ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଯୌନ କେଳେଙ୍କାରୀ ମାମଲାରେ ବଢ଼ିଲା ପ୍ରଜ୍ବଳ ରେବାନ୍ନାଙ୍କ ଅଡ଼ୁଆ

Image Courtesy: businesstoday

ବେଙ୍ଗାଲୁରୁ: କର୍ଣ୍ଣାଟକର ହାଇପ୍ରୋଫାଇଲ୍‌ ଯୌନ କେଳେଙ୍କାରୀ ମାମଲାରେ ଜେଡିଏସ୍‌ ନେତା ପ୍ରଜ୍ବଳ ରେବାନ୍ନାଙ୍କ ଅଡ଼ୁଆ ବଢ଼ିଛି । ଦୁଷ୍କର୍ମ ଏବଂ ଯୌନ ଉତ୍ପୀଡ଼ନ ମାମଲାରେ ତାଙ୍କର ଜେଲ୍‌ ଅବଧି ଆଉ ୧୪ ଦିନ ବଢ଼ାଇ ଦେଇଛନ୍ତି କୋର୍ଟ ।  ଏହା ପରେ ତାଙ୍କୁ କର୍ଣ୍ଣାଟକ ପୋଲିସର ସ୍ବତନ୍ତ୍ର ତଦନ୍ତ ଟିମ୍‌ ପାରାପ୍ପାନା ଅଗ୍ରାହାର ଜେଲ୍‌କୁ ସ୍ଥାନାନ୍ତର କରିଛି । ୩୩ ବର୍ଷୀୟ ପୂର୍ବତନ ସାଂସଦ ପ୍ରଜ୍ବଳ ରେବେନ୍ନାଙ୍କୁ ମେ’ ୩୧ରେ ବେଙ୍ଗାଲୁରୁର କେମ୍ପାଗୌଡା ଅନ୍ତର୍ଜାତୀୟ ଏୟାରପୋର୍ଟରୁ ପୋଲିସ ଗିରଫ କରିଥିଲା । ହାସନ ଲୋକସଭା ନିର୍ବାଚନର ଗୋଟିଏ ଦିନ ପରେ ଏପ୍ରିଲ ୨୭ରେ ପ୍ରଜ୍ବଳ ଜର୍ମାନୀ ଚାଲିଯାଇଥିଲେ । ଏହା ପରେ ଇଣ୍ଟରପୋଲ୍‌ ଦ୍ବାରା ପ୍ରଜ୍ବଳଙ୍କ ବିରୋଧରେ ଏକ ବ୍ଲୁ କର୍ଣ୍ଣର ନୋଟିସ୍‌ ମଧ୍ୟ ଜାରି ହୋଇଥିଲା । 

ଯୌନ କେଳେଙ୍କାରୀ ମାମଲାରେ କର୍ଣ୍ଣାଟକ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏକ ଏସଆଇଟି ଗଠନ ହୋଇଥିଲା । ଏହା ପରେ ମେ ୧୮ରେ ପ୍ରଜ୍ବଳଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରିଥିଲେ କୋର୍ଟ । ତେବେ ଏପ୍ରିଲ ୨୮ରେ ହାସନ ଜିଲ୍ଳାରେ ରେବାନ୍ନାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।  ଏହା ପରଠାରୁ ପୂର୍ବତନ ଜେଡିଏସ୍‌ ସାଂସଦ ଖବରରେ ରହିଆସିଛନ୍ତି । 

ସେପଟେ ନିକଟରେ ଲୋକସଭା ନିର୍ବାଚନ ରେଜଲ୍ଟ ସାମ୍ନାକୁ ଆସିଛି।  ପ୍ରଜ୍ବଳ ରେବାନ୍ନା ଏନଡିଏ ପ୍ରାର୍ଥୀ ଭାବରେ ହାସନ ଲୋକସଭାରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଛନ୍ତି ।  ରେବାନ୍ନାଙ୍କ ବିରୋଧରେ ୩ଟି ଯୌନ କେଳେଙ୍କାରୀ ମାମଲା ରୁଜୁ ହୋଇଛି । ଲୋକସଭା ନିର୍ବାଚନ ପୂର୍ବରୁ ଯୌନ ଉତ୍ପୀଡନର ଭିଡିଓ ଥିବା ଏକ ପେନଡ୍ରାଇଭ ଘୁରିବୁଲିଥିଲା । ଯେଉଁଥିରେ ପ୍ରଜ୍ବଳ ରେବନ୍ନା ଥିବା କଥା ମଧ୍ୟ ଅଭିଯୋଗ ରହିଛି ।  

  • Karnataka
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.