ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ଇଟାଲି ପ୍ରଧାନମନ୍ତ୍ରୀଙ୍କଠାରେ ଦେଖିବାକୁ ମିଳିଲା ଭାରତର ଛାପ, G7 ଶିଖର ସମ୍ମିନଳୀକୁ ଆସିଥିବା ଅତିଥିଙ୍କୁ ‘ନମସ୍ତେ’ କହି କଲେ ସ୍ବାଗତ

ନୂଆଦିଲ୍ଲୀ,୧୩।୬: ଇଟାଲୀର ଆପୁଲିଆ ଅଞ୍ଚଳର ବୋର୍ଗୋ ଏଗନାଜିଆର ରିସର୍ଟରେ ଆରମ୍ଭ ହୋଇଛି G7 ଶିଖର ସମ୍ମିଳନୀ। ଜୁନ୍ ୧୩ ରୁ ୧୫ପର୍ଯ୍ୟନ୍ତ ଚାଲିବ। ଏହି ସମ୍ମିଳନୀରେ  ଆମେରିକା ରାଷ୍ଟ୍ରପତି ଜୋ ବିଡେନ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନାକ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏବଂ ଜର୍ମାନ ଚାନ୍ସେଲର ଓଲାଫ ସ୍କୋଲଜ ଇଟାଲୀରେ ପହଞ୍ଚିଛନ୍ତି। ଏହି ସମୟ ମଧ୍ୟରେ, ଇଟାଲୀର ପ୍ରଧାନମନ୍ତ୍ରୀ ମେଲୋନିଙ୍କ ଉପରେ ଭାରତର ଛାପ ଦେଖିବାକୁ ମିଳିଥିଲା। କାରଣ ସେ ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ବିଦେଶୀ ଅତିଥିମାନଙ୍କୁ ‘ନମସ୍ତେ’ କହି ସ୍ୱାଗତ କରିଥିଲେ।

ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଅତିଥିମାନଙ୍କୁ ଭିନ୍ନ ଅନ୍ଦାଜରେ ସ୍ବାଗତ କରିଥିଲେ। ସେ ଜର୍ମାନ ଚାନସେଲର ଓଲାଫ ସ୍କୋଲଜ ଏବଂ ୟୁରୋପୀୟ ଆୟୋଗର ସଭାପତି ଉର୍ସୁଲା ଭନ୍ ଡେର୍ ଲେଏନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅନ୍ଦାଜରେ ତାଙ୍କୁ ସ୍ୱାଗତ କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଭାରତୀୟମାନେ ମଧ୍ୟ ମେଲୋନିଙ୍କୁ ବହୁତ ପ୍ରଶଂସା କରୁଛନ୍ତି।

ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଯୋଗଦେବେ। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ମୋଦିଙ୍କର ପ୍ରଥମ ବିଦେଶ ଯାତ୍ରା।  ଭାରତ ଏକ ଅତିଥି ଦେଶ ଭାବରେ G7 ସମ୍ମିଳନୀରେ ଅଂଶଗ୍ରହଣ କରେ। ଏଥର G7 ସମ୍ମିଳନୀରେ ଭାଗ ନେବାକୁ ଭାରତ ଏକାଦଶ ଥର ନିମନ୍ତ୍ରଣ ପାଇଛି। ସମ୍ମିଳନୀରେ ଅନେକ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ଆଲୋଚନା କରିବେ ବୋଲି କୁହାଯାଉଛି। ସମ୍ମିଳନୀରେ ସେ ଭାରତ ସମେତ ଗ୍ଲୋବାଲ ସାଉଥ ପ୍ରସଙ୍ଗ ମଧ୍ୟ ଉଠାଇବେ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.