ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ପଶ୍ଚିମବଙ୍ଗ ରାଜନୀତିରେ ଟ୍ବିଷ୍ଟ, ବିଜେପି ସାଂସଦଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା,୧୮।୬: ପଶ୍ଚିମବଙ୍ଗ ରାଜନୀତିରେ ମଙ୍ଗଳବାର ଦେଖିବାକୁ ମିଳିଛି ନୂଆ ଟ୍ବିଷ୍ଟ। ରାଜ୍ୟର ଶାସକ ଦଳ ତୃଣମୂଳ କଂଗ୍ରେସ(ଟିଏମସି)ସୁପ୍ରିମୋ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧି ଦଳ ବିଜେପି ସାଂସଦଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ବିଜେପିର ରାଜ୍ୟସଭା ସାଂସଦ ଅନନ୍ତ ରାୟ ମହାରାଜ ନିଜ ବାସଭବନରେ ମମତାଙ୍କୁ ଖୁବ୍ ଉତ୍ସାହର ସହିତ ସ୍ବାଗତ କରିଥିଲେ। ମମତା ଓ ବିଜେପି ସାଂସଦଙ୍କ ସାକ୍ଷାତକୁ ନେଇ ଅଧିକ ସୂଚନା ସାମନାକୁ ଆସିପାରିନି, କିନ୍ତୁ ରାଜନୈତିକ ଦୁନିଆରେ ଆରମ୍ଭ ହୋଇଛି ଚର୍ଚ୍ଚା।

ଅନନ୍ତ ରାୟ ମହାରାଜ ଉତ୍ତର ବଙ୍ଗଳା ରାଜନୀତିର ବଡ ଚେହେରା, ଯେଉଁଠି ବିଜେପି ଗତ କିଛି ବର୍ଷ ହେବ ଆଗେ ଆଗେ ବଢୁଛି। ଅନନ୍ତ ଉତ୍ତର ବଙ୍ଗଳାର କୁଚବିହାରକୁ ପୃଥକ ଗ୍ରେଟର କୁଚ ବିହାର ରାଜ୍ୟ କରିବାର ଦାବି କରିଥିବା ସଂଗଠନ ଗ୍ରେଟର କୁଚବିହାର ପିପୁଲ୍ସ ଆସୋସିଏସନ୍ (ଜିସିପିଏ)ର ଅଧ୍ୟକ୍ଷ। ନିଜକୁ ଗ୍ରେଟର କୁଚବିହାରର ମହାରାଜ ବୋଲି କହୁଥିବା ଅନନ୍ତଙ୍କୁ ବିଜେପି ବର୍ଷେ ତଳେ ପଶ୍ଚିମବଙ୍ଗରୁ ରାଜ୍ୟସଭାକୁ ପଠାଇଥିଲା। ଅନନ୍ତ ପଶ୍ଚିମବଙ୍ଗରୁ ବିଜେପି ଟିକେଟରେ ରାଜ୍ୟସଭା ପହଁଞ୍ଚିଥିଲା ପ୍ରଥମ ନେତା।

ଏବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ବାସଭବନରେ ପହଁଞ୍ଚି ତାଙ୍କୁ ସାକ୍ଷାତ କରିବା ପରେ ବିଭିନ୍ନ ପ୍ରକାର ଚର୍ଚ୍ଚା ହେଉଛି । କୁହାଯାଉଛି ଗତ ବର୍ଷ ଗୃହମନ୍ତ୍ରୀ ଅମିତ ଶାହ ଅନନ୍ତଙ୍କ ବାସଭବନରେ ପହଁଞ୍ଚି ତାଙ୍କୁ ସାକ୍ଷାତ କରିଥିଲେ ଓ ଏହାପରେ ବିଜେପି ତାଙ୍କୁ ରାଜ୍ୟସଭା ପଠାଇଥିଲା। ଏବେ ମମତା ତାଙ୍କୁ ଭେଟିବାକୁ ତାଙ୍କ ଘରେ  ପହଁଞ୍ଚିବା ପରେ ଆଗକୁ କ’ଣ ହେବ ?  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.