ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ରଥଯାତ୍ରା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି: ଏଥର ୩ ସ୍ଥାନରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଗଣିବ ପର୍ଯ୍ୟଟନ ବିଭାଗ

ପୁରୀ, ୩୦/୦୬: ଚଳିତ ବର୍ଷ  ରଥଯାତ୍ରା ବିରଳ ଯୋଗରେ ପଡ଼ିଛି । ତେଣୁ ଠାକୁରଙ୍କ ପହଣ୍ଡି ଓ ରଥଟଣାକୁ ନେଇ ଲାଗି ରହିଛି ଚର୍ଚ୍ଚା । ନିର୍ଦ୍ଧାରିତ ସମୟରେ ଶ୍ରୀଗୁଣ୍ଡିଚା ସମ୍ପନ୍ନ କରିବା ପ୍ରଶାସନ ପାଖରେ ଚ୍ୟାଲେଞ୍ଜ ହୋଇ ଉଭା  ହୋଇଛି । ମଧ୍ୟାହ୍ନ ସୁଦ୍ଧା ଶ୍ରୀଜିଉମାନଙ୍କ ପହଣ୍ଡି ଓ ଅପରାହ୍ନ ୫ଟା ସୁଦ୍ଧା ରଥ ଟଣା ନୀତି ସମ୍ପନ୍ନ କରିବାକୁ ପ୍ରଶାସନ ପ୍ରସ୍ତୁତ ରହିଛି । ସେପଟେ ଚଳିତ ବର୍ଷ ଗତଥର ତୁଳନାରେ ଅଧିକ ଶ୍ରଦ୍ଧାଳୁ ରଥଯାତ୍ରା ଦେଖିବାକୁ ଆସିବେ ବୋଲି ପ୍ରଶାସନ  ଅନୁମାନ ଲଗାଇଛି । ଏପରି ଗହଳିରେ ଠାକୁର ଦର୍ଶନ ମିଳିବା ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଖୁବ୍‌ କଷ୍ଟକର ହେବ । ମାତ୍ର ପର୍ଯ୍ୟଟନ ବିଭାଗ ପକ୍ଷରୁ ଚଳିତ ବର୍ଷ ଶ୍ରଦ୍ଧାଳୁ ଚାହିଁଲେ ବେଶ ଆରାମରେ ବସି ଠାକୁର ଦର୍ଶନ କରିବାର ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଉଛି । ସେହିପରି  ରଥଯାତ୍ରାରେ କେତେ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି ତାହାକୁ ମଧ୍ୟ ପୁରୀକୁ ସଂଯୋଗ କରୁଥିବା ପ୍ରମୁଖ ୩ ମାର୍ଗ ସମେତ ରେଳ ଷ୍ଟେସନରେ ପର୍ଯ୍ୟଟନ ଅଧିକାରୀମାନେ ଉପସ୍ଥିତ ରହି ଗଣତି କରିବେ । ଏହାଛଡ଼ା  ହୋଟେଲ, ଧର୍ମଶାଳା, ଲଜିଂରେ ରହୁଥିବା  ଯାତ୍ରୀ ସଂଖ୍ୟା ମଧ୍ୟ ଗଣତି କରାଯିବ ।

