ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

ଅରୁଣାଚଳର ପର୍ବତ ଶିଖରକୁ ଦଲାଇ ଲାମାଙ୍କ ନାଁ ଦେଲେ ଭାରତୀୟ ପର୍ବତାରୋହୀ, ଆପତ୍ତି ଉଠାଇଲା ଚୀନ୍‌

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗରେ ଥିବା ଏକ ପର୍ବତ ଶିଖରକୁ ଷଷ୍ଠ ଦଲାଇ ଲାମାଙ୍କ ନାମାନୁସାରେ ନାମିତ କରିଛନ୍ତି ଭାରତୀୟ ପର୍ବତାରୋହୀ । ଆଉ ଏହାକୁ ନେଇ ଚିହିଁକି ଉଠିଛି ଚୀନ୍‌ । ଏହାକୁ ‘ଚୀନ୍‌ ଅଞ୍ଚଳ’ରେ ଅନୁପ୍ରବେଶ ବୋଲି ଦର୍ଶାଇଛି ଡ୍ରାଗନ । ଦିରାଙ୍ଗରେ ଥିବା ରାଷ୍ଟ୍ରୀୟ ପର୍ବତାରୋହଣ ଏବଂ ସାହସିକ କ୍ରୀଡ଼ା ପ୍ରତିଷ୍ଠାନ (NIAMS)ର ୧୫ ଜଣ ପର୍ବତାରୋହୀଙ୍କ ଏକ ଦଳ ସଫଳତାର ସହ ପର୍ବତ ଶିଖରରେ ପହଞ୍ଚିଥିଲେ । 

NIAMS ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନରେ ରହିଛି ।  ସେଠାରେ ପହଞ୍ଚିବା ପରେ ତଓ୍ବାଙ୍ଗରେ ଜନ୍ମଗ୍ରହଣ କରିଥିବା ଷଷ୍ଠ ଦଲାଇ ଲାମା, ତ୍ୟାଙ୍ଗୟାଙ୍ଗ ଗ୍ୟାତ୍ସୋଙ୍କ ସମ୍ମାନରେ ଏହାର ନାମ ‘ତ୍ୟାଙ୍ଗୟାଙ୍ଗ ଗ୍ୟାତ୍ସୋ ଶିଖର’ ବୋଲି ରଖିଥିଲେ । କିନ୍ତୁ ଏଥିରେ ଚୀନ ଉତକ୍ଷିପ୍ତ ହୋଇଉଠିଛି । ପୂର୍ବ ଲଦାଖରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ସୈନିକଙ୍କୁ ପଛକୁ ହଟାଇବା ଲାଗି ଭାରତ ଏବଂ ଚୀନ୍‌ ମଧ୍ୟରେ ହୋଇଥିବା ଆଲୋଚନା କେତେକାଂଶରେ ସଫଳ ହୋଇଥିବା ବେଳେ ଅରୁଣାଚଳ ପ୍ରଦେଶରେ ପୁଣି ଥରେ ଚୀନ୍‌ ବିସ୍ତାରବାଦୀ ନୀତି ଆପଣାଇଛି । 

ଅରୁଣାଚଳର ଅଜ୍ଞାତ ପର୍ବତ ଶିଖରକୁ ଦଲାଇ ଲାମାଙ୍କ ନାମାନୁସାରେ ନାମିତ କରାଯିବାକୁ ନେଇ ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଲିନ୍‌ ଜିୟାନ୍‌ ଅସନ୍ତୋଷ ପ୍ରକାଶ କରିଛନ୍ତି । ବେଜିଂରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଚୀନ୍‌ ଅଞ୍ଚଳରେ ଭାରତର ତଥାକଥିତ ‘ଅରୁଣାଚଳ ପ୍ରଦେଶ’ ପ୍ରତିଷ୍ଠା କରିବା ଅବୈଧ ଏବଂ ନିରର୍ଥକ । ତେବେ ଚୀନ୍‌ ଅରୁଣାଚଳ ପ୍ରଦେଶକୁ ‘ଜାଙ୍ଗନାନ୍‌’ ବୋଲି ନାମିତ କରିବା ସହ ଏହାକୁ ନିଜର ଅଞ୍ଚଳ ବୋଲି ଦାବି କରିଆସିଛି । 

ଅନ୍ୟପଟେ ପର୍ବତ ଶିଖରକୁ ଷଷ୍ଠ ଦଲାଇ ଲାମାଙ୍କ ନାମରେ ନାମିତ କରିବାକୁ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ  । ମନ୍ତ୍ରାଳୟ ଅନୁସାରେ, ଦଲାଇ ଲାମାଙ୍କ ଅଦମ୍ୟ ବୁଦ୍ଧିମତା ଏବଂ ମୋନପା ସମୁଦାୟଙ୍କ ଲାଗି ତାଙ୍କର ଅବଦାନକୁ ସମ୍ମାନ ଜଣାଇ ପର୍ବତ ଶିଖରର ନାଁ ତାଙ୍କ ନାମରେ ନାମିତ ହୋଇଛି ।  ଏମିତି ଲାଗୁଛି ଏହି କଥା କେତେକଙ୍କୁ ବିଚଳିତ କରିଛି । ଏହା ସହ ଅରୁଣାଚଳ ପ୍ରଦେଶକୁ ନେଇ ଚୀନର ଦାବିକୁ ଖଣ୍ଡନ କରିଛି ଭାରତ । 

  • China
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.