ପ୍ରମୂଖ ଖବର
  • ନାଗପୁର-ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା, ୭ ମୃତ, ୩ ଗୁରୁତର...
  • ||
  • ପୁଣି ବଢିଲା କେଜ୍ରିଓ୍ବାଲଙ୍କ ଅଡୁଆ, ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଲେ ସିବିଆଇ ସ୍ବତନ୍ତ୍ର କୋର୍ଟ...
  • ||
  • ନିଅଣ୍ଟିଆ ସ୍ଥିତିରେ ହୀରାକୁଦ ଜଳସ୍ତର, ଗତବର୍ଷଠାରୁ ୭ ଫୁଟ୍‌ ପାଣି କମ୍‌
  • ||
  • ୟୁଜିସି ନେଟ୍‌ ତାରିଖ ଘୋଷଣା କଲା ଏନ୍‌ଟିଏ, ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ପରୀକ୍ଷା
  • ||
  • ଅମରନାଥ ଯାତ୍ରା ଆରମ୍ଭ, ଅଗଷ୍ଟ ୧୯ ଯାଏ ଚାଲିବ, ପ୍ରଥମେ ଗଲେ ୪ ହଜାରରୁ ଅଧିକ ଯାତ୍ରୀ
  • ||
  • ବାରବାଡୋସ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ଫାଇଟ୍,ସଫଳ ହେବ ୧୭ ବର୍ଷର ଅପେକ୍ଷା
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଜୁଲାଇ ୯ରୁ ମାଟ୍ରିକ୍‌ ସାର୍ଟିଫିକେଟ୍‌ ବଣ୍ଟନ: ଜୁଲାଇ ୧୨ ରୁ ୨୨ ତାରିଖ ପର୍ଯ୍ୟନ୍ତ ତ୍ରୁଟି ସଂଶୋଧନ ପାଇଁ ଆବେଦନ

କଟକ,୨୭/୦୬: ମାଟ୍ରିକ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା  ଛାତ୍ରଛାତ୍ରୀମାନେ ପୂର୍ବରୁ ଅନ୍‌ଲାଇନ୍‌ ସାର୍ଟିଫିକେଟ୍‌ ପାଇସାରିଛନ୍ତି । ଏବେ  ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସାର୍ଟିଫିକେଟ୍‌ କପି ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ । ଆସନ୍ତା ଜୁଲାଇ ୯ରେ ବିଭିନ୍ନ ଜିଲ୍ଲାରେ ବୋର୍ଡ ତରଫରୁ ନିର୍ଦ୍ଦେଶିତ  ସ୍ଥାନରେ ସାର୍ଟିଫିକେଟ୍‌ ଦିଆଯିବାକୁ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ  (ଡିଇଓ)ମାନେ ଜିଲ୍ଲା ସ୍ତରରେ ଏହି ବ୍ୟବସ୍ଥାର ନିରୀକ୍ଷଣ କରିବେ ।  

ଛାତ୍ରଛାତ୍ରୀମାନେ କିଭଳି ଶୃଙ୍ଖଳିତ ଢଙ୍ଗରେ ସାର୍ଟିଫିକେଟ୍‌ ପାଇପାରିବେ  ସେଥିପାଇଁ ଡିଇଓ ନିଜେ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟ ପରିଚାଳନା କରିବେ  ବୋଲି ବୋର୍ଡ ତରଫରୁ କୁହାଯାଇଛି । ଏଥିଲାଗି ଜିଲ୍ଲାସ୍ତରରୁ ଆସନ୍ତା ଜୁଲାଇ ୨  ଓ ୩ ତାରିଖ ଦୁଇଦିନ ମଧ୍ୟରେ ସାର୍ଟିଫିକେଟ୍‌ ଗ୍ରହଣ ପରେ ୯ ତାରିଖ ବଣ୍ଟନ  କରିବେ । ଯଦି ୯ ତାରିଖ ସାର୍ଟିଫିକେଟ୍‌ ବଳକା ରହିଯାଏ, ୧୦ ତାରିଖ ସମସ୍ତ  ସାର୍ଟିଫିକେଟ୍‌କୁ ବଣ୍ଟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ଯଦି ସାର୍ଟିଫିକେଟ୍‌ରେ କୌଣସି ତ୍ରୁଟି ରହିଥାଏ, ସଂଶୋଧନ ଲାଗି ଜୁଲାଇ ୧୨ ରୁ ୨୨ ତାରିଖ ପର୍ଯ୍ୟନ୍ତ ଆବେଦନ କରାଯିବ । ଏସ୍ଥିତିରେ ପୁନର୍ବାର ପ୍ରିଣ୍ଟ୍‌ ଖର୍ଚ୍ଚ ଆବେଦନକାରୀ  ଛାତ୍ରଛାତ୍ରୀଙ୍କ ସ୍କୁଲ୍‌ ବହନ କରିବ ବୋଲି ବୋର୍ଡ ତରଫରୁ ସ୍ପଷ୍ଟ କରାଯାଇଛି ।

  • PrameyaOdia
  • prameya
  • board of secondary education
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.