ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଏନଡିଏ ସରକାର ଖୁବ୍ ଦୁର୍ବଳ, ଟିକେ ଅସୁବିଧା ହେଲେ ଭାଙ୍ଗିଯିବ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୮।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାବି କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ଏନ୍‌ଡିଏ ସରକାର ବହୁତ ଦୁର୍ବଳ। ସେ କହିଛନ୍ତି, ତୃତୀୟ କାର୍ଯ୍ୟକାଳରେ ଏନ୍‌ଡିଏ ସରକାର ଅସ୍ତିତ୍ବ ପାଇଁ ସଂଘର୍ଷ କରି ପାରନ୍ତି। ଲୋକସଭା ନିର୍ବାଚନର ଫଳାଫଳ ଘୋଷିତ ହେବାପରେ ନିଜର ପ୍ରଥମ ସାକ୍ଷାତକାରରେ ରାହୁଲ ଗାନ୍ଧୀ ଫାଇନାନ୍ସିଆଲକୁ କହିଛନ୍ତି,୪ ଜୁନ୍‌ ରେଜଲ୍ଟ ପରେ ଭାରତୀୟ ରାଜନୀତି ପରିଦୃଶ୍ୟରେ ଏକ ବଡ ପରିବର୍ତ୍ତନ ସୃଷ୍ଟି ହୋଇଛି। ସଂଖ୍ୟା ଏତେ କମ୍ ଯେ, ତାଙ୍କର ସ୍ଥିତି ଖୁବ୍ ଦୁର୍ବଳ ଓ ଅଳ୍ପ ଅସୁବିଧା ହେଲେ ସରକାର ଭାଙ୍ଗି ଯାଇପାରେ। ସହଯୋଗୀ ଅନ୍ୟ ଆଡକୁ ଯାଇ ପାରନ୍ତି।’

ରାୟବରେଲି ଓ ଓ୍ବାଇନାଡ୍‌ ଦୁଇ ଲୋକସଭା ଆସନରେ ଜିତି ଥିବା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି, ଏହି ବିଚାର ଯେ, ଆପଣ ଘୃଣା ସୃଷ୍ଟି କରିପାରନ୍ତି,   ଆଉ ଏହାର ଲାଭ ଉଠାଇ ପାରନ୍ତି। ଭାରତୀୟ ଲୋକ ଏହି ନିର୍ବାଚନରେ ଏହାକୁ ଖାରଜ କରିଦେଇଛନ୍ତି।’ ରାହୁଲ ଗାନ୍ଧୀ କହିଛନ୍ତି, ଏହି କାରଣ ଯେ, ମେଣ୍ଟ ସଂଘର୍ଷ କରିବ। କାରଣ ୨୦୧୪ ଓ ୨୦୧୯ରେ ନରେନ୍ଦ୍ର ମୋଦିଙ୍କ ପାଇଁ ଯେଉଁ ଜିନିଷ କାମ କରୁଥିଲା, ତାହା ଏବେ କାମ କରୁନି।’ 

ଲୋକସଭା ନିର୍ବାଚନର ରେଜଲ୍ଟ  ବିରୋଧି ଇଣ୍ଡିଆ ବ୍ଲକ ଏଗଜିଟ୍‌ ପୋଲ୍‌ର ଭବିଷ୍ୟବାଣୀ ଠାରୁ ଖୁବ୍ ଭଲ ରେଜଲ୍ଟ ରହିଛି ଓ ୫୪୩ରୁ ୨୩୪ ଆସନ ହାସଲ କରିଛି। ସେଭଳି ବିଜେପି ନେତତ୍ବାଧୀନ ଏନ୍‌ଡିଏ ୨୯୩ ଆସନରେ ଜିତିଥିଲା। ଏହି ଫଳାଫଳ ଦ୍ବାରା ରାହୁଲ ଗାନ୍ଧୀଙ୍କୁ ଭାରତୀୟ ରାଜନୀତିରେ ପୁଣିଥରେ  ଆଗକୁ ଆଣି ଦେଇଛି। ଅନୁମାନ ରହିଛି ଯେ, ତାଙ୍କୁ ଲୋକସଭାରେ ବିରୋଧି ନେତା କରାଯାଇ ପାରେ। ପ୍ରଧାନମନ୍ତ୍ରୀ ମୋଦି ତୃତୀୟ ଥର ଶପଥ ନେଇଛନ୍ତି, କିନ୍ତୁ ଗତ ଦୁଇ ଲୋକସଭା ନିର୍ବାଚନ ଭଳି ଏଥର ବିଜେପି ନିଜ ଦମ୍‌ରେ ମ୍ୟାଜିକ୍ ନମ୍ବର ଛୁଇଁ ପାରିନି। ସରକାର ଗଠନ ପରେ ଏନ୍‌ଡିଏ ଉପରେ ନିର୍ଭର କରିବାକୁ ପଡିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.