ପ୍ରମୂଖ ଖବର
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

କେରଳରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ୍, ୟୁଏଇରୁ ଫେରିଥିଲେ ଯୁବକ

କୋଚି,୨୮/୦୯: କେରଳରେ ମଙ୍କିପକ୍ସ(ଏମ୍‌ପକ୍ସ)ର ଦ୍ୱିତୀୟ ରୋଗୀ ଚିହ୍ନଟ ହୋଇଛନ୍ତି ।  ୨୯ ବର୍ଷୀୟ ଯୁବକଜଣକ ନିକଟରେ ୟୁଏଇରୁ କେରଳର ଏର୍ଣ୍ଣାକୁଲମ୍‌କୁ ଫେରିଥିଲେ । ତାଙ୍କୁ ପ୍ରବଳ  ଜ୍ୱର ଥିଲା । ନମୂନା ପରୀକ୍ଷଣରୁ ତାଙ୍କୁ ଏମ୍‌ପକ୍ସ ହୋଇଥିବା ସ୍ପଷ୍ଟ ହୋଇଛି । 

ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ  ଅନୁସାରେ, ରୋଗୀ କୋଚିର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା  ସ୍ଥିର ରହିଛି । ରୋଗୀଙ୍କର ନମୂନାକୁ ପୁନେର  ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିକୁ  ଜିନୋମ୍‌ ସିକ୍ୱେନ୍ସିଂ ଲାଗି ପଠାଯାଇଛି । ସେଥିରୁ ସେ ଏମ୍‌ପକ୍ସର ବିପଜ୍ଜନକ ଓ ଶୀଘ୍ର ବ୍ୟାପୁଥିବା କ୍ଲେଡ୍‌-୧ବି ଷ୍ଟ୍ରେନ୍‌ ଦ୍ୱାରା ସଂକ୍ରମିତ କି ନାହିଁ ତାହା  ଜଣାପଡିବ । ଭାରତରେ ଏହା ମଙ୍କିପକ୍ସର ତୃତୀୟ ମାମଲା । 

ଗତ ୧୮ ତାରିଖରେ ଭାରତରେ  ଏମ୍‌ପକ୍ସର ଦ୍ୱିତୀୟ ଓ କ୍ଲେଡ୍‌-୧ ବି ଷ୍ଟ୍ରେନ୍‌ର ପ୍ରଥମ ରୋଗୀ ଚିହ୍ନଟ ହୋଇଥିଲେ । ୩୮ ବର୍ଷୀୟ  ସଂକ୍ରମିତ ରୋଗୀ ୟୁଏଇରୁ କେରଳର ମଲପ୍ପୁରମ୍‌ ଫେରିଥିଲେ । ସେ ଏକ ସରକାରୀ ହସ୍ପିଟାଲରେ  ଚିକିତ୍ସିତ ହେଉଥିବାବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ତା’ ପୂର୍ବରୁ ଗତ ୯ ତାରିଖରେ  ହରିଆଣାର ହିସାରରେ ଦେଶର ପ୍ରଥମ ମଙ୍କିପକ୍ସ ମାମଲା ସାମ୍ନାକୁ ଆସିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.