ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ବିଶ୍ୱ ଅର୍ଥନୀତିରେ ସତର୍କ ଘଣ୍ଟି, ମାଡ଼ି ଆସୁଛି ଭୟଙ୍କର ମାନ୍ଦାବସ୍ଥା

ନୂଆଦିଲ୍ଲୀ,୨୮/୯: ବିଶ୍ୱର ଦ୍ୱିତୀୟ ବୃହତ୍‌ ଅର୍ଥବ୍ୟବସ୍ଥା ଚୀନ୍‌ରେ କିଛି ଠିକ୍‌ ନାହିଁ । ଦେଶରେ ୨୦୦୮ ଭଳି ମାନ୍ଦାବସ୍ଥା ଲକ୍ଷଣ ଦେଖିବାକୁ ମିଳିଲାଣି । ଆଗକୁ ଚୀନ୍‌ରେ ଭୟଙ୍କର ମାନ୍ଦାବସ୍ଥା ଦେଖାଦେବ ବୋଲି ଆଶଙ୍କା କରୁଛନ୍ତି ବିଶେଷଜ୍ଞ । ଏହା କେବଳ ଡ୍ରାଗନ୍‌କୁ ପ୍ରଭାବିତ କରିବ ନାହିଁ, ସମଗ୍ର ବିଶ୍ୱ ଅର୍ଥବ୍ୟବସ୍ଥା ସଂକଟଜନକ ସ୍ଥିତିକୁ ଯାଇପାରେ  । ୨୦୨୦ ଲକ୍‌ଡାଉନ୍‌ ସମୟରେ ଅର୍ଥବ୍ୟବସ୍ଥାକୁ ଟ୍ରାକ୍‌କୁ ଆଣିବା ପାଇଁ ଯେପରି ପ୍ୟାକେଜ୍‌ ଅଣାଯାଇଥିଲା ବର୍ତ୍ତମାନ ସମାନ ପ୍ରକାର ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି ଚୀନ୍‌ ସରକାର । ଅର୍ଥନୀତିକୁ ଗତି ଦେବା ପାଇଁ ବିଭିନ୍ନ ପ୍ରକାର ଉପାୟ ଉପରେ କାର୍ଯ୍ୟ ହେଉଛି । ତଥ୍ୟ ଅନୁସାରେ, ଚୀନ୍‌ର ରିୟଲ ଇଷ୍ଟେଟ୍‌ ସୂଚକାଙ୍କ ଦୁଇ ବର୍ଷରେ ୮୨% ସଂକୁଚିତ ହୋଇଛି । ଦେଶରେ ୧୯୯୯ ପରେ ସବୁଠୁ ଲମ୍ବା ଅବସ୍ଫୀତି ଚାଲିଛି ।

ବେକାରି ହାର ବହୁ ଦଶନ୍ଧିର ଉଚ୍ଚ ସ୍ତରରେ ପହଞ୍ଚିଯାଇଛି । ଆମେରିକା ସହ ଏହାର ବିବାଦ ଚରମ ସ୍ତରରେ । ସେୟାର ବଜାର ସ୍ଥିତି ଦିନକୁ ଦିନ ଅଧିକ ବିକୃତ ହୋଇଚାଲିଛି । ପ୍ରଶ୍ନ ଉଠୁଛି ଯେ, ଚୀନ୍‌ ବିଶ୍ୱ ଅର୍ଥନୀତିକୁ ମାନ୍ଦାବସ୍ଥା ଆଡ଼କୁ ନେଇଯାଉନି ତ?  ଚୀନ୍‌ରେ ମାନ୍ଦାବସ୍ଥା ଆସିବା ଦ୍ୱାରା ସମଗ୍ର ବିଶ୍ୱ ପ୍ରଭାବିତ ହେବ । ଏହାର କାରଣ ହେଉଛି ଯେ, ଗତ ୩ ଦଶନ୍ଧିରୁ ଚୀନ୍‌ ବିଶ୍ୱ ଅର୍ଥନୀତିର ଇଞ୍ଜିନ ରହିଆସିଛି । ବିଶ୍ୱ ବଜାରଗୁଡ଼ିକରେ ଚୀନ୍‌ର ମାଳ ମାଳ ଉତ୍ପାଦ । ଆମେରିକା ଏବଂ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର କେତେକ କମ୍ପାନି ଚୀନ୍‌ରେ ଭଲ ବ୍ୟବସାୟ କରୁଛନ୍ତି । କିନ୍ତୁ ସେଠାରେ ମାନ୍ଦାବସ୍ଥା ଦ୍ୱାରା ଏସବୁ କମ୍ପାନିଗୁଡ଼ିକର ବ୍ୟବସାୟ ପ୍ରଭାବିତ ହେବ । ଜାପାନ ଭଳି ଚୀନ୍‌ ଅର୍ଥନୀତି ସ୍ଥାଣୁ ପାଲଟିବା ଆଶଙ୍କା କରାଯାଉଛି । ଚୀନ୍‌ରେ ମାନ୍ଦାବସ୍ଥା ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି ବୋଲି ଅର୍ଥନୀତିଜ୍ଞମାନେ ପ୍ରକାଶ କରିଛନ୍ତି ।  ଚୀନ୍‌ ଅର୍ଥନୀତିରେ ସବୁଠୁ ବଡ଼ ସମସ୍ୟା ରିୟଲ୍‌ ଇଷ୍ଟେଟ୍‌ କ୍ଷେତ୍ରରେ ରହିଛି । ଦେଶର ଅର୍ଥବ୍ୟବସ୍ଥାରେ ଏହି ଶିଳ୍ପର ପ୍ରାୟ ଏକ ତୃତୀୟାଂଶ ଯୋଗଦାନ ରହିଛି କିନ୍ତୁ ଗତ କିଛି ବର୍ଷ ହେବ ଏ ଶିଳ୍ପ ଭୟଙ୍କର ସଂକଟ ମଧ୍ୟରେ ଫସିରହିଛି ।

