ପ୍ରମୂଖ ଖବର
  • ନାଗପୁର-ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା, ୭ ମୃତ, ୩ ଗୁରୁତର...
  • ||
  • ପୁଣି ବଢିଲା କେଜ୍ରିଓ୍ବାଲଙ୍କ ଅଡୁଆ, ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଲେ ସିବିଆଇ ସ୍ବତନ୍ତ୍ର କୋର୍ଟ...
  • ||
  • ନିଅଣ୍ଟିଆ ସ୍ଥିତିରେ ହୀରାକୁଦ ଜଳସ୍ତର, ଗତବର୍ଷଠାରୁ ୭ ଫୁଟ୍‌ ପାଣି କମ୍‌
  • ||
  • ୟୁଜିସି ନେଟ୍‌ ତାରିଖ ଘୋଷଣା କଲା ଏନ୍‌ଟିଏ, ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ପରୀକ୍ଷା
  • ||
  • ଅମରନାଥ ଯାତ୍ରା ଆରମ୍ଭ, ଅଗଷ୍ଟ ୧୯ ଯାଏ ଚାଲିବ, ପ୍ରଥମେ ଗଲେ ୪ ହଜାରରୁ ଅଧିକ ଯାତ୍ରୀ
  • ||
  • ବାରବାଡୋସ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ଫାଇଟ୍,ସଫଳ ହେବ ୧୭ ବର୍ଷର ଅପେକ୍ଷା
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ନିଷେଧ ହୋଇପାରେ କ୍ଲୋରାମ୍ଫେନିକଲ, ନାଇଟ୍ରୋଫ୍ୟୁରାନ୍ସ ଆଣ୍ଟିବାୟୋଟିକ୍ସ, ବିଚାର ବିମର୍ଶ କରୁଛନ୍ତି ସରକାର

ନୂଆଦିଲ୍ଲୀ,୨୭/୦୬: କ୍ଲୋରାମ୍ଫେନିକଲ ଏବଂ ନାଇଟ୍ରୋଫ୍ୟୁରାନ୍ସ ବର୍ଗ ଆଣ୍ଟିବାୟୋଟିକ୍ସ ଉପରେ ନିଷେଧାଦେଶ ଲଗାଇବା ପାଇଁ ବିଚାର କରୁଛନ୍ତି ସରକାର । ଏହାର ଉତ୍ପାଦନ, ଆମଦାନି ଏବଂ ବିତରଣ ଉପରେ ଲାଗିପାରେ କଟକଣା । କୁକୁଡ଼ା ଏବଂ ପଶୁପାଳନ କ୍ଷେତ୍ରରେ ଏହି ଔଷଧଗୁଡ଼ିକ ବେଆଇନ ଭାବେ ବ୍ୟବହାର ହେଉଥିବା ସରକାରଙ୍କ ନଜରକୁ ଆସିଛି । ଆଣ୍ଟିବାୟୋଟିକ୍‌ଦ୍ୱୟ ସାଧାରଣତଃ ଲୋକଙ୍କ ଜୀବାଣୁଜନିତ ଏବଂ ମୂତ୍ର ସଂକ୍ରମଣ କ୍ଷେତ୍ରରେ ବ୍ୟବହାର ହୋଇଥାଏ । 

ଉଭୟ ଔଷଧର ଉତ୍ପାଦନ ଏବଂ ଆମଦାନି ଉପରେ ସମ୍ପୂର୍ଣ୍ଣ ବ୍ୟାନ ଲଗାଇବା ପାଇଁ ଡ୍ରଗ୍‌ସ ଟେକ୍ନିକାଲ ଆଡ୍‌ଭାଇଜରୀ ବୋର୍ଡ (ଡିଟିଏବି) ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣାପଡ଼ିଛି ।  ଏ ପ୍ରସଙ୍ଗକୁ ଏବେ ଔଷଧ ଉପଦେଷ୍ଟା କମିଟି ନିକଟକୁ ପଠାଯାଇଛି । ଏହା କୁକୁଡ଼ା ଏବଂ ପଶୁଙ୍କ ଖାଦ୍ୟରେ ସପ୍ଲିମେଣ୍ଟ ଭାବେ ବ୍ୟବହାର ହେଉଥିବା କମିଟି ଜାଣିବାକୁ ପାଇଛି । ଫଳରେ ଔଷଧଗୁଡ଼ିକର ଆମଦାନି, ବିିତରଣ ଏବଂ ଯୋଗାଣ ଉପରେ କଟକଣା ଲଗାଇବାକୁ କମିଟି ସହମତି ପ୍ରକାଶ କରିଛି ।

ଏହି ପ୍ରସଙ୍ଗ ଉପରେ ମଧ୍ୟ ସାମୁଦ୍ରିକ ଉତ୍ପାଦ ରପ୍ତାନି ଉନ୍ନତିକରଣ କର୍ତ୍ତୃପକ୍ଷ (ଏମ୍‌ପେଡା) ଉଦ୍‌ବେଗ ପ୍ରକାଶ କରିଥିଲେ । ଏହା ପରେ ପଶୁ ସ୍ୱାସ୍ଥ୍ୟ ସଂକ୍ରାନ୍ତ ଉଚ୍ଚସ୍ତରୀୟ କମିଟି ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଥିଲା । ଏହାକୁ ବ୍ୟାନ କରିବା ଉପରେ ଏମ୍‌ପେଡା  ସହମତି ଦେବା ସହ ନିଜର ଆଭିମୁଖ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ଜଣାଇଥିଲା । କମିଟି ଦେଇଥିବା ପ୍ରସ୍ତାବ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହା କହିଥିଲା । ଏ ନେଇ କେନ୍ଦ୍ର ସରକାର ଶୀଘ୍ର ବିଜ୍ଞପ୍ତି ଜାରି କରିପାରନ୍ତି ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.