 ଶ୍ରୀଗୁଣ୍ଡିଚା, ବାହୁଡ଼ା, ସୁନାବେଶ  ତିନି ଦିନ ପୁରୀ-ଭୁବନେଶ୍ୱର, ପୁରୀ-କୋଣାର୍କ, ପୁରୀ-ବ୍ରହ୍ମଗିରି ରାସ୍ତାରେ  ଏହି ଶ୍ରଦ୍ଧାଳୁ ଗଣତି କାର୍ଯ୍ୟ ହେବ । ପ୍ରାୟ  ୩ ଜଣ ଲେଖାଏଁ କର୍ମଚାରୀ ଉପସ୍ଥିତ  ରହି ପୁରୀକୁ କେତୋଟି ବସ୍‌, ଅଟୋ,  କାର, ବାଇକ୍‌, ସାଇକେଲ ଯୋଗେ  ଯାତ୍ରୀ ଯାଉଛନ୍ତି ତାହା ଗଣତି କରିବେ ।  ଚାଲିଚାଲି ଆସୁଥିବା ଶ୍ରଦ୍ଧାଳୁଙ୍କୁ ମଧ୍ୟ ଏହି  ତାଲିକାରେ ଯୋଡ଼ାଯିବ । ପୁରୀକୁ ଚଳିତ  ବର୍ଷ ୩୧୫ଟି ଟ୍ରେନ୍‌ ଚାଲିବାକୁ ଥିବା  ବେଳେ ପ୍ରତ୍ୟେକ ଟ୍ରେନ୍‌ରେ କେତେ  ଯାତ୍ରୀ ଆସୁଛନ୍ତି ତାହାକୁ ପୁରୀ ଷ୍ଟେସନରେ  ଗଣତି କରାଯିବ । ଗତବର୍ଷ ରଥଯାତ୍ରାକୁ  ପ୍ରାୟ ୧୦ ଲକ୍ଷ ଶ୍ରଦ୍ଧାଳୁ ଆସିଥିବା ଗଣତିରୁ  ଜଣାପଡ଼ିଥିବା ବେଳେ ଚଳିତ ବର୍ଷ  ପ୍ରାୟ ୧୫ ଲକ୍ଷ ଶ୍ରଦ୍ଧାଳୁ ଆସିବେ ବୋଲି ଅନୁମାନ କରାଯାଉଛି । 

ସେପଟେ ଶ୍ରୀଗୁଣ୍ଡିଚା ଦିନ ସ୍ୱତନ୍ତ୍ର  ଠାକୁର ଦର୍ଶନ କରିବା ନିମନ୍ତେ ପର୍ଯ୍ୟଟନ  ବିଭାଗ ଓଟିଡିସି ଜରିଆରେ ଶ୍ରଦ୍ଧାଳୁଙ୍କୁ  ସ୍ୱତନ୍ତ୍ର ପ୍ୟାକେଜରେ ଯୋଗାଇ ଦେବାର  ବ୍ୟବସ୍ଥା କରୁଛି । ଶ୍ରଦ୍ଧାଳୁ ଚାହିଁଲେ  ଚଢ଼ା ଦର ଦେଇ ଭୁବନେଶ୍ୱରରୁ  ଓଟିଡିସି ବସ୍‌ ଯୋଗେ ଶ୍ରୀଗୁଣ୍ଡିଚା  ଦିନ ପୁରୀରେ ପହଞ୍ଚିବେ। ସେମାନଙ୍କ  ନିମନ୍ତେ ରାଜା ନଅର ବଡ଼ଦାଣ୍ଡ ପାଶ୍ୱର୍  କୋଠାରେ ବସିବା ବ୍ୟବସ୍ଥା ହୋଇଥିବ ।  ଯାତ୍ରୀମାନେ ଏଠାରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବସି ଠାକୁରଙ୍କ ପହଣ୍ଡି,  ରଥଟଣା ପ୍ରଭୃତି ଦେଖିପାରିବେ ।  ସେମାନଙ୍କ ନିମନ୍ତେ ଏଠାରେ ଖାଦ୍ୟ  ଓ ପାନୀୟ ମଧ୍ୟ ଏହି ପ୍ୟାକେଜରେ  ଯୋଗାଇ ଦିଆଯିବା ବ୍ୟବସ୍ଥା ହୋଇଛି ।  ଏଭଳି ଭିଆଇପି ସୁବିଧା ନେବାକୁ  ଚାହୁଁଥିବା ଶ୍ରଦ୍ଧାଳୁ ୭୨୫୦ ଟଙ୍କା ଦେଇ ବୁକିଂ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.