ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଆନ୍ତର୍ଜାତିକ ଯୋଗ ଦିବସ : ପ୍ରାର୍ଥନା ଓ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ସହ ୱାଶିଂଟନରେ ଆୟୋଜିତ ହେଲା ଯୋଗ

ୱାଶିଂଟନ – ଆମେରିକାରେ ମଧ୍ୟ ଲୋକଙ୍କ ମଧ୍ୟରେ ଯୋଗର ନିଶା ଖୁବ୍‌ ବଢି ଯାଇଛି। ୱାଶିଂଟନରେ ଭାରତୀୟ ଦୂତାବାସ ପକ୍ଷରୁ ବୁଧବାର ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଥିଲା। ଏହି ସମୟରେ ଶହ ଶହ ଲୋକ ଏହି କାର୍ଯ୍ୟକ୍ରମରେ ପ୍ରବଳ ଉତ୍ସାହର ସହ ଯୋଗ ଦେଇ ଥିଲେ। ଯୋଗ ଓ ଧ୍ୟାନ ପର୍ଯ୍ୟାୟରେ ବିଭିନ୍ନ ସାଂପ୍ରଦାୟିକ ସଙ୍ଗଠନ ଯୋଗ ଦେଇ ଏଥିର ବିଶେଷତ୍ୱ ବିଷୟରେ ଜାଣିଲେ। କାର୍ଯ୍ୟକ୍ରମକୁ ଆମେରିକାରେ ଭାରତର ଡେପୁଟି ଆମ୍ୱାସାଡାର ଶ୍ରୀପ୍ରିୟା ରଙ୍ଗନାଥନ ସମ୍ୱୋଧିତ କରିଥିଲେ। 

ଉକ୍ତ ଯୋଗ କାର୍ଯ୍ୟକ୍ରମଟି ପୋଟୋମ୍ୟାକ୍‌ ନଦୀ କୂଳରେ ସୁରମ୍ୟ ଘାଟରେ ଆୟୋଜନ କରାଯାଇ ଥିଲା। ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ କାର୍ଯ୍ୟକ୍ରମର ଆରମ୍ଭ ପ୍ରାର୍ଥନା ଓ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ସହ ହୋଇଥିଲା। ଯୋଗ ପର୍ଯ୍ୟାୟ ଭାରତର ଇତିହାସ ସହ ଲୋକଙ୍କୁ ସମ୍ମୁଖୀନ କରାଇଲା। ଏହା ମାଧ୍ୟମରେ ମଧ୍ୟ ଲୋକଙ୍କୁ ଭାରତର ଏକତା ଓ ସଦଭାବନା ବିଷୟରେ ପରିଚିତ କରାଗଲା। 

ଉଲ୍ଲେଖନୀୟ ଯେ, ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପ୍ରତି ବର୍ଷ ୨୧ ଜୁନ୍‌ରେ ପାଳନ କରାଯାଏ। ଚଳିତ ବର୍ଷର ଥିମ୍‌ ‘ସ୍ୱୟଂ ଓ ସମାଜ ପାଇଁ ଯୋଗ’ । କାର୍ଯ୍ୟକ୍ରମରେ ରଙ୍ଗନାଥନ କହିଥିଲେ କି, ଯୋଗ ସମାଜର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସଦ୍‌ଭାବ ଓ ସନ୍ତୁଳନ ବଜାୟ ରଖିବାର ମାର୍ଗକୁ ପ୍ରଶସ୍ତ କରିଥାଏ। ଏଥିପାଇଁ ୧୧ ଡିସେମ୍ୱର ୨୦୧୪ରେ ସଂଯୁକ୍ତ ରାଷ୍ଟ୍ର ମହାସଂଘ ୨୧ ଜୁନ୍‌ରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଭାବେ ଘୋଷଣା କରିଥିଲା।

  • International Yoga Day 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.