ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

କଲାମଙ୍କ ସହ ଲାଡେନକୁ ତୁଳନା କଲେ ଏନସିପି ନେତାଙ୍କ ପତ୍ନୀ : ହଙ୍ଗାମା ପରେ ଦେଲେ ସଫେଇ

ନୂଆଦିଲ୍ଲୀ : ଏନସିପି ( ଶରଦ ପାୱାର) ନେତା ଜିତେନ୍ଦ୍ର ଆହ୍ୱାଡଙ୍କର ପତ୍ନୀ ସ୍କୁଲରେ ଏକ କାର୍ଯ୍ୟକ୍ରମ ବେଳେ , ନିଜ ଭାଷଣରେ ଓସାମା ବିନ୍‌ ଲାଡେନ ସହ ପୂର୍ବତନ ରାଷ୍ଟ୍ରପତି ତଥା ମିସାଇଲ ମ୍ୟାନ ଏପିଜେ ଅବଦୁଲ କଲାମଙ୍କୁ କରିଥିଲେ ତୁଳନା। ଏହାପରେ ତାଙ୍କର ବୟାନକୁ ନେଇ ଖୁବ୍‌ ବିରୋଧ ହୋଇଥିଲା। ଏବେ ରୁତା ଆହ୍ୱାଡ ନିଜ ବୟାନରେ ସଫେଇ ଦେଇଛନ୍ତି। 

ଓସାମା ବିନ ଲାଡେନକୁ ନେଇ ନିଜ ବୟାନରେ ଏନସିପି-ଏସସିପି ନେତା ଜିତେନ୍ଦ୍ର ଆହ୍ୱାଡଙ୍କର ପତ୍ନୀ ରୁତା ଆହ୍ୱାଡା କହିଛନ୍ତି , ତାଙ୍କ ବୟାନକୁ ଏଡିଟ୍‌ କରାଯାଇଛି , ଯାହା ବିଷୟରେ ସେ କିଛି ଜାଣି ନାହାନ୍ତି। ନ୍ୟୁଜ୍‌ ଏଜେନ୍ସି ଏଏନଆଇ ମୁତାବିକ, ରୁତା ଆହ୍ୱାଡ କହିଛନ୍ତି , ଆଜିର ପିଢି ପଢୁ ନାହିଁ , ଏଥିପାଇଁ ମୁଁ ତାଙ୍କୁ କହିଲି କି, ସେମାନେ ନିଜର ମୋବାଇଲ ଫୋନ୍‌ ଛାଡ଼ି ବହି ପଢିବାରେ ମନ ଲଗାନ୍ତୁ। ମୁଁ ପିଲାଙ୍କୁ କହିଲି କି, ସେମାନେ ଡଃ ଏପିଡେ ଅବଦୁଲ କଲାମଙ୍କ ୱିଙ୍ଗସ ଅଫ୍‌ ଫାୟାର ପଢନ୍ତୁ , ତାଙ୍କର ଯାତ୍ରା ଖୁବ୍‌ ଅଦ୍ଭୁତ।

ମୁଁ ତାଙ୍କୁ ଏହା ବି କହିଛି କି ଜୀବନର ଆଉ ଏକ ରହସ୍ୟ ମଧ୍ୟ ରହିଛି, ଯେପରି ଓସାମା ବିନ୍‌ ଲାଡେନ୍‌ ଆତଙ୍କବାଦୀ ହୋଇଗଲେ। କେହି ବି ବ୍ୟକ୍ତି ଜନ୍ମରୁ ଭଲ ବା ଖରାପ ହୋଇ ନଥାଏ, କିନ୍ତୁ ସେ ବହୁତ ଖରାପ ହୋଇଗଲେ। ଓସାମାଙ୍କ ଉପରେ ଏକ ପୁସ୍ତକ ଅଛି , ଯାହା ତାଙ୍କର ହତ୍ୟା ପରେ ମାସ ମାସ ଯାଏ ନ୍ୟୁୟର୍କରେ ବେଷ୍ଟସେଲର ହୋଇଥିଲା। ଏଥିପାଇଁ ଏହା ପଢିବାକୁ ଆଗ୍ରହ ହେବ କି, କାହାର ଜୀବନରେ ଏମିତି କଣ ହୋଇଥାଏ , ଯାହା ତାକୁ ଭଲ ବା ଖରାପ କରିଦିଏ। ମୋର ଏକ ବୟାନକୁ ସଂପାଦିତ କରାଯାଇଛି। ମୋତେ ଜଣା ନାହିଁ କି, ସେ କଣ ।

ଠାଣେରେ ଗୁରୁବାର ଏକ ସାର୍ବଜନିକ କାର୍ଯ୍ୟକ୍ରମରେ ପିଲାଙ୍କୁ ସମ୍ୱୋଧିତ କରିବା ବେଳେ ରୁତା ଆହ୍ୱାଡ କହିଥିଲେ , ଆପଣଙ୍କୁ ଓସାମା ବିନ ଲାଡେନର ଜୀବନୀ ପଢିବା ଉଚିତ୍‌। ଏପିଜେ ଅବଦୁଲ କଲାମ ଯେଉଁ ଭଳି ରାଷ୍ଟ୍ରପତି ହେଲେ , ସେହିପରି ଓସାମା ବିନ୍‌ ଲାଡେନ ଆତଙ୍କବାଦୀ ହୋଇଥିଲେ। କିନ୍ତୁ ସେ ଆତଙ୍କବାଦୀ କାହିଁକି ହେଲେ ? ଏହି ସମାଜ ହିଁ ଥିଲା ଯିଏକି ତାଙ୍କୁ ଏମିତି ଗଢିବାକୁ ବାଧ୍ୟ କଲା। ସେ ଜନ୍ମରୁ ଆତଙ୍କୀ ନଥିଲେ। ସେ ଫ୍ରଷ୍ଟେସନରେ ଆତଙ୍କବାଦୀ ହେଲେ। ଏହାପରେ ତାଙ୍କର ଭାଷଣା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ,ଯାହାକୁ ନେଇ ଖୁବ୍‌ ରିଆକ୍ସନ ଆସୁଛି। 

ସୋସିଆଲ ମିଡ଼ିଆରେ ଭାଇରାଲ ଭିଡ଼ିଓରେ ଆହ୍ୱାଡଙ୍କୁ ଏହା କହୁଥିବାର ଶୁଣିବାକୁ ମିଳିଛି , ଓସାମା ବିନ ଲାଡେନଙ୍କର ଜୀବନ ପଢନ୍ତୁ। ଯେଉଁ ଭଳି ଏପିଜେ ଅବଦୁଲ କଲାମ ସାହେବ ହୋଇ ଗଲେ , ସେହପରି ଓସାମା ମଧ୍ୟ ଆତଙ୍କବାଦୀ ହୋଇଗଲେ। କିନ୍ତୁ ସେ ଆତଙ୍କବାଦୀ କାହିଁକି ହେଲେ ? ସମାଜ ତାଙ୍କୁ ଆତଙ୍କବାଦୀ କରି ଦେଲା। ସେ ହତାଶାରେ ଆତଙ୍କବାଦୀ ହୋଇଗଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.