ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ବାପାଙ୍କ ଅନ୍ତିମ ସଂସ୍କାରରେ ଯିବାକୁ ନ ଥିଲା ଟଙ୍କା ; ଗାଁ ଗାଁରେ ବିକୁଥିଲେ ଚୁଡ଼ି, ଆଜି ସେ ଆଇଏଏସ

ନୂଆଦିଲ୍ଲୀ, ୨୮/୯ : ଭାରତର ସବୁଠାରୁ କଠିନ ପରୀକ୍ଷା ଭିତରେ ଆସିଥାଏ ୟୁପିଏସସି ସିଭିଲ ସେବା ପରୀକ୍ଷା । ପ୍ରତ୍ୟେକ ବର୍ଷ ଏହି ପରୀକ୍ଷାରେ ଲକ୍ଷାଧିକ ଛାତ୍ରଛାତ୍ରୀ ଭାଗ ନେଇଥାନ୍ତି । ମାତ୍ର ସେମାନଙ୍କ ମଧ୍ୟରୁ କ୍ବଚିତ ପରୀକ୍ଷାର୍ଥି ନିଜର ସ୍ବପ୍ନ ପୂରା କରିପାରି ଆଇପିଏସ ଏବଂ ଆଇଏଏସ ହୋଇଥାନ୍ତି । ଏହି ପରୀକ୍ଷା ଦେବା ପୂର୍ବରୁ ଅନେକ ଛାତ୍ରଛାତ୍ରୀ ବହୁ କଠିନ ପରିଶ୍ରମ କରିଥାନ୍ତି । କୋଚିଂଠୁ ଆରମ୍ଭ କରି ଅନେକ ପ୍ରକାରର ଗାଇଡାନ୍ସ ବି ନେଇଥାନ୍ତି ।

ଆଜି ଆମେ ଏଭଳି ଜଣେ ଆଇଏଏସ ଅଧିକାରୀଙ୍କ କଥା କହିବୁ ଯାହାଙ୍କ ଜୀବନ ଅନେକ ସଂଘର୍ଷରେ ଭରା । ଯାହାଙ୍କ ନାମ ରମେଶ ଘୋଲପ । ଏହି ଅଧିକାରୀଙ୍କ ଜୀବନରେ ଅନେକ ବାଧାବିଘ୍ନ ଆସିଛି । ମାତ୍ର ତାକୁ ସେ ତିଳେ ମାତ୍ର ଭୃକ୍ଷେପ ନ କରି ଆଗକୁ ଯାଇଥିଲେ । ଏଭଳି କି ପରୀକ୍ଷା ଦେବା ପୂର୍ବରୁ ସେ କୌଣସି କୋଚିଂ ବି ନେଇ ନ ଥିଲେ । ମନରେ ଆଇଏଏସ ହେବାର ଦୃଢ ଇଛା ଶକ୍ତି ତାଙ୍କୁ ଆଜି ଏହି ସ୍ଥାନରେ ପହଞ୍ଚାଇପାରିଛି । ତାଙ୍କ ବାପା ଗୋରଖ ଘୋଲପ ଏକ ଛୋଟ ସାଇକେଲ ଦୋକାନ ଚଳାଉଥିଲେ । ମାତ୍ର ସେ ସବୁବେଳେ ନିଶାରେ ଥିବାବେଳେ ରମେଶ ସ୍କୁଲରେ ପଢୁଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁଃଖଦ ଘଟଣା ପରେ ରମେଶ ଓ ତାଙ୍କ ଭାଇ ମା’ ବିମଳାଙ୍କ ଉପରେ ଜୀବନଯାପନର ବୋଝ ହୋଇଯାଇଥିଲେ । ଏଭଳି କି ତାଙ୍କ ମା’ ଗାଁ ଗାଁ ବୁଲି ଚୁଡ଼ି ବିକିବାକୁ ଲାଗିଥିଲେ ଏବଂ ପରେ ଏଭଳି ଅବସ୍ଥା ଦେଖି ରମେଶ ବି ତାଙ୍କ ମା’ଙ୍କୁ ସାହାଯ୍ୟ କରିବାକୁ ଯାଇ ଗାଁ ଗାଁ ବୁଲି ଚୁଡ଼ି ବିକିଥିଲେ ।

