ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

IRCTCର ନକଲି ଆପ୍ ଖାଲି କରିପାରେ ବ୍ୟାଙ୍କ ଆକାଉଣ୍ଟ, ଫେକ୍ ସପିଂ ଓ୍ବେବସାଇଟ୍‌ଠାରୁ ରୁହନ୍ତୁ ସାବଧାନ

ନୂଆଦିଲ୍ଲୀ,୨୮।୯: ୟୁଜର୍ସଙ୍କ ଉପରେ ଅନଲାଇନ୍ ଠକେଇର ବିପଦ ବଢି ଯାଇଛି। ଟିଓଆଇର ରିପୋର୍ଟ ଅନୁସାରେ, ଗ୍ଲୋବାଲ ସାଇବର ସିକ୍ୟୁରିଟି ସଲ୍ୟୁସନ୍ ପ୍ରୋଭାଇଡର କ୍ବିକ୍ ହିଲ୍‌ ଟେକ୍ନୋଲୋଜି ସେହି ସାଇବର ବିପଦକୁ ନେଇ ଆଡଭାଇଜରୀ ଜାରି କରିଛି, ଯାହା ଜରିଆରେ ହ୍ୟାକର ୟୁଜର୍ସଙ୍କୁ ନିଜର ଶିକାର କରୁଛନ୍ତି। ଏହାଛଡା Seqrite labs ର ରିସର୍ଚ୍ଚର ମଧ୍ୟ କିଛି ବଡ ଡିଜିଟାଲ ଫ୍ରଡ ଟ୍ରେଡର୍ସର ଚିହ୍ନଟ କରିଛି, ଯାହାଫଳରେ ସାଇବର କ୍ରିମିନାଲ୍‌ ୟୁଜର୍ସଙ୍କୁ ବଡ଼ ଧରଣର କ୍ଷତି ହୋଇପାରେ। ଫେକ୍ ଆଇଆରଟିସି ଆପ୍‌ ଓ ନକଲି ସପିଂ ଓ୍ବେବସାଇଟ୍ ଥିବା ସ୍କାମ୍ ଏହା ଭିତରୁ ଅନ୍ୟତମ। ଆସନ୍ତୁ ଡିଟେଲ୍‌ରେ ଜାଣିବା ଏହି ସ୍କାମ୍ ବିଷୟରେ।

ସାଇବର ସିକ୍ୟୁରିଟି ରିସର୍ଚ୍ଚର ଏକ ହାଇଟେକ ସ୍ପାଇଓ୍ବେର ଚିହ୍ନଟ କରିଛି, ଯାହାକି ଅଫିସିଆଲ ଆଇଆରଟିସି ଆପ୍ ଭଳି ଲାଗିଥାଏ। ଏହି ମାଲିସିୟସ୍ ଆପ୍‌ ୟୁଜରଙ୍କ ଫେସବୁକ୍ ଓ ଗୁଗୁଲ ଆକାଉଣ୍ଟର ୟୁଜରନେମ୍ ଓ ପାସଓ୍ବାର୍ଡକୁ ଚୋରାଇ ନେଇଥାଏ।ଫଳରେ ହ୍ୟାକ୍‌ ସହଜରେ ଗୁଗୁଲ ଅଥଣ୍ଟିକେସନ୍‌ରୁ କୋଡ୍‌କୁ ଆକ୍ସେସ କରିପାରିବେ। ଏହା ସହ ୟୁଜରଙ୍କ ଜିପିଏସ୍ ଓ ନେଟଓ୍ବର୍କ ଲୋକେସନ୍ ଡିଟେଲ ମଧ୍ୟ ହ୍ୟାକରକୁ ଦେଇ ଦେଇଥାଏ। ଏହି ଆପ୍ ୟୁଜରଙ୍କ ବ୍ୟାଙ୍କିଙ୍ଗ ଡିଟେଲ୍ସକୁ ମଧ୍ୟ ଚୋରାଇ ପାରିଥାଏ। ଚିନ୍ତାର କଥା ଏହା ଯେ, ଏହି ମାଲଓ୍ବେର ସାହାଯ୍ୟରେ ହ୍ୟାକର ଗୁଗୁଲର ଫୋନ୍‌ କ୍ୟାମେରାରୁ ଭିଡିଓ ରେକର୍ଡ କରି ତାକୁ ଯେ କୌଣସି ସ୍ଥାନକୁ ସେଣ୍ଡ କରିପାରିବ। ଏହି ଆପ୍‌ ଫୋନ୍ରେ ଇନଷ୍ଟଲ ଆପ୍ସର ଡାଟାକୁ କଲେକ୍ଔ କରି କମାଣ୍ଡ ସ କନଟ୍ରୋଲ ସେଣ୍ଟରକୁ ପଠାଇ ଦେଇଥାଏ।

