ପ୍ରମୂଖ ଖବର
  • ରାଜଧାନୀରେ ଚାଞ୍ଚଲ୍ୟ: ଘର ମାଲିକକୁ ହତ୍ୟା କଲା ଭଡ଼ାଟିଆ, ମୃତଦେହ ଜବତ କଲା ପୋଲିସ
  • ||
  • T-20 ସୁପର-୮, ଗ୍ରୁପ୍‌-୧ରେ ଅଷ୍ଟ୍ରେଲିଆକୁ ଭେଟିବ ବାଂଲାଦେଶ,ବିଜୟ ଲକ୍ଷ୍ୟରେ ଉଭୟ ଟିମ୍
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ଜାମିନ, ସନ୍ଧ୍ୟା ୮ଟା ସୁଦ୍ଧା ତିହାର ଜେଲରୁ ମୁକ୍ତି
  • ||
  • ଅନ୍ତର୍ଜାତୀୟ ଯୋଗ ଦିବସ, ଶ୍ରୀନଗରରେ ଯୋଗ ପାଳିଲେ ପ୍ରଧାନମନ୍ତ୍ରୀ, କଲେ ଯୋଗ ମୁଦ୍ରା
  • ||
  • କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ ପାଳିତ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେଲେ ସାମିଲ, ୫୨ଟି ସ୍ଥାନରେ ଭବ୍ୟ ଆୟୋଜନ
  • ||
  • ରାଜ୍ୟରେ ଏଯାଏ ୫୦% ନିଅଣ୍ଟିଆ ବର୍ଷା: ୨୬ ଜିଲ୍ଲାରେ ବର୍ଷାଭାବ, ୧୦ ଜିଲ୍ଲା ଶୁଖିଲା ପଡ଼ିଛି
  • ||

ଇଟାଲୀରେ ମୋଦି, ମେଲୋନିଙ୍କ ସହ କରିବେ ଦ୍ବିପାକ୍ଷକ ଆଲୋଚନା

ନୂଆଦିଲ୍ଲୀ, ୧୪/୬:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଇଟାଲୀ ଗସ୍ତ କରିଛନ୍ତି । ସେଠାରେ ଆଜିଠାରୁ ଆରମ୍ଭ ହୋଇଥିବା ଜି-୭ ଶିଖର ସମ୍ମିଳନୀରେ ମୋଦି ସାମିଲ ହେବେ । ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନିମନ୍ତ୍ରଣକ୍ରମେ ମୋଦି ଏହି ଗସ୍ତ କରିଛନ୍ତି । ସମ୍ମିଳନୀ କାଳରେ ମେଲୋନିଙ୍କ ସହ ସେ ଦ୍ୱିପାକ୍ଷିକ ବୈଠକ କରିବେ । ଏଥିସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ମଧ୍ୟ ତାଙ୍କର ସାକ୍ଷାତ ହେବା ସମ୍ଭାବନା ଅଛି । ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଏହା ମୋଦିଙ୍କ ପ୍ରଥମ ବିଦେଶ ଗସ୍ତ । ମୋଦି ପ୍ରଥମ ଥର ପାଇଁ ନିଜ କାର୍ଯ୍ୟକାଳ ଆରମ୍ଭରେ ପାଶ୍ଚାତ୍ୟ ଦେଶ ଗସ୍ତ କରିଛନ୍ତି । 

ପୂର୍ବ ଦୁଇଟି କାର୍ଯ୍ୟକାଳରେ ଭାରତର ‘ପଡ଼ୋଶୀ ପ୍ରଥମ ନୀତି’ରେ ସେ ପଡ଼ୋଶୀ ଦେଶକୁ ହିଁ ଯାଇଥିଲେ । ୨୦୧୯ରେ ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭରେ ସେ ପ୍ରଥମ ବିଦେଶ ଗସ୍ତ ଭାବେ ମାଳଦ୍ୱୀପ ଯାଇଥିଲେ । ଇଟାଲୀରେ ଗୁରୁବାର ଠାରୁ ଜି-୭ ଦେଶର ବୈଠକ ଆରମ୍ଭ ହୋଇଛି । ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନି ନିମନ୍ତ୍ରିତ ଅତିଥିମାନଙ୍କୁ ନମସ୍ତେ କରି ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି । ଆଜି ସମସ୍ତ ଜି-୭ ନେତୃବୃନ୍ଦ ଇଟାଲୀରେ ପହଞ୍ଚିଛନ୍ତି । ନ୍ୟୁୟର୍କ ଟାଇମ୍ସ ମୁତାବକ ଏଥର ଜି-୭ ସମ୍ମିଳନୀରେ ରୁଷ-ୟୁକ୍ରେନ୍‌ ଏବଂ ଇସ୍ରାଏଲ୍‌-ହମାସ ଯୁଦ୍ଧ ମୁଖ୍ୟ ଏଜେଣ୍ଡା ରହିବ । ଆମେରିକା ରାଷ୍ଟ୍ରପତି ବାଇଡେନ୍‌ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ୧୦ ବର୍ଷର ସୁରକ୍ଷା ଚୁକ୍ତି କରିପାରନ୍ତି । ଏହି ଚୁକ୍ତି ରୁଷ ବିରୋଧୀ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଜି-୭ ଦେଶର ଏହି ବୈଠକରେ ପ୍ରଥମ ଥର ପାଇଁ କ୍ୟାଥୋଲିକ ଚର୍ଚ୍ଚର ମୁଖ୍ୟ ପୋପ ଫ୍ରାନ୍ସିସ ଯୋଗଦେବେ । ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅନେକ ଦେଶର ନେତାଙ୍କୁ ବି ସାକ୍ଷାତ କରିବେ । ସମ୍ମିଳନୀରେ ସବୁଠୁ ଅଧିକ ଫୋକସ ରୁଷ୍‌ ଉପରେ ରହିବ ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.