାଠ କରାଇବେ । ପ୍ରଥମେ  ପ୍ରଧାନମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସଦସ୍ୟ ଓ  ତାହାପରେ ଅନ୍ୟ ସଦସ୍ୟମାନେ ଶପଥ  ନେବେ । ଶପଥ ପାଠ କରାଇବାରେ କାମଚଳା ବାଚସ୍ପତିଙ୍କୁ ସହଯୋଗ କରିବା ଲାଗି ରାଷ୍ଟ୍ରପତି ଆଉ ୫ ଜଣ ବରିଷ୍ଠ ସଦସ୍ୟଙ୍କୁ ନିଯୁକ୍ତ କରିଛନ୍ତି ।  ସେମାନେ ହେଲେ କଂଗ୍ରେସର କୋଡିକୁନ୍ନିଲ ସୁରେଶ, ଟିଏମ୍‌ସିର ସୁଦୀପ  ବନ୍ଦୋପାଧ୍ୟାୟ, ଡିଏମ୍‌କେର ଟି.ଆର୍‌. ବାଲୁ ଏବଂ ବିଜେପିର ରାଧାମୋହନ  ସିଂହ ଓ ଫଗନ ସିଂହ କୁଲସ୍ତେ । କିନ୍ତୁ କାମଚଳା ବାଚସ୍ପତିଙ୍କ ନିଯୁକ୍ତିକୁ ବିରୋଧ  କରି ବିରୋଧୀ ଦଳର ୩ ସଦସ୍ୟ ଗତ ୨୨ ତାରିଖରେ ସେମାନଙ୍କ ନାମ  ପ୍ରତ୍ୟାହାର କରିନେଇଛନ୍ତି । 

ସେହିପରି ଆସନ୍ତା ୨୬ ତାରିଖରେ ବାଚସ୍ପତି  ନିର୍ବାଚନ ହେବ । ୨୭ ତାରିଖରେ ରାଜ୍ୟସଭାର ୨୬୪ ତମ ଅଧିବେଶନ  ଆରମ୍ଭ ହେବ । ସେହିଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ମିଳିତ  ଅଧିବେଶନକୁ ସମ୍ବୋଧନ କରିବେ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଉଦ୍‌ବୋଧନ ଦେବେ। ୨୮ ତାରିଖରେ ପ୍ରଧାନମନ୍ତ୍ରୀ ଗୃହରେ ନିଜ ମନ୍ତ୍ରିମଣ୍ଡଳର  ସଦସ୍ୟଙ୍କ ପରିଚୟ ପ୍ରଦାନ କରିବେ । ଅଧିବେଶନର ଶେଷ ଦୁଇ ଦିନରେ ସରକାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଣିବେ ଏବଂ  ତା’ଉପରେ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ଚର୍ଚ୍ଚା ହେବ ।

ପ୍ରଧାନମନ୍ତ୍ରୀ  ତାର ଜବାବ ରଖିବେ । ଦୀର୍ଘ ୧୦ ବର୍ଷ ପରେ ଲୋକସଭାରେ ଦୃଢ଼ ବିରୋଧୀ  ଦଳ ଦେଖିବାକୁ ମିଳିବ। ତେଣୁ ବିରୋଧୀ ଦଳଗୁଡିକ ସଂସଦରେ ନିଟ୍‌  ପରୀକ୍ଷା ବିଭ୍ରାଟ, ଅଗ୍ନିବୀର ଯୋଜନା, ଷ୍ଟକ ମାର୍କେଟ ଘୋଟାଲା ଭଳି ବିଭିନ୍ନ  ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ଯୋଜନା ପ୍ରସ୍ତୁତ କରିସାରିଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.