ରମେଶ ତାଙ୍କ ପ୍ରାରମ୍ଭିକ ପାଠ ପଢା ତାଙ୍କ ଗାଁରେ କରିଥିଲେ । ପରେ ସେ ଆଗକୁ ପାଠ ପଢିବା ଲାଗି ନିଜ ଦାଦାଙ୍କ ଘର ବରସୀ ଚାଲିଯାଇଥିଲେ । ୨୦୦୫ରେ ରମେଶ ଯେତେବେଳେ ଦ୍ବାଦଶ ଶ୍ରେଣୀରେ ପାଠ ପଢୁଥିଲେ ସେତେବେଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା । ଏହି ସମୟରେ ତାଙ୍କୁ ଖୁବଶୀଘ୍ର ଘରେ ପହଞ୍ଚିବାକୁ ଥିଲା । ଦାଦାଙ୍କ ଘରୁ ତାଙ୍କ ଘରେ ପହଞ୍ଚିବାକୁ ରମେଶଙ୍କୁ କେବେଳ ୭ଟଙ୍କା ଲାଗୁଥିଲା । କିନ୍ତୁ ଦିବ୍ୟାଙ୍ଗ ହେବା କାରଣରୁ ରମେଶଙ୍କ କେବଳ ୨ଟଙ୍କା ଭଡ଼ା ଲାଗୁଥିଲା । ହେଲେ ରମେଶ ଘରକୁ ଯିବାକୁ ବି ତାଙ୍କ ପାଖରେ ୨ଟଙ୍କା ବି ନ ଥିଲା । ଫଳରେ ସେ ଘରେ ନିଜ ବାପାଙ୍କ ଅନ୍ତିମ ସଂସ୍କାରରେ ବି ପହଞ୍ଚି ପାରିନଥିଲେ ।

ମାତ୍ର ରମେଶଙ୍କୁ ଏହି ପରିସ୍ଥିତି ପଛକୁ ଫେରାଇପାରିନଥିଲା । ପ୍ରତିକୂଳ ପରିସ୍ଥିତି ସତ୍ବେ ବି ସେ ଆଗକୁ ମାଡ଼ି ଚାଲିଲେ । ପରେ ଡିପ୍ଲୋମା ହାସଲ କରିଥିଲେ ଏବଂ ନିଜ ପାଠପଢାର ଖର୍ଚ୍ଚ ସେ ନିଜେ ଉଠାଇଥିଲେ । ପରେ ସେ ଏକ ଓପନ ୟୁନିଭର୍ସିଟିରୁ ଆର୍ଡସରେ ଡିଗ୍ରୀ ହାସଲ କରିଥିଲେ ଏବଂ ୨୦୦୯ରେ ଶିକ୍ଷକ ଭାବେ କାମ କରିବାକୁ ଆରମ୍ଭ କରିଥିଲେ । ସେହି ସମୟରେ ଜଣେ ତହସିଲଦାରଙ୍କ ସହ ତାଙ୍କର ଭେଟ ହେବା ପରେ ୟୁପିଏଏସି ପରୀକ୍ଷା ଦେବାକୁ ମନ ବଳାଇଥିଲେ । ଯାହା ପରେ ସେ ୟୁପିଏସସି ପରୀକ୍ଷା ଦେବାକୁ ନିଜର ଶିକ୍ଷକତା ଚାକିରି ଛାଡ଼ିବାକୁ ପଡ଼ିଥିଲା । ମା’ ବି ତାଙ୍କ ସ୍ବପ୍ନ ପୁରା କରିବାକୁ କିଛି ଟଙ୍କା ଏକାଠି କଲେ ଏବଂ ସେ ୬ମାସର ପାଠ ପଢିବା ଲାଗି ପୂଣେ ଚାଲିଯାଇଥିଲେ । ୨୦୧୦ର ପ୍ରଥମ ପ୍ରୟାସରେ ତାଙ୍କୁ ସଫଳତା ମିଳିନଥିଲା । କିନ୍ତୁ ସେ ନିଜର ପ୍ରୟାସ ଛାଡ଼ିନଥିଲେ ଯାହାକି ୨୦୧୨ରେ ରମେଶ ୟୁପିଏସସି ସିଭିଲ ସେବା ପରୀକ୍ଷା ପାସ୍ କରିଥିଲେ ଏବଂ ଦିବ୍ୟାଙ୍ଗ କ୍ୟାଟେଗୋରୀରେ ୨୮୭ରାଙ୍କ ହାସଲ କରିଥିଲେ । ଆଜି ଆଇଏଏସ ରମେଶ ଘୋଲପ ଝାଡ଼ଖଣ୍ଡର ଶକ୍ତି ବିଭାଗର ସଂଯୁକ୍ତ ସଚିବ ପଦରେ କାର୍ଯ୍ୟରତ ଅଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.