ପ୍ରମୂଖ ଖବର
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଅନଲାଇନ ଫୁଡ ଡେଲିଭରୀ ସଂସ୍ଥା ଜୋମାଟୋରୁ ଇସ୍ତଫା ଦେଲେ ସହ ପ୍ରତିଷ୍ଠାତା ଆକୃତି ଚୋପ୍ରା

ନୂଆଦିଲ୍ଲୀ,୨୮/୦୯:ଇସ୍ତଫା ଦେଲେ ଅନଲାଇନ ଫୁଡ ଡେଲିଭରୀ ସଂସ୍ଥା ଜୋମାଟୋର ସହ ପ୍ରତିଷ୍ଠାତା ଆକୃତି ଚୋପ୍ରା । ସେ ଜମାଟୋର ସହ ପ୍ରତିଷ୍ଠାତା ସହ ମୁଖ୍ୟ ଲୋକ ଅଧିକାରୀ ଭାବେ କାମ କରୁଥିଲେ। ହେଲେ ଗତକାଲି ସେ ଇସ୍ତଫା ଦେବା ସହ ଜୋମାଟୋ ସହ ୧୩ ବର୍ଷ ଧରି ଚାଲିଥିବା ତାଙ୍କ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।

ତେବେ ତତ୍କାଳ ଭାବେ ଆକୃତି ନିଜ ପଦରୁ ଇସ୍ତଫା ଦେଇଥିବା ସମ୍ପର୍କରେ କମ୍ପାନୀ ପକ୍ଷରୁ ଷ୍ଟକ ଏକ୍ସଚେଞ୍ଜକୁ ଅବଗତ କରାଇ ଦିଆଯାଇଛି। ଜୋମାଟୋ ସିଇଓ ଦୀପିନ୍ଦର ଗୋଏଲଙ୍କୁ ଇ-ମେଲ ଜରିଆରେ ଆକୃତି ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ସେ କହିଛନ୍ତି, “ଆଲୋଚନା ଅନୁସାରେ ମୁଁ ବିଧିବଦ୍ଧ ଭାବେ ମୋ ଇସ୍ତଫାପତ୍ର ଦାଖଲ କରୁଛି। ଏହା ଠାରୁ ୨୭ ସେପ୍ଟେମ୍ବରରୁ ହିଁ ଲାଗୁ ହେବ। ଏହି ୧୩ ବର୍ଷ ଅତ୍ୟନ୍ତ ଅଦ୍ଭୁତ ପୂର୍ବ ଯାତ୍ରା ଥିଲା। ସବୁ କିଛି ପାଇଁ ଧନ୍ୟବାଦ। ମୁଁ ଗୋଟିଏ କଲ ଠାରୁ ଦୂରରେ ଅଛି। ମୁଁ ଆପଣଙ୍କୁ ଓ ପୂରା ଟିମକୁ ଶୁଭକାମନା ଜଣାଉଛି।” ଆକୃତି ଚୋପ୍ରା ୨୦୧୧ରେ ଜୋମାଟୋରେ ଫାଇନାନ୍ସ ଓ ଅପରେସନର ବରିଷ୍ଠ ମ୍ୟାନେଜର ଭାବେ ସାମିଲ ହୋଇଥିଲେ। ସେ କମ୍ପାନୀର ମୁଖ୍ୟ ଅର୍ଥ ଅଧିକାରୀ ଭାବେ କାମ କରୁଥିଲେ। ୨୦୨୦ରେ ଏହି ପଦର ଦାୟିତ୍ୱ ଅକ୍ଷାନ୍ତ ଗୋଏଲ ନେଇଥିଲେ। 









  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.