ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଆଜି ଆକାଶରେ ଦୃଶ୍ୟମାନ ହେବ ଷ୍ଟ୍ରବେରୀ ମୁନ୍‌, ସାଧାରଣ ଆକାରଠୁ ଦିଶିବ ବଡ଼

ନୂଆଦିଲ୍ଲୀ ୨୧/୦୬: ଆଜି ଆକାଶରେ ଦୃଶ୍ୟମାନ ହେବ ଷ୍ଟ୍ରବେରୀ ମୁନ୍‌ । ଚନ୍ଦ୍ରର ରଙ୍ଗ ଷ୍ଟ୍ରବେରୀ ଭଳି ହେବ, ସେଥିପାଇଁ ଏହାକୁ ଷ୍ଟ୍ରବେରୀ ମୁନ୍‌ କୁହାଯାଇଛି । ନକ୍ଷତ୍ରବିଜ୍ଞାନୀଙ୍କ ଅନୁସାରେ, ଆଜି ଚନ୍ଦ୍ର ନିଜ କକ୍ଷରେ ପୃଥିବୀର ନିକଟତର ହେବା ଯୋଗୁ ନିଜର ସାଧାରଣ ଆକାରଠୁ ବଡ଼ ଦିଶିବ । ଷ୍ଟ୍ରବେରୀ ମୁନ୍‌କୁ ହନିମୁନ୍‌ ମଧ୍ୟ କୁହାଯାଏ । ପୂର୍ଣ୍ଣିମାର ଚନ୍ଦ୍ରକୁ ପୂର୍ଣ୍ଣ ଚନ୍ଦ୍ର ମଧ୍ୟ କୁହାଯାଏ । କିନ୍ତୁ ସବୁ ପୂର୍ଣ୍ଣିମାର ଚନ୍ଦ୍ରକୁ ସୁପର୍‌ମୁନ୍‌ ବା ପୂର୍ଣ୍ଣ ଚନ୍ଦ୍ର କୁହାଯାଏ ନାହିଁ । ଏ ପୂର୍ଣ୍ଣିମା ଅନ୍ୟ ପୂର୍ଣ୍ଣିମାଠାରୁ ଭିନ୍ନ । କାରଣ ଏଥର ଷ୍ଟ୍ରବେରୀ ମୁନ୍‌ ଗତ ୨୦ ତାରିଖରୁ ଆସନ୍ତା ୨୨ ତାରିଖ ମଧ୍ୟରେ ଦୃଶ୍ୟମାନ ହେବ । ଅର୍ଥାତ୍‌ ଗତ ଗୁରୁବାରଠୁ ଆସନ୍ତା ଶନିବାର ପର୍ଯ୍ୟନ୍ତ ଚନ୍ଦ୍ର ସମ୍ପୂର୍ଣ୍ଣ ରୂପେ ଗୋଲ ଏବଂ ପୂର୍ବାପେକ୍ଷା ଅଧିକ ଉଜ୍ୱଳ ଦିଶିବ । 

ଉତ୍ତର ଆମେରିକାର ଆଦିବାସୀମାନେ ଏହି ଚନ୍ଦ୍ରର ନାଁ ଷ୍ଟ୍ରବେରୀ ମୁନ୍‌ ରଖିଥିଲେ । କାରଣ ଏହି ସମୟରେ ସେମାନେ ଷ୍ଟ୍ରବେରୀ ଫଳ ଅମଳ କରନ୍ତି । ତେବେ ଚନ୍ଦ୍ର ସମ୍ପୂର୍ଣ୍ଣ ରୂପେ ଷ୍ଟ୍ରବେରୀ ରଙ୍ଗର ବା ପୂରା ଗୋଲାପି ଦିଶେ ନାହିଁ । ଆଲୋକ ଯୋଗୁ ସୁନା ଭଳି ଚମକେ ଏବଂ ହାଲୁକା ଲାଲ୍‌ ରଙ୍ଗର ପ୍ରଭାବ ଏଥିରେ ଥାଏ । ଗ୍ରୀଷ୍ମଦିନେ ଏହି ଚନ୍ଦ୍ର ଦୃଶ୍ୟମାନ ହେଉଥିବାରୁ ଷ୍ଟ୍ରବେରୀ ମୁନ୍‌କୁ ହଟ୍‌ ମୁନ୍‌ ମଧ୍ୟ କୁହାଯାଏ । ଏହି ସମୟରେ ବିଶ୍ୱର ଅନେକ ସ୍ଥାନରେ ଗୋଲାପ ଫୁଲ ଚାଷ କରାଯାଏ । ସେଥିପାଇଁ ଏହାକୁ ରୋଜ୍‌ ମୁନ୍‌ ମଧ୍ୟ କୁହାଯାଏ । ୟୁରୋପବାସୀ ଏହାକୁ ହନିମୁନ୍‌ କହନ୍ତି । ଏହି ସମୟରେ ମହୁମାଛି ମହୁ ଫେଣା ପ୍ରସ୍ତୁତି ଶେଷ କରିଥାନ୍ତି । ଫେଣାରୁ ମହୁ ବାହାର କରିବାର ସମୟ ହୋଇଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.