ଏହାର ଆରମ୍ଭ ୨୦୨୧ରେ ହୋଇଥିଲା, ଯେତେବେଳେ ଦେଶର ସର୍ବବୃହତ୍‌ ରିୟଲ ଇଷ୍ଟେଟ୍‌ କମ୍ପାନିଗୁଡ଼ିକ ମଧ୍ୟରୁ ଅନ୍ୟତମ ଏଭର୍‌ଗ୍ରାଣ୍ଡ୍‌ ବୁଡ଼ିଗଲା । ଫଳରେ ଗତ ଦୁଇ ବର୍ଷରେ ଦେଶର ରିୟଲ ଇଷ୍ଟେଟ୍‌ ସୂଚକାଙ୍କ ୮୨% ଖସି ୨୦୦୮ ସ୍ତରରେ ପହଞ୍ଚିଯାଇଛି । ରିୟଲ ଇଷ୍ଟେଟ୍‌ ବୁଡ଼ିବା ଫଳରେ ବ୍ୟାଙ୍କିଙ୍ଗ୍‌ ଶିଳ୍ପ ଉପରେ ମଧ୍ୟ ବିପଦ ରହିଛି । କାରଣ ଚୀନ୍‌ର ବ୍ୟାଙ୍କଗୁଡ଼ିକ ରିୟଲ ଇଷ୍ଟେଟ୍‌ ଶିଳ୍ପରେ ବଡ଼ ଆକାରରେ ନିବେଶ କରିଛନ୍ତି । ଚୀନ୍‌ରେ ୧୯୯୯ ପରଠାରୁ ସବୁଠୁ ଲମ୍ବା ଅବସ୍ଫୀତି ଚାଲିଛି । ୨୦୦୮ରେ ଦେଶରେ ଲଗାତର ୫ଟି ତ୍ରୟମାସ ପର୍ଯ୍ୟନ୍ତ ଅବସ୍ଫୀତି ସ୍ଥିତି ରହିଥିଲା । ବର୍ତ୍ତମାନ ଏହା ଆହୁରି ଲମ୍ବା ସମୟ ଧରି ଲାଗିରହିଛି । ମୁଦ୍ରାସ୍ଫୀତିଠାରୁ ଅବସ୍ଫୀତି ସ୍ଥିତି ଭୟଙ୍କର । ଏହା ଅର୍ଥନୀତି ପାଇଁ ଭଲ ସଂକେତ ନୁହେଁ । ଚୀନ୍‌ରେ ବେକାରି ହାର ବହୁ ଦଶନ୍ଧିର ଚରମ ସ୍ତରରେ ପହଞ୍ଚିଯାଇଛି । ବିନିର୍ମାଣ ସୀମିତ ହୋଇଯାଇଛି ଏବଂ ରିୟଲ ଇଷ୍ଟେଟ୍‌ କ୍ଷେତ୍ର ଶିଥିଳ ପଡ଼ିଯିବାରୁ ନିର୍ମାଣ କାର୍ଯ୍ୟ ଠପ୍‌ ହୋଇଯାଇଛି । ଉପଭୋକ୍ତା ଚାହିଦା ଦୁର୍ବଳ । 

ଚୀନ୍‌ର ଗ୍ରାହକ ଏଭଳି ଭାବେ ଖର୍ଚ୍ଚ କରୁଛନ୍ତି ଯେପରି ଦେଶରେ ମାନ୍ଦାବସ୍ଥା ରହିଛି । ଅର୍ଥନୀତିକୁ ଗତି ଦେବା ପାଇଁ ସେଠାକାର କେନ୍ଦ୍ରୀୟ ବ୍ୟାଙ୍କ ଇତିମଧ୍ୟରେ କେତେକ ଘୋଷଣା କରିଛି । ଚୀନ୍‌ ପୁଞ୍ଜି ସଂଗ୍ରହ କରିବା ପାଇଁ ଆମେରିକାର ଟ୍ରେଜେରି ସିକ୍ୟୋରିଟିଜ୍‌ରେ ଏହାର ହୋଲ୍‌ଡିଂ କମ୍‌ କରୁଛି । ଏବେ ଏହାର ହୋଲ୍‌ଡିଂ ୭୮୦୦୦ କୋଟି ଡଲାର ଅଛି, ଯାହା ୧୫ ବର୍ଷ ମଧ୍ୟରେ ସବୁଠୁ କମ୍‌ । ଗତ ୩ ବର୍ଷରେ ଏହା ଆମେରିକା ଟ୍ରେଜେରି ସିକ୍ୟୋରିଟିଜ୍‌ରେ ନିଜର ହୋଲ୍‌ଡିଂରେ ୩୦% ଅର୍ଥାତ ୩୦୦୦୦ କୋଟି ଡଲାର କମ୍‌ କରିଛି । ଆମେରିକା ଏବଂ ଚୀନ୍‌ ମଧ୍ୟରେ ସମ୍ପର୍କ ଗତ କିଛି ବର୍ଷ ହେବ ଅଧିକ ଖରାପ ହୋଇଯାଇଛି । ଚୀନ୍‌ରୁ ଆମଦାନି ହେଉଥିବା ଅନେକ ସାମଗ୍ରୀ ଉପରେ ଆମେରିକା ଶୁଳ୍କ ବଢ଼ାଇଦେଇଛି, ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ଲାଗୁ ହେବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.