ପ୍ରମୂଖ ଖବର
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଅଡ଼ୁଆରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ସାଂଘାତିକ ଅଭିଯୋଗ ଆଣିଲେ ବିଜେପି ନେତା

ନୂଆଦିଲ୍ଲୀ: କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ କର୍ଣ୍ଣାଟକ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଛି । ଠକେଇ, ଦସ୍ତାବିଜରେ ହେରଫେର, ଚକ୍ରାନ୍ତ କରି ସରକାରୀ ଜମି ହଡ଼ପ କରିବା ଏବଂ ସାର୍ବଜନୀନ ସ୍ଥାନକୁ ବ୍ୟକ୍ତିଗତ ଭାବରେ ବିନିଯୋଗ କରିବା ନେଇ ଖଡ଼ଗେ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ବିଜେପି ନେତା ଏନଆର ରମେଶ ।

ଏହା ସହ ଖଡ଼ଗେଙ୍କ ବିରୋଧରେ, ସରକାରୀ ସଂପତ୍ତିକୁ ବେଆଇନ୍‌ ଭାବରେ ଅନୁମତି ଦେବା ଏବଂ  ଜମି ଆବଣ୍ଟନକୁ ନେଇ ଆଶଙ୍କା ଥିବା ନେଇ ଏନଆର ରମେଶ ଅଭିଯୋଗ କରିଛନ୍ତି । ରେମେଶ ଯେଉଁସବୁ ଅଭିଯୋଗ କରିଛନ୍ତି ସେଥିମଧ୍ୟରୁ ଖଡ଼ଗେ, ସିଦ୍ଧାର୍ଥ ବିହାର ଟ୍ରଷ୍ଟକୁ ୫ ଏକର ଜମି ପ୍ରଦାନ କରିଥିବା ନେଇ ଦାବିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଟ୍ରଷ୍ଟ ତାଙ୍କ ପରିବାର ସହ ଜଡ଼ିତ । 

ମଲ୍ଲିକାର୍ଜୁନ ଖଡ଼ଗେ, କର୍ଣ୍ଣାଟକର ମନ୍ତ୍ରୀ ପ୍ରିୟଙ୍କା ଏମ୍‌ ଖଡ଼ଗେ, ରାହୁଲ ଏମ ଖଡ଼ଗେ, ରାଧାବାଇ ଏମ ଖଡ଼ଗେ, ରାଧାକ୍ରିଷ୍ଣା, କର୍ଣ୍ଣାଟକର ମନ୍ତ୍ରୀ ଏମବି ପାଟିଲ ଏବଂ ଆଇଏଏସ୍‌ ଅଧିକାରୀ ଡ. ଏସ୍‌ ସେଲଭାକୁମାରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଏନଆର ରମେଶ । ନିଜ ଦାବିକୁ ସତ୍ୟ ପ୍ରମାଣିତ କରିବା ଲାଗି ବିଜେପି ନେତା ରମେଶ ୩୯୪ ପୃଷ୍ଠା ସମ୍ବଳିତ ଦସ୍ତାବିଜ ମଧ୍ୟ ଲୋକୟୁକ୍ତଙ୍କ ପାଖରେ ଦାଖଲ କରିଛନ୍ତି । 

ଅଭିଯୋଗ ଅନୁସାରେ, ଦୁଇଟି ଭିନ୍ନ ସରକାରୀ ଏଜେନ୍ସି ବେଙ୍ଗାଲୁରୁ ଉନ୍ନୟନ ପ୍ରାଧିକରଣ (ବିଡିଏ)   ଏବଂ କେଆଇଏଡିବି ଦ୍ବାରା ୨୦୧୪ରେ ସିଦ୍ଧାର୍ଥ ବିହାର ଟ୍ରଷ୍ଟକୁ  ଜମି ଆବଣ୍ଟିତ ହୋଇଛି । ତେବେ ଏହି ଜମି ପୂର୍ଣ୍ଣ ଅନୁମତି ବିନା ଆବଣ୍ଟିତ ହୋଇଥିବା ବେଳେ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ବିଜେପି ନେତା ଏନଆର ରମେଶ  । 

  • BJP
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.