ଦଶହରା, ଦିପାବଳୀ ଓ କ୍ରିସମାସ୍‌ ଭଳି ବଡ ପର୍ବରେ ୟୁଜର ଖୁବ୍ ସପିଂ କରନ୍ତି। ଫେଷ୍ଟିଭ୍ ସିଜିନ୍ ହ୍ୟାକର୍ସଙ୍କ ପାଇଁ ଖୁବ୍ ଖାସ୍ ରହିଥାଏ। ଏଥିରେ ହ୍ୟାକର ଅସଲି ସପିଂ ଓ୍ବେବସାଇଟ୍‌ ଭଳି ଦେଖାଯାଉଥିବା ଫେକ୍ ଓ୍ବେବସାଇଟ୍‌ କ୍ରିଏଟ୍ କରି ୟୁଜର୍ସଙ୍କ ସହ ଠକେଇ କରନ୍ତି। ଏହି ଓ୍ବେବସାଇଟ୍‌ର ନାଁ ଅସଲି ସହ ଖୁବ୍ ମିଶିଥା,। ସାଇବର କ୍ରିମିନାଲ ସର୍ଟ ୟୁଆରଏଲ୍‌ର ବ୍ୟବହାର କରନ୍ତି, ଫଳରେ ୟୁଜର ଅସଲି ଓ ନକଲି ଓ୍ବେବସାଇଟ୍‌ର ଚିହ୍ନଟ କରିପାରିବେନି। ଲିଙ୍କରେ କ୍ଲିକ୍ କରିବା ପରେ ୟୁଜର ମଲିସିୟସ୍‌ ଓ୍ବେବସାଇଟ୍‌ରେ ପହଁଞ୍ଚି ଯାଇଥାନ୍ତି।

କ୍ୟୁଆର କୋଠହ୍ ଫିଶିଂ ସ୍କାମ୍ ଆଜିକାଲି ଖୁବ୍ ଟ୍ରେଣ୍ଡରେ ଅଛି। ଏଥିରେ ସାଇବର କ୍ରିମିନାଲ ୟୁଜର୍ସଙ୍କୁ ଟେକ୍ସଟ୍ ମେସେଜ୍‌ ସୋସିଆଲ ମିଡିଆ ଆପ୍ କିମ୍ବା ଇମେଲ ଜରିଆରେ କ୍ୟୁଆର କୋଡ୍ ପଠାନ୍ତି। ସ୍କାନ୍ କରାଯିବା ପରେ କୋଡ୍‌ ୟୁଜର୍ସଙ୍କୁ ଫେକ୍ ଓ୍ବେବସାଇଟ୍‌ରେ ରିଡାଇରେକ୍ଟ କରିଦେଇଥାଏ, ଯାହାକି ଦେଖିବାକୁ ଅସଲି ଭଳି ଲାଗେ। ଏହି ଓ୍ବେବସାଇଟ୍ ଜରିଆରେ ହ୍ୟାକର ୟୁଜର୍ସଙ୍କ ପର୍ସନାଲ ସହ ଫାଇନାନ୍ସିଆଲ ଡାଟା ଯେପରି ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍‌ ଓ ନେଟ୍‌ଓ୍ବାର୍କିଂ ପାସ୍‌ଓ୍ବାର୍ଡ ବିଷୟରେ ଜାଣିପାରନ୍ତି। ସେଭଳି ଗିଫ୍ଟ କାର୍ଡରୁ ହେଉଥିବା ଠକେଇ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢିବାରେ ଲାଗିଛି। ହ୍ୟାକର ୟୁଜର୍ସଙ୍କୁ ପୁରସ୍କାର ଜିତିବା କିମ୍ବା ଗିଫ୍ଟ କାର୍ଡ କ୍ଲେମ କରିବା ପାଇଁ ଫେକ୍ ମେସେଜ୍ ପଠାଇଥାନ୍ତି। ଏହି ମେସେଜ୍ ସାଧାରଣତଃ ‘Dear customer Congratulations ! you have won… ଟାଇପ୍‌ର ଟେକ୍ସଟ୍‌ ଥିବା ମେସେଜ୍ ଦେଇଥାନ୍ତି। ଫ୍ରି ଗିଫ୍ଟ ଓ ଗିଫ୍ଟ କାର୍ଡ ପାଇବା ପାଇଁ ହ୍ୟାକର୍ସଙ୍କୁ ଏହି ମେସେଜ୍‌ରେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରିବାକୁ କୁହାଯାଇଥାଏ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.