ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଜ୍ଵର ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି

ପୁରୀ,୨୮/୦୬: ଜ୍ୱରରେ ପୀଡ଼ିତ ଦାରୁବ୍ରହ୍ମ । ଏଣୁ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଚାଲିଛି ଶ୍ରୀବିଗ୍ରହଙ୍କ ଗୁପ୍ତ ସେବା । ଉପଶମ  ପାଇଁ ଦିନରାତି ଏକ କରିଛନ୍ତି ଦଇତାପତି  ସେବକ । ଶ୍ରୀଅଙ୍ଗ ଖୋଲିବା ପରେ ଫୁଲରି  ତେଲ ଲାଗି । ଗୁରୁବାର ବଡ଼ ଓଡ଼ିଆ ମଠରୁ  ଶ୍ରୀମନ୍ଦିରକୁ ଫୁଲରି ତେଲ ବିଜେ ହୋଇଛି । ରାତିରେ ଠାକୁରଙ୍କ ପାଦପଦ୍ମରେ ଫୁଲରି ତେଲ  ଘଷା ପରେ ଉପଶମ ଲଭିଛନ୍ତି ଶ୍ରୀବିଗ୍ରହ । ଅନବସରର ଷଷ୍ଠୀ ଅବସରରେ ଆଜି ମହାପ୍ରଭୁଙ୍କୁ ଓଷ ବା ଔଷଧ ଲାଗି କରାଯିବ। ଏହା ଆସନ୍ତା ୩ ଦିନ ଧରି ଚାଲିବ। 

ଜ୍ୱରରୁ ମୁକ୍ତି ପାଇଁ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ  ଫୁଲରି ତୈଳ ମର୍ଦ୍ଦନ କରାଯାଏ । ଏହି ତେଲ  ମାଲିସ ପରେ ଶ୍ରୀଜିଉ କିଛି ଅଂଶରେ ସୁସ୍ଥ  ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି । ତିନୋଟି ତିନି  ସେରିଆ ମାଟି ଘଡ଼ିରେ ଘଣା ପେଡ଼ା ରାଶି ତେଲ  ସହିତ କୃଷ୍ଣଭାଗ ଧାନ, ବେଣା ଚେର, ଚନ୍ଦନ  କାଠ, କେତକୀ, ଚମ୍ପା, ବଉଳ, ମାଳତୀ, ମଲ୍ଲୀ,  ଜୁଇ, ଜାଇ ଆଦି ଫୁଲର ମିଶ୍ରଣ, ଶାଳ ପର୍ଣ୍ଣି,  ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣ ପର୍ଣ୍ଣି,  ବେଲ, ଖଣି ବଥୁ, ପଟଳି, ଖୁଆ, ଅଙ୍କରାନ୍ତି,  ଗୋଖରା, ଲମ୍ବାଗୋତି, ଦେଶୀ ଘିଅ, ମହୁ,  ନବାତ, ଖୁଆସର ଆଦିକୁ ମିଶାଇ ଏକ ବର୍ଷ  ପର୍ଯ୍ୟନ୍ତ ମାଟି ତଳେ ପୋତା ଯାଏ । ଦୀର୍ଘ ଏକ  ବର୍ଷ କାଳ ରଖି ଦେବସ୍ନାନ ପୂର୍ଣ୍ଣିମା ଦିନ ମାଟି  ତଳୁ ବାହାରି ପ୍ରସ୍ତୁତ ହୁଏ । ଏହି ଅବଧିରେ  ମିଶ୍ରିତ ତୈଳ ଔଷଧରେ ରୁପାନ୍ତରିତ ହୋଇଥାଏ ।  

ବଡ଼ଦେଉଳ ପରମ୍ପରା ଅନୁସାରେ ବଡ଼ଓଡ଼ିଆ  ମଠ ଫୁଲରି ତେଲ ଯୋଗାଏ । ଅତିବଡ଼ୀ  ଜଗନ୍ନାଥ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ମଠ । ବଡ଼  ଓଡ଼ିଆ ମଠ ମହନ୍ତ ଅଧିକାରୀ ବଂଶୀଧର ଦାସ  ଗୋସ୍ୱାମୀଙ୍କ ନିକଟକୁ ଆଜି ଶ୍ରୀମନ୍ଦିରରୁ ଡକରା  ଯିବାରେ ମଠ ପରିସରରେ ଫୁଲରି ତେଲ ପ୍ରସ୍ତୁତି  ଆରମ୍ଭ ହୋଇଥିଲା । ସ୍ନାନପୂର୍ଣ୍ଣିମାରେ ମାଟି ତଳୁ  ବାହାରିଥିବା ତେଲକୁ ଭଲଭାବେ ଛଣା ହୋଇ ମାଟି  ପାତ୍ରରେ କଦଳୀ ପତ୍ର ଘୋଡ଼ାଇ ପ୍ରସ୍ତୁତ ହେଲା ।  ୨ଟି ମାଟି ପାତ୍ରରେ ରହିଥିଲା ଫୁଲରି ତେଲ ।  ମହନ୍ତ ଗୋସ୍ୱାମୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମଠର  ସଦସ୍ୟମାନେ ଠାକୁରଙ୍କ ତେଲ ଶ୍ରୀମନ୍ଦିରରେ  ପହଞ୍ଚାଇଥିଲେ । ଅଣସର ପିଣ୍ଡିରେ ଶ୍ରୀଜିଉଙ୍କ  ଶ୍ରୀଅଙ୍ଗରେ ଏହି ତୈଳ ମର୍ଦ୍ଦନ କରାଯାଇଥିଲା ।  ଶୟନ ଅବସ୍ଥାରୁ ଶ୍ରୀବିଗ୍ରହଙ୍କୁ ଉଠାଇବାକୁ ଏସବୁ  ଅନନ୍ୟ ରୀତିନୀତି । ଏହାପରେ ଜୁଲାଇ ୧ ତାରିଖରେ  ଠାକୁରଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହେବ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.