ପ୍ରମୂଖ ଖବର
  • ନାଗପୁର-ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା, ୭ ମୃତ, ୩ ଗୁରୁତର...
  • ||
  • ପୁଣି ବଢିଲା କେଜ୍ରିଓ୍ବାଲଙ୍କ ଅଡୁଆ, ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଲେ ସିବିଆଇ ସ୍ବତନ୍ତ୍ର କୋର୍ଟ...
  • ||
  • ନିଅଣ୍ଟିଆ ସ୍ଥିତିରେ ହୀରାକୁଦ ଜଳସ୍ତର, ଗତବର୍ଷଠାରୁ ୭ ଫୁଟ୍‌ ପାଣି କମ୍‌
  • ||
  • ୟୁଜିସି ନେଟ୍‌ ତାରିଖ ଘୋଷଣା କଲା ଏନ୍‌ଟିଏ, ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ପରୀକ୍ଷା
  • ||
  • ଅମରନାଥ ଯାତ୍ରା ଆରମ୍ଭ, ଅଗଷ୍ଟ ୧୯ ଯାଏ ଚାଲିବ, ପ୍ରଥମେ ଗଲେ ୪ ହଜାରରୁ ଅଧିକ ଯାତ୍ରୀ
  • ||
  • ବାରବାଡୋସ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ଫାଇଟ୍,ସଫଳ ହେବ ୧୭ ବର୍ଷର ଅପେକ୍ଷା
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ନନ୍ଦନକାନନରେ ଆଖି ବୁଜିଲା ନାଲି ବାଘୁଣୀ 'ସାରା', ବୟସାଧିକ କାରଣରୁ ମୃତ୍ୟୁ

ଭୁବନେଶ୍ଵର, ୨୭/୦୬ : ଆଖି ବୁଜିଲା ନାଲି ବାଘୁଣୀ 'ସାରା'। ୨୦୦୯ ମସିହାରେ ନନ୍ଦନକାନନକୁ ଆସିଥିବା ବାଘୁଣୀ ସାରା'ର ମୃତ୍ୟୁ ଘଟିଛି। ବୟସାଧିକ କାରଣରୁ ସାରାର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ବାଘୁଣୀକୁ ୧୯ ବର୍ଷ ହୋଇଥିଲା। 

ସୂଚନାନୁଯାୟୀ, ଗୁରୁବାର ଭୋର୍ ସମୟରେ ପ୍ରାଣୀ ଉଦ୍ୟାନରେ ଥିବା ବାଘୁଣୀ ସାରା'ର ମୃତ୍ୟୁ ଘଟିଛି। ନନ୍ଦନକାନନ ପ୍ରାଣୀଉଦ୍ୟାନର ବାଘ ସଫାରୀରେ ୩୩ନମ୍ବର ଚାମ୍ବରରେ ରହୁଥ‌ିଲା ‘ସାରା’। ବର୍ଦ୍ଧକ୍ୟଜନିତ ରୋଗରେ ସେ ଆକ୍ରାନ୍ତ ଥିଲା। କିଛିଦିନ ହେବ ସେ ଠିକ୍ ଭାବେ ଖିଆପିଆ କରୁନଥିଲା। ଯେଉଁଥି ପାଇଁ ପ୍ରାଣୀଉଦ୍ୟାନ ଚିକିତ୍ସକଙ୍କ ଦ୍ଵାରା ଚିକିତ୍ସା କରାଯାଉଥିଲା। 

ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଭୋପାଳ ଚିଡ଼ିଆଖାନାରୁ ୨୦୦୯ ମସିହାରେ ନନ୍ଦନକାନନ ଆସିଥିଲା ବାଘୁଣୀ ‘ସାରା’। ପ୍ରତି ବଦଳରେ ନନ୍ଦନକାନନରୁ ଗୋଟିଏ ଧଳାବାଘ ଦିଆଯାଇଥିଲା। ସାରା ମୃତ୍ୟୁ ପରେ ଏବେ ବାଘ ସଂଖ୍ୟା ୨୬କୁ ପହଞ୍ଚିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.