ପ୍ରମୂଖ ଖବର
  • ନାଗପୁର-ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା, ୭ ମୃତ, ୩ ଗୁରୁତର...
  • ||
  • ପୁଣି ବଢିଲା କେଜ୍ରିଓ୍ବାଲଙ୍କ ଅଡୁଆ, ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଲେ ସିବିଆଇ ସ୍ବତନ୍ତ୍ର କୋର୍ଟ...
  • ||
  • ନିଅଣ୍ଟିଆ ସ୍ଥିତିରେ ହୀରାକୁଦ ଜଳସ୍ତର, ଗତବର୍ଷଠାରୁ ୭ ଫୁଟ୍‌ ପାଣି କମ୍‌
  • ||
  • ୟୁଜିସି ନେଟ୍‌ ତାରିଖ ଘୋଷଣା କଲା ଏନ୍‌ଟିଏ, ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ପରୀକ୍ଷା
  • ||
  • ଅମରନାଥ ଯାତ୍ରା ଆରମ୍ଭ, ଅଗଷ୍ଟ ୧୯ ଯାଏ ଚାଲିବ, ପ୍ରଥମେ ଗଲେ ୪ ହଜାରରୁ ଅଧିକ ଯାତ୍ରୀ
  • ||
  • ବାରବାଡୋସ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ଫାଇଟ୍,ସଫଳ ହେବ ୧୭ ବର୍ଷର ଅପେକ୍ଷା
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ନୂଆ ସରକାର ଉପସ୍ଥାପନ କରିବେ ବିଧାନସଭାରେ ପ୍ରଥମ ବଜେଟ, ଜୁନ ଶେଷ ସୁଦ୍ଧା ବଜେଟ୍‌ ପ୍ରସ୍ତାବ ଦେବେ ବିଭାଗ

ଭୁବନେଶ୍ୱର,୨୭/୦୬: ନୂଆ ସରକାର ବିଧାନସଭାରେ ପ୍ରଥମ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି । ଏଭଳି ସ୍ଥିତିରେ ଅର୍ଥ ସଚିବ ବିଶାଳ  କୁମାର ଦେବ ସମସ୍ତ ବିଭାଗକୁ ଜୁନ ଶେଷ ସୁଦ୍ଧା  ପ୍ରସ୍ତାବ ଦାଖଲ କରିବାକୁ କହିଛନ୍ତି । ୨୦୨୩-୨୪  ଲାଗି ସଂଶୋଧିତ ଆକଳନ ଏବଂ ୨୦୨୪-୨୫ ପାଇଁ  ବଜେଟ ଆକଳନ ପ୍ରସ୍ତୁତି କରିବେ ବିଭାଗ । ଏଥିପାଇଁ  ଶ୍ରୀ ଦେବ ବିଭାଗୀୟ ସଚିବଙ୍କୁ ଚିଠି ଲେଖିଛନ୍ତି ।  ଜୁନ ୩୦ ସୁଦ୍ଧା ଆଭ୍ୟନ୍ତରୀଣ ପରାମର୍ଶ ଶେଷ କରି  ଅତିରିକ୍ତ ଆବଶ୍ୟକତା, ପରିବର୍ତ୍ତନ ଅନୁରୋଧ  ପ୍ରସ୍ତାବ ଦାଖଲ କରିବାକୁ ବିଭାଗଗୁଡିକୁ ଅନୁରୋଧ  କରାଯାଇଛି । ଏହି ପ୍ରସ୍ତାବ ଯୋଜନା ଓ ସମନ୍ୱୟ  ବିଭାଗ ଏବଂ ଅର୍ଥ ବିଭାଗର ଅନୁମୋଦନ ଲାଭ  କରିବ । ପୂର୍ଣ୍ଣାଙ୍ଗ ବଜେଟ ପ୍ରକ୍ରିୟା ଶେଷ କରିବା ପାଇଁ  ୨୦୨୪ ଜୁଲାଇ ପ୍ରାରମ୍ଭରେ ପ୍ରସ୍ତାବ ଗୁଡିକର ଯାଞ୍ଚ ପାଇଁ  ବିଭାଗୀୟ ବିଚାର ବିମର୍ଷ କରାଯିବ ବୋଲି ଜଣାପଡିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.