ପ୍ରମୂଖ ଖବର
  • ନାଗପୁର-ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା, ୭ ମୃତ, ୩ ଗୁରୁତର...
  • ||
  • ପୁଣି ବଢିଲା କେଜ୍ରିଓ୍ବାଲଙ୍କ ଅଡୁଆ, ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଲେ ସିବିଆଇ ସ୍ବତନ୍ତ୍ର କୋର୍ଟ...
  • ||
  • ନିଅଣ୍ଟିଆ ସ୍ଥିତିରେ ହୀରାକୁଦ ଜଳସ୍ତର, ଗତବର୍ଷଠାରୁ ୭ ଫୁଟ୍‌ ପାଣି କମ୍‌
  • ||
  • ୟୁଜିସି ନେଟ୍‌ ତାରିଖ ଘୋଷଣା କଲା ଏନ୍‌ଟିଏ, ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ପରୀକ୍ଷା
  • ||
  • ଅମରନାଥ ଯାତ୍ରା ଆରମ୍ଭ, ଅଗଷ୍ଟ ୧୯ ଯାଏ ଚାଲିବ, ପ୍ରଥମେ ଗଲେ ୪ ହଜାରରୁ ଅଧିକ ଯାତ୍ରୀ
  • ||
  • ବାରବାଡୋସ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ଫାଇଟ୍,ସଫଳ ହେବ ୧୭ ବର୍ଷର ଅପେକ୍ଷା
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଅଣସର ଘରେ ଚାଲିଛି ଗୁପ୍ତ ଉପଚାର, ଆଜି ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ

ପୁରୀ ୨୭/୦୬: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଡାକରା ଆସିଲା ପରେ  ବଡ଼ ଓଡ଼ିଆ ମଠରୁ ଫୁଲୁରି ତେଲ ବଡ଼ଦେଉଳରେ  ପହଞ୍ଚାଯିବ । ଗୁରୁବାର ଠାକୁରଙ୍କ ଅନବସର ସେବା ପାଇଁ ଶ୍ରୀମନ୍ଦିରକୁ ବିଜେ କରିବ ଫୁଲୁରି ତେଲ । ବଡ଼  ଓଡ଼ିଆ ମଠ ମହନ୍ତ ଅଧିକାରୀ ବଂଶୀଧର ଦାସ ଗୋସ୍ୱାମୀ  ଫୁଲରି ତେଲ ପ୍ରସ୍ତୁତ କରି ମହାପ୍ରଭୁଙ୍କ ସେବାରେ ପହଞ୍ଚାଇବେ । 

ହେରାପଞ୍ଚମୀରୁ ଆରମ୍ଭ ହୋଇଯାଏ ପର ବର୍ଷ ପାଇଁ ଠାକୁରଙ୍କ ଫୁଲରି ତେଲ ପ୍ରସ୍ତୁତି । ମହାପ୍ରଭୁଙ୍କ ମଧ୍ୟାହ୍ନଧୂପ ପରେ ସନ୍ଧ୍ୟାରେ ବଡ଼ ଓଡ଼ିଆ ମଠ ମହନ୍ତ ତଥା ତାଙ୍କ ସାହାଯ୍ୟକାରୀ ତେଲ ପ୍ରସ୍ତୁତି ଆରମ୍ଭ କରନ୍ତି । ମଠ ପରିସରରେ ସ୍ୱତନ୍ତ୍ର ତେଲ ବାଡ଼ି ରହିଛି । ମାଟି ହାଣ୍ଡିରେ ଘଣା ପେଡ଼ା ରାଶି ତେଲ ସହ ବିଭିନ୍ନ ଦ୍ରବ୍ୟ  ମିଶାଯାଇ ପୋତା ଯାଏ । କେହି ନଦେଖିଲା ଭଳି ଏକ  ନିର୍ଦ୍ଦିଷ୍ଟ ସ୍ଥାନରେ ରୁହେ । ୨୪ ପ୍ରକାର ଉପାଦାନରେ ପ୍ରସ୍ତୁତ ହୁଏ ଶ୍ରୀବିଗ୍ରହଙ୍କ ଫୁଲୁରି ତେଲ । ଋତୁ ଅନୁସାରେ ମିଳୁଥିବା ବିଭିନ୍ନ ସୁବାସିତ ପୁଷ୍ପ ଓ ଚେରମୂଳି ପକାଯାଏ ।  ସେହି ଦିନଠାରୁ ତେଲ ରହିବା ସ୍ଥାନରେ ଫୁଲ ପାଣି  ଦିଆଯାଏ । ସ୍ନାନପୂର୍ଣ୍ଣମୀ ପୂର୍ବ ଦିନ ଠାକୁରଙ୍କ ମଧ୍ୟାହ୍ନଧୂପ  ସରିଲେ ସନ୍ଧ୍ୟା ସମୟରେ ପୋତା ସ୍ଥାନରୁ ବାହାରିଥାଏ ।  ଏକ ନିର୍ଦ୍ଦିଷ୍ଟ କୋଠରୀରେ ମୁଦ ଦିଆଯାଇ ରୁହେ ଉକ୍ତ  ତେଲ । ସେହି ତେଲକୁ ଛଣା ଯାଇ ମାଟି ପାତ୍ରରେ ସଜଡ଼ା ହୋଇ ଶ୍ରୀମନ୍ଦିରରେ ପହଞ୍ଚାଯିବାକୁ ଅପେକ୍ଷା ରହିଥାଏ ।

  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.