ନୂଆଦିଲ୍ଲୀ: ଆମେରିକାରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ଅଧିକାରୀମାନେ କହିଛନ୍ତି ଯେ ଗୁରୁବାର ଦିନ ଦକ୍ଷିଣ ଇଡାହୋର ଏକ ବିମାନବନ୍ଦର ନିକଟରେ ଦୁଇ ବିମାନ ମୁହାଁମୁହିଁ ଧକ୍କା ହୋଇଛି । ଧକ୍କା ହେବା ପରେ ଉଭୟ ବିମାନ ତଳେ ପଡ଼ିଯାଇଥିଲେ । ଏହି ଦୁର୍ଘଟଣାରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ବଟେ କାଉଣ୍ଟି ସରିଫ୍ କାର୍ଯ୍ୟାଳୟ କହିଛି ଯେ,ଏହି ଦୁର୍ଘଟଣା ଅପରାହ୍ନ ପ୍ରାୟ ସାଢେ ୧୨ ଟା ସମୟରେ ଘଟିଛି ।
ବଟେ କାଉଣ୍ଟି ସରିଫ୍ କାର୍ଯ୍ୟାଳୟ କହିଛି ଯେ, ଆର୍କୋ ବିମାନବନ୍ଦର ନିକଟରେ ଘାସ ଏବଂ ଫସଲ ଆଚ୍ଛାଦିତ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଆର୍କୋ ଇଡାହୋ ପଶ୍ଚିମରୁ ପ୍ରାୟ ୭୦ ମାଇଲ୍ ଦୂରରେ ଅବସ୍ଥିତ । ଜାତୀୟ ପରିବହନ ସୁରକ୍ଷା ବୋର୍ଡ ଏବଂ ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନକୁ ଏହି ଦୁର୍ଘଟଣା ସମ୍ପର୍କରେ ଅବଗତ କରାଯାଇଛି ଏବଂ ଏହାର କାରଣ ଅନୁସନ୍ଧାନ ଚାଲିଛି । ଅଧିକାରୀମାନେ ଏହି ଦୁର୍ଘଟଣାକୁ ଦୁଃଖଦ ବୋଲି ବର୍ଣ୍ଣନା କରିଛନ୍ତି।