ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

୨୫୦୦ର ଟିକେଟ ୩ ଲକ୍ଷରେ ବିକିଲେ, ଆଶିଷ ହେମରାଜାନୀଙ୍କ ଉପରେ ଲାଗିଲା କୋଲ୍ଡପ୍ଲେ କନ୍ସର୍ଟ ଟିକେଟ ବ୍ଲାକ କରିବା ଅଭିଯୋଗ

ନୂଆଦିଲ୍ଲୀ, ୨୮/୯ :  ବିବାଦ ଘେରରେ ଅନଲାଇନ ବୁକିଂ ଓ୍ବେବସାଇଟ ବୁକ ମାଇ ଶୋ । ଆସନ୍ତା ବର୍ଷ ଜାନୁଆରୀରେ ହେବାକୁ ଥିବା ଲୋକପ୍ରିୟ ବ୍ରିଟିଶ ରକ ବ୍ୟାଣ୍ଡ କୋଲ୍ଡପ୍ଲେ କନ୍ସର୍ଟର ଟିକେଟ କଳାବଜାରୀକୁ ନେଇ ବୁକ ମାଇ ଶୋ ଏବେ ବିବାଦ ଘେରରେ । ଏହି କନ୍ସର୍ଟକୁ ନେଇ ଲୋକଙ୍କ ମଧ୍ୟରେ ଏଭଳି କ୍ରେଜ କି ବୁକିଂ ଓ୍ବିଣ୍ଡୋ ଖୋଲିବା ମାତ୍ରକେ ସୋଲ୍ଡ ଆଉଟ ହୋଇଯାଇଥିଲା । କୋଲ୍ଡପ୍ଲେ କନ୍ସର୍ଟର ଟିକଟ ନେବା ଲାଗି ଲୋକଙ୍କ ଦିଓ୍ବାନା ଦେଖି ଟିକେଟର କଳାବଜାରୀ ଆରମ୍ଭ ହୋଇଯାଇଛି । ଏବେ ଏହି ଟିକେଟ କଳାବଜାରୀକୁ ନେଇ ବୁକ ମାଇ ଶୋ ବିବାଦ ଘେରରେ । ମୁମ୍ବାଇ ପୋଲିସ ବୁକ ମାଇ ଶୋର ସିଇଓକୁ ସମନ ଜାରି କରିଛି ।

କୋଲ୍ଡପ୍ଲେ କନ୍ସର୍ଟ ଟିକେଟର କଳାବଜାରୀ ମାମଲାରେ ମୁମ୍ବାଇ ପୋଲିସ ବୁକ୍ ମାଇ ଶୋର ସିଇଓ ଏବଂ କୋ- ଫାଉଣ୍ଡର ଆଶିଷ ହେମରାଜାନୀଙ୍କୁ ସମନ ଜାରି କରିଛି । ଟିକେଟର କଳାବଜାରୀ କରିବା ଅଭିଯୋଗରେ ଆଶିଷ ହେମରାଜାନୀଙ୍କ ବିପକ୍ଷରେ ସମନ ଜାରି କରାଯାଇଛି । ପ୍ରକାଶ ଯେ, ବୁକ ମାଇ ଶୋର ସିଇଓଙ୍କ ଉପରେ ଅଭିଯୋଗ ଲାଗିଛି କି ସେ କୋଲ୍ଡପ୍ଲେ କନ୍ସର୍ଟର ଟିକେଟ ମହଙ୍ଗା ମୂଲ୍ୟରେ ବିକ୍ରି କରିଛନ୍ତି । ଯେଉଁ ଟିକେଟର ମୂଲ୍ୟ ୨୫୦୦ଟଙ୍କା ଅଟେ ତାକୁ କଳାବଜାରୀ କରି ୩ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି । ପ୍ରକାଶ ଯେ, ଆସନ୍ତା ବର୍ଷ ଜାନୁଆରୀ ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ବ୍ରିଟିଶ ରକ ବ୍ୟାଣ୍ଡ କୋଲ୍ଡପ୍ଲେଙ୍କ ମୁମ୍ବାଇରେ କନ୍ସର୍ଟ ହେବାକୁ ଅଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.