ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍‌ ଲିକ୍‌ରେ ୮ ଶ୍ରମିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ରବିବାର ସାଂସଦ, ବିଧାୟକଙ୍କୁ ସମ୍ବର୍ଦ୍ଧନା ଦେବ ବିଜେପି, ପ୍ରଦର୍ଶନୀ ପଡ଼ିଆରେ ଏକାଠି ଶୁଣିବେ 'ମନ କି ବାତ୍‌'

ଭୁବନେଶ୍ୱର,୨୯/୦୬: ଏଥର ନିର୍ବାଚନରେ ଜିତିଥିବା ସବୁ ଦଳୀୟ ବିଧାୟକ ଓ ସାଂସଦଙ୍କୁ ସମ୍ବର୍ଦ୍ଧନା ଦେବ ବିଜେପି । ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ତିନି କେନ୍ଦ୍ରମନ୍ତ୍ରୀଙ୍କୁ ବି ସମ୍ବର୍ଦ୍ଧନା ଦେବ ଦଳ । ଆସନ୍ତା ୩୦ ତାରିଖରେ ପ୍ରଦର୍ଶନୀ ପଡ଼ିଆରେ ଏହି ମେଗା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ହେବ । ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ ଏହି ସୂଚନା ଦିଆଯାଇଛି ।  

ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ସୂଚନା ଦେଇ କହିଛନ୍ତି, ୩୦ ତାରିଖରେ ପ୍ରଦର୍ଶନୀ  ପଡ଼ିଆରେ ସମ୍ବର୍ଦ୍ଧନା ସଭା ସହିତ ମୋଦିଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ହେବ । ବିଜେପି ନେତା ଓ  କର୍ମୀମାନେ ଏକାଠି ହୋଇ ଏହାକୁ ଶୁଣିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ୩ଜଣ  କେନ୍ଦ୍ରମନ୍ତ୍ରୀ, ସମସ୍ତ ନବ ନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ସମ୍ବର୍ଦ୍ଧନା ଦେବୁ । ରାଜ୍ୟ ସଭାପତି  ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ହେବ । ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ,  ରାଜ୍ୟରୁ ପ୍ରତିନିଧିତ୍ୱ କରୁଥିବା ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ,  କାର୍ଯ୍ୟକାରିଣୀ ସଦସ୍ୟ, ବିଭିନ୍ନ ମୋର୍ଚ୍ଚା ପଦାଧିକାରୀ,  ରାଜ୍ୟ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ ଏଥିରେ  ଯୋଗ ଦେବେ । ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜେଡି  ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଢ଼ିଛି ।  ଦେଶବାସୀଙ୍କ ଆର୍ଶୀବାଦ ପାଇ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ସରକାର ଗଠନ ହୋଇଛି ।  

ରାଜ୍ୟବାସୀ ଏଥର ୭୮ ଜଣ ବିଧାୟକ ଏବଂ ୨୦ ଜଣ ସାଂସଦଙ୍କୁ ନିର୍ବାଚିତ କରି ବିଧାନସଭା ଏବଂ  ଲୋକସଭାକୁ ପଠାଇଛନ୍ତି । କ୍ରମାଗତ ତୃତୀୟ ଥର ପାଇଁ ଦାୟିତ୍ୱ ନେଇଥିବା ମୋଦି ସରକାରଙ୍କ  ମନ୍ତ୍ରୀମଣ୍ଡଳରେ ଓଡ଼ିଶାର ୩ ଜଣ ନେତା କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ସ୍ଥାନିତ ହୋଇଛନ୍ତି । ବିକଶିତ  ଓଡ଼ିଶା ଗଠନ ଆମର ସଂକଳ୍ପ । ୩୦ରେ ପ୍ରଧାନମନ୍ତ୍ରୀଙ୍କ ତୃତୀୟ ପାଳିର ପ୍ରଥମ "ମନ୍‌ କି ବାତ୍‌’  କାର୍ଯ୍ୟକ୍ରମକୁ ଦେଶବାସୀ ଶୁଣିବେ । ପ୍ରଦର୍ଶନୀ ପଡ଼ିଆଠାରେ ବିଜେପିର ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା  ଏକାଠି ହୋଇ ଏହାକୁ ଶୁଣିବେ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ  ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍‌ ଦାସ ଓ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ ।

  • PrameyaOdia
  • prameya
  • BJP
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.