ପ୍ରମୂଖ ଖବର
  • ଜୁଲାଇ ୩ରୁ ସିପିଇଟି ପରୀକ୍ଷା, ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ
  • ||
  • ନନ୍ଦନକାନନରେ ଆଖି ବୁଜିଲା ନାଲି ବାଘୁଣୀ 'ସାରା', ବୟସାଧିକ କାରଣରୁ ମୃତ୍ୟୁ
  • ||
  • ଅଷ୍ଟାଦଶ ଲୋକସଭା ଅଧିବେଶନ, ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ
  • ||
  • ଜୁଲାଇ ୯ରୁ ମାଟ୍ରିକ୍‌ ସାର୍ଟିଫିକେଟ୍‌ ବଣ୍ଟନ: ଜୁଲାଇ ୧୨ ରୁ ୨୨ ତାରିଖ ପର୍ଯ୍ୟନ୍ତ ତ୍ରୁଟି ସଂଶୋଧନ ପାଇଁ ଆବେଦନ
  • ||
  • ମାନହାନି ମାମଲା: ରାହୁଲଙ୍କୁ ଜୁଲାଇ ୨ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ
  • ||
  • ଟି-୨୦ ବିଶ୍ବକପ୍ ୨୦୨୪, ଆଫଗାନର ସ୍ବପ୍ନ ଧୂଳିସାତ,ଫାଇନାଲ୍ରେ ଦକ୍ଷିଣ. ଆଫ୍ରିକା
  • ||
  • ଟି-୨୦ ବିଶ୍ୱକପ୍ ସେମି ଟକ୍କର: ଇଂଲଣ୍ଡ- ଭାରତ ମହାମୁକାବିଲା, ବର୍ଷା ସାଜିପାରେ ଖଳନାୟକ
  • ||
  • ଅଣସର ଘରେ ଚାଲିଛି ଗୁପ୍ତ ଉପଚାର, ଆଜି ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ
  • ||
  • ରାଜ୍ୟରେ ବଦଳିଲା ପାଗ: ୪ ଦିନ ଭଲ ବର୍ଷା,୨ ଦିନ ହେବ ପ୍ରବଳ ଛେଚିବ
  • ||

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପରକୁ କାଳିମାଡ଼, କଂଗ୍ରେସ ଭବନରେ ନାରାବାଜି

ଭୁବନେଶ୍ୱର ୨୧/୦୬: ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପରକୁ କାଳିମାଡ଼। କଂଗ୍ରେସ ଭବନରେ କାଳିମାଡ଼ କଲେ କଂଗ୍ରେସ କର୍ମୀ। ନିର୍ବାଚନ ପରିଚାଳନା ଅନୀୟମିତତା ଅସନ୍ତୁଷ୍ଟ ଥିବା କିଛି କର୍ମୀ କାଳିମାଡ଼ କରିଥିବା ଅଭିଯୋଗ। ଏଥି ସହିତ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବିରୋଧରେ ନାରାବାଜ ବିଦ୍ରୋହୀ କର୍ମୀ କରିଛନ୍ତି। କଂଗ୍ରେସ ଭବନରେ ଚାପାଉତ୍ତେଜନା ସୃଷ୍ଟି ହୋଇଛି।

ସୂଚନା ମୁତାବକ, ଆଜି ସକାକେ କିଛି ଅସନ୍ତୁଷ୍ଟ କଂଗ୍ରେସ କର୍ମୀ ପିସିସ ସଭାପତିଙ୍କ ଚାମ୍ବରରେ ପଶି କାଳିମାଡ଼ କରିଛନ୍ତି। ଫଳରେ ତାଙ୍କ ଧଳା ବସ୍ତ୍ର ପୁରା ନୀଳ ରଙ୍ଗ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ତେବେ ପିସିସି ସଭାପତି ଏହାକୁ ବିରୋଧ କରିଛନ୍ତି। କଂଗ୍ରେସ ଭବନରେ କର୍ମୀମାନେ ନାରାବାଜି କରିଥିବା ଜଣାପଡିଛି। ସେଠାରୁ ପିସିସି ସଭାପତି କଳି ଭିଡା ପୋଷକା ମାଷ୍ଟର କ୍ୟାଣ୍ଟିନ୍ ଛକରେ ନିଟ୍ ପରୀକ୍ଷା ବିରୋଧରେ ଅନ୍ଦୋଳନ କରୁଥିବା ଜଣାପଡିଛି।

ସେପଟେ ଏନେଇ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏହା ମୋ ପାଇଁ ନୂଆ ନୁହେଁ, ମୁଁ ଦବିଯିବିନି । ପୂର୍ବଥର ପିସିସି ସଭାପତି ଥିବା ବେଳେ ଅଣ୍ଡା, ପଥର ମାଡ଼ ହୋଇଥିଲା । ଏସବୁ ନେଇ ମୁଁ ବ୍ୟଥିତ ନୁହେଁ କି ଦବି ଯିବାର ପ୍ରଶ୍ନ ଉଠୁନି । କାହା ଦ୍ବାରା ପ୍ରରୋଚିତ ଦୁର୍ବୃତ୍ତ ଏମିତି କରିଛନ୍ତି । କଂଗ୍ରେସ ଉତ୍‌ଥାନ କରୁଥିବା ଦେଖି କିଛି ଅହଂକାରୀ ଏଭଳି କରୁଥିବେ । ଏମିତି କେତେ ଆସିଛନ୍ତି ଯାଇଛନ୍ତି, ସେସବୁ ଖାତିର କରେନି । କଂଗ୍ରେସକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ଶକ୍ତିକୁ ବରଦାସ୍ତ କରିବୁନି ବୋଲି ଶରତ କହିଛନ୍ତି ।ଯେଉଁମାନେ ମୋ ଉପରକୁ କାଳିମାଡ଼ କରିଛନ୍ତି ମୁଁ ତାଙ୍କୁ ଜାଣି ନାହିଁ। କାଳିମାଡ଼ କରିଥିବା ଦୁର୍ବୃତ୍ତଙ୍କୁ ଭଗବାନ ସତ୍ ବୃଦ୍ଧି ଦିଅନ୍ତୁ।  ଖୁବ୍‌ଶୀଘ୍ର ଥାନାରେ ଅଭିଯୋଗ କରାଯିବ ବୋଲି କହିଛନ୍ତି। 




  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.