ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ବୋତଲରେ ୨୦୦ ବର୍ଷ ତଳର ଚିଠି

ନୂଆଦିଲ୍ଲୀ ୨୮/୦୯ :  କାଚ ବୋତଲ ଭିତରେ ୨୦୦ ବର୍ଷ ପୁରୁଣା ଚିଠି । ଫ୍ରାନ୍ସର ଏକ ପ୍ରତ୍ନତାତ୍ତ୍ୱିକ ସ୍ଥଳୀରେ କାମ କରୁଥିବା ଛାତ୍ର ସ୍ୱେଚ୍ଛାସେବୀଙ୍କର ଏକ ଟିମ୍‌ ଏହି ଅନନ୍ୟ ଆବିଷ୍କାର କରିଛନ୍ତି । ଗଲିଶ ଟାଉନ୍‌ରେ ଅବଶେଷଗୁଡ଼ିକର ଖନନ ସମୟରେ ସେମାନେ ଏକ ମାଟି ପାତ୍ର ପାଇଲେ । ତା’ ମଧ୍ୟରେ ଲୁଚାଯାଇଥିବା ଏକ କାଚ ବୋତଲ ସେମାନେ ଆବିଷ୍କାର କଲେ । ବୋତଲକୁ ପ୍ରାୟ ୨୦୦ ବର୍ଷ ଧରି ଲୁଚାଇ ରଖାଯାଇଥିଲା । ଏଥିରେ ଏକ ଚିଠି ଥିଲା । ସେଇଟି ଉକ୍ତ ସ୍ଥାନରେ କାମ କରିଥିବା ପୂର୍ବର ଜଣେ ପ୍ରତ୍ନତତ୍ତ୍ୱବିତ୍‌ଙ୍କର । ୟୁରୋପୀୟ ସଂଘର ଆଞ୍ଚଳିକ ପ୍ରତ୍ନତତ୍ତ୍ୱବିଜ୍ଞାନ ସେବାର ମୁଖ୍ୟ ଗୁଇଲମ୍‌ ବ୍ଲଣ୍ଡେଲଙ୍କୁ ଚିଠିର ଯାଞ୍ଚ୍‌ ଲାଗି ପଠାଯାଇଥିଲା । ବ୍ଲଣ୍ଡେଲ ବୋତଲଟିକୁ ଖୋଲି ଚିଠି ପଢ଼ିଲେ । 

ସେଥିରେ ଲେଖାଥିଲା, ‘ବିଭିନ୍ନ ବୌଦ୍ଧିକ ସଂସ୍ଥାର ସଦସ୍ୟ ଡାଇପ୍ପେ ବାସିନ୍ଦା ପିଜେ ଫେରେଟ୍‌ ୧୮୨୫ ମସିହାରେ ଏଠାରେ ଖନନ କରିଥିଲେ । ସାଇଟ୍‌ ଡି ଲାଇମ୍ସ ବା କାସାର୍ସ କ୍ୟାମ୍ପ୍‌ ନାମରେ ପରିଚିତ ଏହି ବିଶାଳ କ୍ଷେତ୍ରରେ ସେ ନିଜର ଯାଞ୍ଚ୍‌ ଜାରି ରଖିଛନ୍ତି ।’ ପିଜେ ଫେରେଟ୍‌ ସ୍ଥାନୀୟ ଅଞ୍ଚଳର ଜଣେ ପ୍ରସିଦ୍ଧ ବ୍ୟକ୍ତି ଥିଲେ । ନଗରନିଗମ ରେକର୍ଡରୁ ସ୍ପଷ୍ଟ ହୁଏ, ୨୦୦ ବର୍ଷ ତଳେ ସେ ଉକ୍ତ ସ୍ଥାନରେ ପ୍ରଥମେ ଖନନ କରିଥିଲେ । ଏହି ଆବିଷ୍କାରକୁ ନେଇ ପ୍ରତ୍ନତତ୍ତ୍ୱବିତ୍‌ ଓ ଐତିହାସିକମାନେ ଖୁବ୍‌ ଉତ୍ସାହିତ ଅଛନ୍ତି । ଏହି ଚିଠି ଗଲିଶ ଗାଁର ଇତିହାସ ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇପାରେ ବୋଲି ସେମାନେ ଆଶା କରୁଛନ୍ତି । ପ୍ରାରମ୍ଭିକ ଊନବିଂଶ ଶତାବ୍ଦୀର ପ୍ରତ୍ନତାତ୍ତ୍ୱିକ ପ୍ରକ୍ରିୟା ବିଷୟରେ ମଧ୍ୟ ସେମାନଙ୍କୁ ଜ୍ଞାନ ମିଳିପାରିବ । ଯେଉଁ କାଚ ବୋତଲ ଭତରୁ ଚିଠି ମିଳିଛି, ତାହା ଏକ ପ୍ରକାର ଶିଶି ଥିଲା ଯାହାକୁ ମହିଳାମାନେ ଗଳାରେ ପିନ୍ଧୁଥିଲେ । ସେଥିରେ ଗନ୍ଧଯୁକ୍ତ ଲୁଣ ଭର୍ତ୍ତି କରାଯାଉଥିଲା ବୋଲି ଏହି ପ୍ରତ୍ନତାତ୍ତ୍ୱିକ ଅଭିଯାନ ଟିମ୍‌ର ମୁଖ୍ୟ ଗୁଇଲମ୍‌ ବ୍ଲଣ୍ଡେଲ କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.