ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ହରିୟାଣାରେ କଂଗ୍ରେସର ନିର୍ବାଚନୀ ଇସ୍ତାହାର: ଗରିବଙ୍କୁ ପ୍ଳଟ, ମହିଳାଙ୍କୁ ମାସକୁ ୨ ହଜାର ଟଙ୍କା

ନୂଆଦିଲ୍ଲୀ,୨୮।୯: ହରିୟାଣା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଆଜି ଚଣ୍ଡୀଗଡରେ ୫୩ ପୃଷ୍ଠାର ନିର୍ବାଚନୀ ପ୍ରତିଶୃତି ଜାରି କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦିପେନ୍ଦ୍ର ହୁଡା, ଅବଜରଭର ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ପ୍ରଦେଶ ଅଧ୍ୟକ୍ଷ ଉଦୟଭାନ ଏହାକୁ ଜାରି କରିଛନ୍ତି। ନିର୍ବାଚନୀ ପ୍ରତିଶୃତିରେ ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନଶନ୍ ସ୍କିମ୍ ଓ ମହିଳାଙ୍କୁ ପ୍ରତି ମାସ ଦୁଇ ହଜାର ଟଙ୍କା ଦେବା ସହ ବହୁ ପ୍ରତିଶୃତି ଦିଆଯାଇଛି।କୃଷକଙ୍କ ପାଇଁ ନ୍ୟୁନତମ ସମର୍ଥନ ମୂଳ୍ୟ (ଏମ୍‌ଏସ୍‌ପି) ଆଇନଗତ ଗ୍ୟାରେଣ୍ଟି ଓ ଫସଲ ଖରାପ ଉପରେ ତୁରନ୍ତ କ୍ଷତିପୂରଣ ଦେବାର ପ୍ରତିଶୃତି କରିଛନ୍ତି। ତେବେ କଂଗ୍ରେସର ଘୋଷଣା ପତ୍ରରେ ଅଗ୍ନିବୀରକୁ ନେଇ କୌଣସି ଆଲୋଚନା ହୋଇନି।

କଂଗ୍ରେସ ନିର୍ବାଚନରେ ଅଗ୍ନିବୀରଙ୍କୁ ଶହୀଦଙ୍କ ପାହ୍ୟା ନଦେବା ଓ ପେନଶନ୍ ଛଡାଇ ନେବାର ବିରୋଧ କରୁଛି। ୭ ଦିନ ପୂର୍ବରୁ ଦିଲ୍ଲୀରେ କଂଗ୍ରେସ ରାଜ୍ୟର ଲୋକଙ୍କ ପାଇଁ ୭ଟି ଗ୍ୟାରେଣ୍ଟି ଦେଇ ସାରିଛି। କଂଗ୍ରେସ ଅଧ୍ୟକ୍ଷ ମାଲିକୁର୍ଜନ ଖଡଗେଙ୍କ ନେତୃତ୍ବରେ ୭ଟି ଗ୍ୟାରେଣ୍ଟି ନାମରେ ଏହାକୁ ଜାରି କରାଯାଇଥିଲା। ଏହି ସମୟରେ ସିରସା ସାଂସଦ କୁମାରୀ ସୈଲଜା ଓ ରାଜ୍ୟସଭା ସାଂସଦ ରଣଦୀପ ସୁରଜେଓ୍ବାଲା ଅନୁପସ୍ଥିତ ଥିଲେ।

କଂଗ୍ରେସର ନିର୍ବାଚନି ପ୍ରତିଶୃତି

-ହରିୟାଣାରେ ପୁରୁଣା ପେଶନ୍ ଯୋଜନା ଲାଗୁ କରିବାର ପ୍ରତିଶ୍ରୁତି

-କୃଷକ ଆନ୍ଦୋଳନରେ ମୃତ ୭୦୦ରୁ ଅଧିକ ଶହୀଦ କୃଷକଙ୍କ ପରିବାରକୁ ସରକାରୀ ଚାକରୀ ଦେବାର ପ୍ରତିଶ୍ରୁତି।

-ସରକାରୀ ଚାକିରୀ ଓ ସରକାରୀ ବିଭାଗରେ ଭର୍ତ୍ତି ହେବ। ହରିୟାଣା କୌଶଳ ରୋଜଗାର ନିଗମ ବନ୍ଦ କରିବ। କୃଷକଙ୍କ ସହ ଜଡିତ ପୋର୍ଟାଲ ବନ୍ଦ କରିବ। ପରିବାରର ପରିଚୟ ପତ୍ର  ପୋର୍ଟାଲକୁ ରିଭ୍ୟୁ କରିବ। ସରକାରୀ ଚାକିରୀରେ ଖେଳ କୋଟା ଫେରିବ।

-ବୟସ୍କ ଓ ବିଧବା ମହିଳାଙ୍କୁ ୬୦୦୦ ଟଙ୍କା ମାସିକ ପେନଶନ୍ ମିଳିବ। ୫୦୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର, ଇନ୍ଦିରା ଲାଡନୀ ବେହେନ ସମ୍ମାନ ଯୋଜନା ଅନୁସାରେ, ୧୮ ରୁ ୬୦ ବର୍ଷର ସବୁ ମହିଳାଙ୍କୁ ୨୦୦୦ ଟଙ୍କା ପ୍ରତିମାସ ଦିଆଯିବ।

- ପ୍ରତି ଗରିବ ପରିବାରକୁ ୧୦୦ ଗଜ ଲେଖାଏଁ ମାଗଣା ପ୍ଲଟ,ଦୁଇଟି ରୁମ୍‌ର ଘରନ ତିଆରି ପାଇଁ ୩.୫ ଲକ୍ଷ ଟଙ୍କା ଦିଆଯିବ । ଏସସି ବର୍ଗକୁ ବିଭିନ୍ନ ଯୋଜନାର ଲାଭର ୧.୮୦ ଲକ୍ଷ ଆୟ ସୀମା ବଢାଯିବ। ପଛୁଆ ବର୍ଗରେ କ୍ରିମି ଲେୟାରର ସୀମା ୬ ଲକ୍ଷରୁ ବଢାଇ ୧୦ ଲକ୍ଷ କରାଯିବ। ଜାତିଗତ ସର୍ଭେ ମଧ୍ୟ ହେବ।

- ୨୪ ଘଣ୍ଟା ବିଜୁଳି, ୩୦୦ ୟୁନିଟ୍‌ ମାଗଣା ବିଜୁଳି ମିଳିବ। ବେଆଇନ୍ କଲୋନୀକୁ ବୈଧ କରିବାର ପାରଦର୍ଶୀ ନୀତି ତିଆରି କରାଯିବ। 

-ଶହୀଦ ସୈନିକଙ୍କ ପରିବାରକୁ ୨ କୋଟି ଟଙ୍କା। ହରିୟାଣା ପୋଲିସର ଯବାନଙ୍କୁ ହାଇଟେକ ହତିଆର ଉପଲବ୍ଧ କରାଯିବ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.